ETV Bharat / bharat

ଇନ୍ଦୋରରୁ ଗିରଫ ସନ୍ଦିଗ୍ଧ ଆତଙ୍କୀ ପାଖରୁ ହଂକଂ ପାସପୋର୍ଟ ଜବତ, ୪ ଦେଶରେ କରିଛି ବିବାହ

author img

By

Published : Feb 28, 2023, 10:39 PM IST

ଇନ୍ଦୋରରୁ ଗିରଫ ସନ୍ଦିଗ୍ଧ ଆତଙ୍କୀ ପାଖରୁ ହଂକଂ ପାସପୋର୍ଟ ଜବତ, ଭାରତ ସମେତ ୪ ଦେଶରେ କରିଛି ବିବାହ
ଇନ୍ଦୋରରୁ ଗିରଫ ସନ୍ଦିଗ୍ଧ ଆତଙ୍କୀ ପାଖରୁ ହଂକଂ ପାସପୋର୍ଟ ଜବତ, ଭାରତ ସମେତ ୪ ଦେଶରେ କରିଛି ବିବାହ

ଇନ୍ଦୋରରୁ ଗିରଫ ସନ୍ଦିଗ୍ଧ ଆତଙ୍କୀ ପାଖରୁ ମିଳିଲା ହଂକଂ ପାସପୋର୍ଟ । ଭାରତ ସମେତ ୪ ଦେଶରେ କରିଛି ବିବାହ । ଅଧିକ ପଢନ୍ତୁ

ଭୋପାଲ: ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ଏବଂ ମୁମ୍ବାଇ ପୋଲିସର ସୂଚନା ଆଧାରରେ ଇନ୍ଦୋରରୁ ଗିରଫ ହୋଇଥିବା ସନ୍ଦିଗ୍ଧ ଆତଙ୍କବାଦୀ ସରଫରାଜକୁ ନେଇ ବଡ ତଥ୍ୟ ପୋଲିସ ହାତରେ ଲାଗିଛି । ସନ୍ଦିଗ୍ଧ ଆତଙ୍କୀକୁ ପଚରାଉଚରା ବେଳେ ଅନେକ ତଥ୍ୟ ସାମ୍ନାକୁ ଆସିଛି ଯାହା ଆଶ୍ଚର୍ଯ୍ୟ କରିଦେଇଛି । ଗିରଫ ସନ୍ଦିଗ୍ଧ ନିକଟରୁ ହଂକଂ ପାସପୋର୍ଟ ମିଳିଛି । ଏହା ସହ ମିଳିଥିବା ପାସପୋର୍ଟରେ ଚାଇନା ଏବଂ ହଂକଂରେ ଇମିଗ୍ରେସନର ରେକର୍ଡ ମଧ୍ୟ ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ, ପଚରାଉଚରା ବେଳେ ଆତଙ୍କୀ ମୋଟ ୪ଟି ବିବାହ କରିଥିବା ଜଣାପଡିଛି । ସରଫରାଜ କେବଳ ଭାରତରେ ନୁହେଁ ଚୀନ୍ ଏବଂ ହଂକଂରେ ମୋଟ ଚାରୋଟି ବିବାହ କରିଛି ।

ବିଶେଷ କଥା ହେଉଛି ସରଫରାଜ ମାତ୍ର ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛି । ହେଲେ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ସେ ଏସବୁ କରିବାରେ ସଫଳ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବର୍ତ୍ତମାନ ତାର ଗିରଫଦାରୀ ପରେ ତାର ପରିବାରର ଆତଙ୍କବାଦୀ ପୃଷ୍ଠଭୂମି ରହିଛି କି ନାହିଁ ସେ ସମ୍ପର୍କରେ ତଦନ୍ତକାରୀ ସଂସ୍ଥା ତଦନ୍ତ ଜାରି ରଖିଛି । ସେହିପରି ସେ ଭାରତ ସମେତ ବିଭିନ୍ନ ଦେଶରେ କରିଥିବା ବିବାହ ସମ୍ପର୍କରେ ତଥ୍ୟ ହାସଲ କରିବାକୁ ପ୍ରୟାସ କରୁଛି ପୋଲିସ । ସମ୍ପୃକ୍ତ ମହିଳାମାନଙ୍କୁ ମଧ୍ୟ ଜେରା କରାଯିବା ନେଇ ସୂଚନା ରହିଛି ।

ଗତକାଲି (ସୋମବାର) ସନ୍ଧ୍ୟାରେ ଇନ୍ଦୋର ଇଣ୍ଟେଲିଜେନ୍ସ ଜାତୀୟ ତଦନ୍ତକାରୀ ସଂସ୍ଥାର ସୂଚନା ଅନୁସାରେ ସରଫରାଜକୁ ଗିରଫ କରିଛି । ମୁମ୍ବାଇ ପୋଲିସ ଏବଂ ଏଟିଏସ୍ ଏହି ଆତଙ୍କବାଦୀ ସମ୍ପର୍କରେ ଏନଆଇଏ ପକ୍ଷରୁ ବିଭିନ୍ନ ଇନପୁଟ ସୂଚନା ପାଇ ଗିରଫ ମିଶନ ଆରମ୍ଭ କରିଥିଲା । ଅନ୍ୟପକ୍ଷରେ ଆଜି ଏହି ଘଟଣା ସାମ୍ନାକୁ ଆସିବା ପରେ ମଧ୍ୟ ପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ସ୍ପଷ୍ଟ କରିଛନ୍ତି ଯେ ଏଭଳି ରାଷ୍ଟ୍ର ବିରୋଧୀ ଗୋଷ୍ଠୀ କିମ୍ବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବର୍ତ୍ତମାନ ଆତଙ୍କବାଦୀ କୁହାଯାଉଥିବା ସରଫରାଜକୁ ଏକାଧିକ ସଂସ୍ଥା ପଚରାଉଚରା କରୁଛନ୍ତି । ଅନୁସନ୍ଧାନ ପରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସେ ସୂଚନା ଦେଇଛନ୍ତି ।

ଏନଆଇଏ ଏବଂ ମୁମ୍ବାଇ ଏଟିଏସ୍ ଇନ୍ଦୋର ପୋଲିସକୁ ଏହି ଆତଙ୍କୀ ସମ୍ପର୍କରେ ପ୍ରଥମେ ସୂଚନା ଦେଇଥିଲା । ସରଫରାଜ ଚନ୍ଦନ ନଗରର ଗ୍ରୀନ୍ ପାର୍କର ଏକ ଆପାର୍ଟମେଣ୍ଟର ରହୁଥିବା ଜଣାପଡିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ପ୍ରଥମେ ଅଭିଯୁକ୍ତର ପିତାମାତାଙ୍କୁ ଗିରଫ କରାଯାଇଥିଲା । ପରେ ତାକୁ ମଧ୍ୟ ଗିରଫ କରାଯାଇ ଜେରା ଜାରି ରଖିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.