ETV Bharat / bharat

Vice Presidential Polls: ନାମାଙ୍କନ ଭରିଲେ NDA ପ୍ରାର୍ଥୀ ଜଗଦୀପ ଧନଖର

author img

By

Published : Jul 18, 2022, 12:55 PM IST

Updated : Jul 18, 2022, 1:32 PM IST

ନାମାଙ୍କନ ଭରିଲେ NDA ପ୍ରାର୍ଥୀ ଜଗଦୀପ ଧନଖର
ନାମାଙ୍କନ ଭରିଲେ NDA ପ୍ରାର୍ଥୀ ଜଗଦୀପ ଧନଖର

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ନାମାଙ୍କନ ଭରିଛନ୍ତି NDA ପ୍ରାର୍ଥୀ ଜଗଦୀପ ଧନଖର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ନାମାଙ୍କନ ଭରିଛନ୍ତି NDA ପ୍ରାର୍ଥୀ ଜଗଦୀପ ଧନଖର । ନାମାଙ୍କନ ଦାଖଲ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀ, ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡାଙ୍କ ସମେତ ବିଜେପି ଏନଡିଏ ମେଣ୍ଟର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ ।

ନାମାଙ୍କନ ଭରିବା ପରେ ପ୍ରତିକ୍ରିୟାରେ ଜଗଦୀପ ଧନଖର କହିଛନ୍ତି, '' ମୁଁ ସ୍ବପ୍ନରେ ଭାବି ନଥିଲି ମୋ ଭଳି ଜଣେ ସାଧାରଣ ଲୋକ ଏପରି ସୁଯୋଗ ପାଇବ । ଜଣେ ଚାଷୀଙ୍କ ପୁଅ ଆଜି ନାମାଙ୍କନ ଭରିଛି । ଏନେଇ ପ୍ରଧାନମନ୍ତ୍ରୀ ଓ ତାଙ୍କ ନେତୃତ୍ବକୁ ଧନ୍ୟବାଦ ଦେଇଛନ୍ତି ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖର ।

  • Delhi | Jagdeep Dhankhar files his nomination for the Vice Presidential elections, as the candidate of NDA.

    Prime Minister Narendra Modi, HM Amit Shah, Defence Minister Rajnath Singh, Union Minister Nitin Gadkari, BJP national president JP Nadda and other BJP leaders present. pic.twitter.com/iBRfuXC0pO

    — ANI (@ANI) July 18, 2022 " class="align-text-top noRightClick twitterSection" data=" ">

ଗତ 16 ତାରିଖରେ ବିଜେପି ବୈଠକ ପରେ ଧନଖରଙ୍କୁ ଏନଡିଏ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ପ୍ରାର୍ଥୀ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଧନଖରଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେପଟେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତ୍ରୀ ମାର୍ଗାରେଟ ଆଲଭାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିଛନ୍ତି ବିରୋଧୀ । ମାର୍ଗାରେଟ ଆଲଭା ଆସନ୍ତାକାଲି(ମଙ୍ଗଳବାର) ନାମାଙ୍କନ ଭରିବେ । ଅଗଷ୍ଟ 6 ତାରିଖରେ ଭୋଟିଂ ହେବ । ଅଗଷ୍ଟ 6 ତାରିଖରେ ଦେଶର ନୂତନ ତଥା 16ତମ ଉପରାଷ୍ଟ୍ରପତି ଶପଥ ଗ୍ରହଣ କରିବେ ।

Last Updated :Jul 18, 2022, 1:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.