ETV Bharat / bharat

Sidhu Moose Wala Murder: ଉତ୍ତର ପ୍ରଦେଶରେ ଷଡଯନ୍ତ୍ର, ପାକିସ୍ତାନରୁ ଆସିଥିଲା ହତିଆର !

author img

By

Published : Aug 19, 2023, 4:31 PM IST

ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡ ପାଇଁ ଉତ୍ତର ପ୍ରଦେଶରେ ହୋଇଥିଲା ଷଡଯନ୍ତ୍ର । ପାକିସ୍ତାନରୁ ଆସିଥିଲା ହତିଆର ! ହତ୍ୟାକାଣ୍ଡ ପୂର୍ବରୁ ଉତ୍ତର ପ୍ରଦେଶରେ ବୁଲିଥିଲେ ସୁଟର । ସାମ୍ନାକୁ ଆସିଲା ଫଟୋ । ଅଧିକ ପଢନ୍ତୁ

Sidhu Moose Wala Murder: ଉତ୍ତର ପ୍ରଦେଶରେ ଷଡଯନ୍ତ୍ର, ପାକିସ୍ତାନରୁ ଆସିଥିଲା ହତିଆର !
Sidhu Moose Wala Murder: ଉତ୍ତର ପ୍ରଦେଶରେ ଷଡଯନ୍ତ୍ର, ପାକିସ୍ତାନରୁ ଆସିଥିଲା ହତିଆର !

ନୂଆଦିଲ୍ଲୀ/ଚଣ୍ଡିଗଡ: ବହୁଚର୍ଚ୍ଚିତ ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡର ତଦନ୍ତରେ ସାମ୍ନାକୁ ଆସିବାରେ ଲାଗିଛି ନୂଆ ନୂଆ ତଥ୍ଯ । ଏହି ହାଇପ୍ରୋଫାଇଲ ମର୍ଡର କେସର ଚେର ପାକିସ୍ତାନ ପର୍ଯ୍ୟନ୍ତ ମଧ୍ୟ ଲମ୍ବିଛି । ହତ୍ୟାକାଣ୍ଡର ପ୍ଲାନ ଦିଲ୍ଲୀ କିମ୍ବା ପଞ୍ଜାବରେ ମୁହେଁ ବରଂ ଉତ୍ତର ପ୍ରଦେଶରେ ହୋଇଥିଲା । ଘଟଣାରେ ସମ୍ପୃକ୍ତ ଏକାଧିକ ଅଭିଯୁକ୍ତଙ୍କ ଫଟୋ ତଦନ୍ତକାରୀ ସଂସ୍ଥା ହାତରେ ଲାଗିଛି । ଏପରିକି ସୁଟରମାନେ ହତ୍ୟାକାଣ୍ଡ ଭିଆଇବା ପୂର୍ବରୁ ଉତ୍ତର ପ୍ରଦେଶର ଏକାଧିକ ସ୍ଥାନରେ ବୁଲିଥିଲେ ଓ ରହିଥିଲେ ମଧ୍ୟ ।

ଏବେ ପୋଲିସ ହାତରେ ଲାଗିଥିବା ତଥ୍ୟ ଅନୁସାରେ, ହତ୍ୟାକାଣ୍ଡରେ ସମ୍ପୃକ୍ତ ସୁଟରମାନେ ଉତ୍ତର ପ୍ରଦେଶର ଅଯୋଧ୍ୟା ଓ ଲକ୍ଷ୍ନୌର ଏକାଧିକ ସ୍ଥାନରେ ରହିଥିଲେ । ସେମାନେ ସାଙ୍ଗରେ ଅତ୍ୟାଧୁନିକ ମାରଣାସ୍ତ୍ର ମଧ୍ୟ ରଖିବା ସହ ଫଟୋ ଉଠାଇଥିଲେ । ଏହି ଅଭିଯୁକ୍ତମାନେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସହଯୋଗୀ ଅପରାଧୀ । ଏମାନେ ସାଙ୍ଗରେ ଧରିଥିବା ଏକାଧିକ ମାରଣାସ୍ତ୍ର ପାକିସ୍ତାନରୁ ଅଣାଯାଇଥିବା ମଧ୍ୟ ସନ୍ଦେହ କରାଯାଉଛି ।

ଏହି ସବୁ ଫଟୋ ସୁଟରମାନେ ପଞ୍ଜାବରେ ହତ୍ୟାକାଣ୍ଡକୁ ରୂପ ଦେବା ପୂର୍ବରୁ ଉଠାଇଥିଲେ । ପଞ୍ଜାବ ମନସାରେ ଏମାନେ ହତ୍ୟାକାଣ୍ଡ ଭିଆଇବା ପରେ ଫେରାର ହୋଇଯାଇଥିଲେ । ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଓ ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବରାରର ବିଦେଶୀ ମାଫିଆଙ୍କ ସହ ଲିଙ୍କ ମଧ୍ୟ ରହିଛି । ତେଣୁ ଏହି ହତ୍ଯାକାଣ୍ଡ ପାଇଁ ଏକାଧିକ ଅତ୍ୟାଧୁନିକ ମାରଣାସ୍ତ୍ର ପାକିସ୍ତାନରୁ ଆସିଥିବା ମଧ୍ୟ ସନ୍ଦେହ କରାଯାଉଛି । ପୋଲିସ ବିଦେଶୀ ହତିଆର ସମ୍ପର୍କରେ ମଧ୍ୟ ତଦନ୍ତ କରିପାରେ ।

ଏହା ମଧ୍ୟ ପଢନ୍ତୁ:- Sidhu Moosewala Murder Case: ରିମାଣ୍ଡରେ ବିଦେଶରୁ ଗିରଫ ମାଷ୍ଟରମାଇଣ୍ଡ ସଚିନ ବିଷ୍ଣୋଇ

ଗତବର୍ଷ 2022 ମେ’ ମାସ 29 ତାରିଖରେ ପଞ୍ଜାବର ମନସା ଜିଲ୍ଲାରେ ସିଦ୍ଧୁ ମୁସେୱାଲା ଏକ ଜିପରେ ଯାଉଥିବା ବେଳେ ସ୍ପଷ୍ଟ ଦିବାଲୋକରେ ତାଙ୍କୁ ପ୍ରାୟ 30 ରାଉଣ୍ଡ ଗୁଳି ଚଳାଇ ହତ୍ୟା କରାଯାଇଥିଲା । ଏକାଧିକ ସୁଟରଙ୍କ ଏକ ଗୋଷ୍ଠୀ ତାଙ୍କୁ ପୂର୍ବ ଯୋଜନବଦ୍ଧ ଭାବେ ହତ୍ୟା କରି ଫେରାର ହୋଇଯାଇଥିଲେ । କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଏବଂ ତାର ସହଯୋଗୀ ଗୋଲଡି ବରାର ଏହି ହତ୍ୟାକାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଥିଲା । ପରେ ଏହି ଗୋଷ୍ଠୀର ସମ୍ପୃକ୍ତି ଥିବା ମଧ୍ୟ ପୋଲିସ ସ୍ପଷ୍ଟ କରିଥିଲା । ଏବେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଚିନ ବିଷ୍ଣୋଇ ସମେତ ଏକାଧିକ ସୁଟରଙ୍କୁ ଗିରଫ କାରଯାଇ ସାରିଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.