ETV Bharat / bharat

ଇଣ୍ଡୋ-ତିବ୍ଦତୀୟ ଯବାନଙ୍କ ଭିନ୍ନ ଭୂମିକା, ସ୍ମାର୍ଟକ୍ଲାସ ମାଧ୍ୟମରେ ଦେଲେ ଶିକ୍ଷାଦାନ

author img

By

Published : Jan 18, 2021, 1:30 PM IST

ITBP helps children in red zone area, starts 'smart' classes in Chhattisgarh
ଇଣ୍ଡୋ-ତିବ୍ଦତୀୟ ଯବାନଙ୍କ ଭିନ୍ନ ଭୂମିକା, ସ୍ମାର୍ଟକ୍ଲାସ ମାଧ୍ୟମରେ ଦେଲେ ଶିକ୍ଷାଦାନ

ଛତିଶଗଡର ରେଡଜୋନ୍ ଅଞ୍ଚଳରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ପାଇଁ ITBP ସ୍ମାର୍ଟକ୍ଲାସ୍ ଆୟୋଜନ କରି ଏକ ଭିନ୍ନ ପଦକ୍ଷେପ ଗ୍ରହଣ କରିଛି । ଏହାଦ୍ବାରା ପ୍ରାୟ 50 ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ରେଡ଼ଜୋନ୍ ଅଞ୍ଚଳରେ ପିଲାମାନଙ୍କୁ ଶିକ୍ଷିତ କରିବା ଉଦ୍ଦେଶ୍ୟରେ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ୍ (ଆଇଟିବିପି)ଙ୍କ ଭୂମିକା ଦେଖିବାକୁ ମିଳିଛି । ଛତିଶଗଡର କୋଣ୍ଡାଗାଓଁ ଜିଲ୍ଲାର ସ୍ଥାନୀୟ ନକ୍ସଲ ଅଞ୍ଚଳରେ ଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ସ୍ମାର୍ଟକ୍ଲାସ୍‌ର ଆୟୋଜନ କରି ଶିକ୍ଷାଦାନ ଦେଇଥିବା ଦେଖିବାକୁ ମିଳିଛି ।

ଏହି ପ୍ରସଙ୍ଗରେ ଆଇଟିବିପି ପକ୍ଷରୁ ସୂଚନା ଦିଆଯାଇଛି । ନକ୍ସଲ ଅଞ୍ଚଳ ହଦେଲି ଏବଂ ଛତିଶଗଡର ଜିଲ୍ଲା କୋଣ୍ଡାଗାଓଁର ନିକଟବର୍ତ୍ତୀ ଗ୍ରାମରେ ଦୂରଦୂରାନ୍ତରେ ଗାଁର ରହୁଥିବା ପିଲାମାନଙ୍କ ପାଇଁ ଏହି କ୍ଲାସ ଆରମ୍ଭ ହୋଇଛି । ଅନଲାଇନ୍ ଅଡିଓ ଭିଜୁଆଲ ସାହାଯ୍ୟରେ ଛାତ୍ରଙ୍କ ଜ୍ଞାନକୁ ବଢାଇବା ପାଇଁ ଫୋର୍ସର 41ତମ ବାଟାଲିୟନର ITBP ଯବାନଙ୍କ ଦ୍ବାରା ଏହି ପଦକ୍ଷେପ ଗ୍ରହଣ କରାଯାଇଛି। କମ୍ପ୍ୟୁଟର ଏବଂ ପ୍ରୋଜେକ୍ଟର ପରି ଇଲେକ୍ଟ୍ରୋନିକ୍ ଯନ୍ତ୍ରପାତି ସାହାଯ୍ୟରେ ପିଲାମାନଙ୍କ କ୍ଲାସ୍ ନିଆଯାଉଛି ।

ଆଇଟିବିପିର ସ୍ନାତକ କରିଥିବା କର୍ମଚାରୀ ଏବଂ ଶିକ୍ଷାଦାନରେ ଜ୍ଞାନ ଓ ଅଭିଜ୍ଞତା ଥିବା କର୍ମଚାରୀମାନେ ପିଲାମାନଙ୍କ କ୍ଲାସ ନେଉଛନ୍ତି । ଏହି କ୍ଲାସଗୁଡିକରେ ୟୁଟ୍ୟୁବ ଓ ଇ-ଲର୍ଣ୍ଣିଂ ୱେବସାଇଟରେ ଉପଲବ୍ଧ ଥିବା ଭିଡିଓକୁ ଶିକ୍ଷାଦାନ ପାଇଁ ବ୍ୟବହାର କରାଯାଉଛି, ଯାହାଦ୍ବାରା ପିଲାମାନେ ଅତି ସହଜରେ ପାଠକୁ ବୁଝିପାରିବେ ।

ଆଇଟିବିପି କର୍ମଚାରୀଙ୍କ ଏହି ଅଭିନବ ପଦକ୍ଷେପ ଦ୍ବାରା ରେଡଜୋନରେ ଥିବା ପ୍ରାୟ 50 ଜଣ ଛାତ୍ରଛାତ୍ରୀ ଉପକୃତ ହୋଇପାରୁଛନ୍ତି । ଏହି ଅଞ୍ଚଳରେ ମୋବାଇଲ ସିଗନାଲ୍ ଦୁର୍ବଳ ଥିବାରୁ ପାଠ୍ୟକ୍ରମ ପାଇଁ ଯବାନଙ୍କ ଇଣ୍ଟରନେଟ୍ ସଂଯୋଗ ବ୍ୟବହାର କରାଯାଉଛି ବୋଲି ଆଇଟିବିପି କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.