ETV Bharat / bharat

Militants attack on police party: ଏଏସଆଇ ଗୁରୁତର

author img

By

Published : Dec 22, 2021, 7:34 PM IST

ଘାଟିରେ ପୁଣି ପୋଲିସ ପାର୍ଟିକୁ ଆତଙ୍କୀଙ୍କ ଟାର୍ଗେଟ (Militants attack on police party) । ହମଲାରେ ଜଣେ ସବଇନ୍ସପେକ୍ଟର ଗୁରୁତର । ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

Militants attack on police party: ଜଣେ ଅଧିକାରୀ ଗୁରୁତର
Militants attack on police party: ଜଣେ ଅଧିକାରୀ ଗୁରୁତର

ଶ୍ରୀନଗର: କାଶ୍ମୀରର ବିଜବେହାର ଅଞ୍ଚଳରେ ପୋଲିସ ପାର୍ଟି ଉପରେ ଆତଙ୍କୀ ହମଲା । ଏଥିରେ ଜଣେ ପୋଲିସ ସବଇନ୍ସପେକ୍ଟର ଗୁରୁତର ଆହତ ହୋଇଥିବା ସୂଚନା ରହିଛି । ଆହତ ପୋଲିସ ଅଧିକାରୀ ଏଏସଆଇ ମହମ୍ମଦ ଆଶ୍ରାଫଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୋଲିସ ପାର୍ଟି ଯାଉଥିବାବେଳେ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ କେଉଁ ଆତଙ୍କୀ ଗୋଷ୍ଠୀ ସମ୍ପୃକ୍ତ ଅଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଚ ହୋଇନଥିବାବେଳେ ଘଟଣାସ୍ଥଳକୁ କର୍ଡନ କରି ଆତଙ୍କୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନକୁ କଡାକଡି କରିଛି ସୁରକ୍ଷା ବଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.