ETV Bharat / bharat

କାଶ୍ମୀରରେ ତ୍ରିରଙ୍ଗା ଶୋଭାଯାତ୍ରାରେ ହିଂସାତ୍ମକ ନାରାବାଜୀ ! ଭିଡିଓ ପୋଷ୍ଟ କରି ପ୍ରଶ୍ନ ଉଠାଇଲେ ମୁଫତି

author img

By

Published : Aug 19, 2023, 6:33 PM IST

କାଶ୍ମୀରରେ ତ୍ରିରଙ୍ଗା ଶୋଭାଯାତ୍ରା ବେଳେ ହିଂସାତ୍ମକ ଭାଷଣ !
କାଶ୍ମୀରରେ ତ୍ରିରଙ୍ଗା ଶୋଭାଯାତ୍ରା ବେଳେ ହିଂସାତ୍ମକ ଭାଷଣ !

ସ୍ବାଧୀନତା ଦିବସ ତ୍ରିରଙ୍ଗା ଶୋଭାଯାତ୍ରା ବେଳେ କାଶ୍ମୀରରେ ହିଂସାତ୍ମକ ଭାଷଣ ! ଭିଡିଓ ପୋଷ୍ଟ କରି ପ୍ରଶ୍ନ ଉଠାଇଲେ ମୁଫତି । ଅଧିକ ପଢନ୍ତୁ

ଶ୍ରୀନଗର: କାଶ୍ମୀରରେ 77ତମ ସ୍ବାଧୀନତା ଦିବସ ତ୍ରିରଙ୍ଗା ରାଲିରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ହିଂସାତ୍ମକ ନାରା ଲାଗିଥିବା ଅଭିଯୋଗ ହୋଇଛି । ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରାରେ ଦକ୍ଷିଣପନ୍ଥୀ ସଂଗଠନର ସଦସ୍ୟମାନେ କାଶ୍ମୀରର ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ହିଂସାତ୍ମକ ତଥା ଉତ୍ତେଜନା ସୃଷ୍ଟିକାରୀ ନାରାବାଜୀ କରିଥିବା ଅଭିଯୋଗ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫତି କରିଛନ୍ତି । ମୁଫତି ଶୋଭାଯାତ୍ରାର ଏକ ଭିଡିଓ କ୍ଲିପ ଟ୍ବିଟରରେ ସେୟାର କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ସ୍ଥାନୀୟ ପ୍ରଶାସନ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ପ୍ରଶ୍ନ କରିଛନ୍ତି ।

  • While LG administration was busy showing off the Tiranga Yatra in Kashmir another took place in Jammu where right wing fanatics openly called for a muslim genocide. Murderous slogans of ‘jab mulay katay jayenge ram ram chilayenge.’ What action has this administration taken… pic.twitter.com/9YFVWSvWwS

    — Mehbooba Mufti (@MehboobaMufti) August 19, 2023 " class="align-text-top noRightClick twitterSection" data=" ">

ଟ୍ବିଟରରେ ଭିଡିଓ ସେୟାର କରିବା ସହ ଉପରାଜ୍ୟପାଳ ମନୋଜ ସିହ୍ନା ଓ କାଶ୍ମୀର ପୋଲିସକୁ ଟ୍ବିଟ କରି ମୁଫତି ଲେଖିଛନ୍ତି, ‘‘କାଶ୍ମୀରରେ ହୋଇଥିବା ତ୍ରିରଙ୍ଗା ଶୋଭାଯାତ୍ରାରେ ଦକ୍ଷିଣପନ୍ଥୀ ସଂଗଠନର ସଦସ୍ୟମାନେ ମୁସଲିମ ନରସଂହାର ନାରା ଦେଉଛନ୍ତି । କିନ୍ତୁ ଘଟଣା ପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କାଶ୍ମୀରରେ ଉପରାଜ୍ୟପାଳ ଓ ପ୍ରଶାସନ ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ କରିବାରେ ବ୍ୟସ୍ତ ଥିବା ବେଳେ ଅନ୍ୟ ଏକ ଅଂଶରେ ଏପରି ନାରାବାଜୀ ଘଟଣା ଘଟିଛି । ପ୍ରଶାସନ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।’’

ମୁଫତି ପୋଷ୍ଟ କରିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ଏକ ବିଶାଳ ତ୍ରିରଙ୍ଗା ଶାଭୋଯାତ୍ରା ଆୟୋଜନ କରାଯାଇଥିଲା । ଏଥିରେ କାର ଓ ବାଇକରେ ଅଂଶଗ୍ରହଣ କରିଥିବା କିଛି ଯୁବକ ଜୟ ଶ୍ରୀରାମ ନାରା ଦେଉଛନ୍ତି । ହାତରେ ତ୍ରିରଙ୍ଗା ପତାକା ସହ ଅନ୍ୟ ଏକ ପତାକା ମଧ୍ୟ ଧରିଛନ୍ତି । ଏଥିରେ କିଛି ନିର୍ଦ୍ଦିଷ୍ଟ ଧର୍ମ ସମ୍ପର୍କରେ ମଧ୍ୟ ଆପତ୍ତିଜନକ ମନ୍ତବ୍ୟ ଦେବା ପରି ଶୁଣିବାକୁ ମିଳିଛି । ହେଲେ ଏସମ୍ପର୍କରେ କିଛି ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ମୁଫତିଙ୍କ ପ୍ରଶ୍ନରେ କାଶ୍ମୀର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ସମ୍ନାକୁ ଆସିନି ।

ଏହା ମଧ୍ୟ ପଢନ୍ତୁ:-Sidhu Moose Wala Murder: ଉତ୍ତର ପ୍ରଦେଶରେ ଷଡଯନ୍ତ୍ର, ପାକିସ୍ତାନରୁ ଆସିଥିଲା ହତିଆର !

ଚଳିତବର୍ଷ କାଶ୍ମୀରରେ ବେଶ ଆଡମ୍ବରପୂର୍ଣ୍ଣ ଭାବେ 77ତମ ସ୍ବାଧୀନତା ଦିବସ ପାଳନ କରାଯାଇଛି । ଶ୍ରୀନଗରର ଐତିହାସିକ ଲାଲଚୌକରେ ତ୍ରିରଙ୍ଗା ଉଡିଛି । ସ୍ଥାନୀୟ ଲୋକେ ସୁରକ୍ଷାକର୍ମୀଙ୍କ ସହ ମିଶି ତ୍ରିରଙ୍ଗା ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ । 90 ଦଶକରେ ଆତଙ୍କବାଦୀ ଓ ଉଗ୍ରବାଦୀ ସଂଗଠନ ଦ୍ବାରା ଏହି ସ୍ଥାନରେ ଏକାଧିକ ଥର ପାକିସ୍ତାନୀ ପତାକା ଉଡାଯାଇଥିବା ନଜିର ମଧ୍ୟ ରହିଛି । ଏବେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.