ଭାରତରେ ମହାମାରୀର ଦ୍ବିତୀୟ ଲହରୀ: ଆମର କେଉଁଠି ଭୁଲ୍ ରହିଗଲା ?

author img

By

Published : Apr 27, 2021, 12:43 PM IST

ଭାରତରେ ମହାମାରୀର ଦ୍ବିତୀୟ ଲହରୀ: ଆମର କେଉଁଠି ଭୁଲ୍ ରହିଗଲା?

କୋଭିଡ ମହାମାରୀ ନିୟନ୍ତ୍ରଣ କରିବାରେ ଏକ ଦେଶ, ସମାଜ ଏବଂ ସର୍ବୋପରି ବ୍ୟକ୍ତିଗତ ସ୍ତରରେ ଆମ କ’ଣ ଭୁଲ୍ କରିଛେ ? ବର୍ତ୍ତମାନ ସାରା ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମି ପଙ୍ଗୁ ହୋଇ ପଡ଼ିଥିବା ବେଳେ ଏବଂ ଲୋକେ ଅକ୍ସିଜେନ ନପାଇ ଡହଳବିକଳ ହେଉଥିବା ବେଳେ ଉତ୍ତର ମିଳୁନଥିବା କିମ୍ବା ଆମକୁ ଆଚ୍ଛାଦିତ କରି ରଖିଥିବା ଏହି ପ୍ରଶ୍ନର ଏବେ କୌଣସି ଫରକ୍ ପଡୁନାହିଁ । ଅଧିକ ପଢନ୍ତୁ...

କୋଭିଡ ମହାମାରୀ ନିୟନ୍ତ୍ରଣ କରିବାରେ ଏକ ଦେଶ, ସମାଜ ଏବଂ ସର୍ବୋପରି ବ୍ୟକ୍ତିଗତ ସ୍ତରରେ ଆମ କ’ଣ ଭୁଲ୍ କରିଛେ? ବର୍ତ୍ତମାନ ସାରା ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମି ପଙ୍ଗୁ ହୋଇ ପଡ଼ିଥିବା ବେଳେ ଏବଂ ଲୋକେ ଅକ୍ସିଜେନ ନପାଇ ଡହଳବିକଳ ହେଉଥିବା ବେଳେ ଉତ୍ତର ମିଳୁନଥିବା କିମ୍ବା ଆମକୁ ଆଚ୍ଛାଦିତ କରି ରଖିଥିବା ଏହି ପ୍ରଶ୍ନର ଏବେ କୌଣସି ଫରକ୍ ପଡୁନାହିଁ ।

ଡାକ୍ତରମାନେ ବିଶେଷକରି ନିର୍ଦ୍ଦିଷ୍ଟ କ୍ଷେତ୍ରର ବିଶେଷଜ୍ଞମାନେ କୋଭିଡର ବିପଦ ନେଇ ସତର୍କ ସୂଚନା ଦେଇ ଚାଲିଥିଲେ କିନ୍ତୁ କେହି ଏଥିପ୍ରତି କର୍ଣ୍ଣପାତ କରୁନଥିବା ଦେଖା ଯାଇଥିଲା । ପ୍ରଥମ ଲହରୀ ପରେ କୋଭିଡ-19 ମହାମାରୀକୁ ନିୟନ୍ତ୍ରଣ କରିବା ନେଇ ଉତ୍ସବ ମନାଇବା ଆରମ୍ଭ ହୋଇଗଲା, ଡାକ୍ତର ଓ ସ୍ବାସ୍ଥ୍ୟସେବା ଦିଗରେ କାମ କରୁଥିବା ଲୋକଙ୍କ ବ୍ୟତୀତ ଅନ୍ୟମାନେ କୋରୋନା ନିୟନ୍ତ୍ରିତ ହୋଇଯିବା ନେଇ ଅଧିକ ମାତ୍ରାରେ ଆନନ୍ଦିତ ହେବା ଲକ୍ଷ୍ୟ କରାଗଲା ।

ମାତ୍ର ଦୁଇ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏକ ଦ୍ବୀପ ରାଷ୍ଟ୍ର ଆମର ପଡ଼ୋଶୀ ଶ୍ରୀଲଙ୍କାରେ କୋରୋନା କାଳରେ ଅନୁଷ୍ଠିତ ନିର୍ବାଚନ 136 କୋଟି ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ଭାରତରେ ନିର୍ବାଚନ କରିବାକୁ ଉତ୍ସାହିତ କରିଥିଲା। କୋଭିଡ କାଳରେ ନିର୍ବାଚନ ପରିଚାଳନା କରିବାରେ ଶ୍ରୀଲଙ୍କା ଥିଲା ବିଶ୍ବର ପ୍ରଥମ ରାଷ୍ଟ୍ର । ଶ୍ରୀଲଙ୍କାରେ ଗୋଟାବାୟା ନିର୍ବାଚିତ ହୋଇ କ୍ଷମତାକୁ ଆସିବା ପରେ ପରେ ଭାରତର ବିହାରରେ ନିର୍ବାଚନ ଜରିଆରେ ସରକାର ଗଠନ କରାଯାଇଥିଲା । କିନ୍ତୁ ସେତେବେଳର ସ୍ଥିତି ବର୍ତ୍ତମାନର ଅବସ୍ଥା ଭଳି ଚିନ୍ତାଜନକ ନଥିଲା, ତଥାପି ବିହାର ନିର୍ବାଚନ ସମୟରେ ନିର୍ବାଚନ ରାଲି ଅନେକାଂଶର ଭର୍ଚୁଆଲ କିମ୍ବା ଅନଲାଇନରେ ହୋଇଥିଲା । ନିର୍ବାଚନ ସମୟରେ ସମସ୍ତେ ପ୍ରତିଶ୍ରୁତି ଦେଇଥିଲେ ଯେ, ଯେତେବେଳେ ସାଧାରଣରେ ବ୍ୟବହାର ପାଇଁ ଟିକାକୁ ଅନୁମତି ମିଳିଯିବ ସେତେବେଳେ ମାଗଣାରେ ଟୀକାକରଣ କରାଯିବ । କିନ୍ତୁ ଟିକା ପ୍ରସ୍ତୁତ ହେବା ପରେ ପଡ଼ୋଶୀ ଦେଶକୁ ଏହା ପଠାଗଲା । ଅବଶ୍ୟ ଏହି ଟିକା କୂଟନୀତି ପାଇଁ ବହୁମୂଲ୍ୟ ଦେବାକୁ ପଡିଛି ।

ଭାରତରେ ପ୍ରତିଦିନ ତିନି ଲକ୍ଷରୁ ଅଧିକ ଲୋକ କୋଭିଡ ପଜିଟିଭ ଚିହ୍ନଟ ହେଉଛନ୍ତି, ସୁତରାଂ ଶ୍ମଶାନ ଏବଂ କବରସ୍ତାନର ଶବ ସତ୍କାର ପାଇଁ ଜାଗା ମିଳୁନାହିଁ । ଦୁଇଟି ଜିନିଷ ମାସ୍କ ଏବଂ ଟିକା ଆମକୁ ଏହି ମହାବିପତ୍ତିରୁ ରକ୍ଷା କରିପାରିବ। ବର୍ତ୍ତମାନ ମାସ୍କ ପିନ୍ଧିବା ଲୋକଙ୍କ ଧର୍ମ ହୋଇସାରିଲାଣି, ଏପରିକି କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ପରାମର୍ଶ କ୍ରମେ ଲୋକେ ଘର ଭିତରେ ମଧ୍ୟ ମାସ୍କ ପିନ୍ଧିବା ଆରମ୍ଭ କଲେଣି । ଟିକା ନେବା କ୍ଷେତ୍ରରେ ସମସ୍ୟା ହେଉଛି ଏହାର ଅଭାବ । ଆବଶ୍ୟକତା ଅନୁଯାୟୀ ଟିକା ଉତ୍ପାଦନ ହୋଇପାରୁନାହିଁ, ଫଳରେ ଟୀକାକରଣ ମନ୍ଥର ଗତିରେ ଚାଲିଛି । ଏ ଦିଗରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାକୁ ହେଲେ ଆହୁରି କିଛି ମାସ ଲାଗିଯିବ । ସେତେଦିନ ଯାଏଁ ଲୋକେ ନିଜେ ସଚେତନ ହେବା ସହିତ ନିଜ ସ୍ତରରେ ସାବଧାନତା ରହି ଭୂତାଣୁର ସଂକ୍ରମଣ ରୋକିବାକୁ ହେବ ।

ପ୍ରତିଦିନ ଭାରତର କୋଣ ଅନୁକୋଣରୁ କୋରୋନା ପଜିଟିଭ ସଂଖ୍ୟା ନେଇ ଯେଉଁ ତଥ୍ୟ ଆସୁଛି ତାହା ଶୁଣିଲେ ମନରେ ଭୟ ଜାତ ହେଉଛି ଏବଂ ସରକାର ଓ ବିଶେଷଜ୍ଞଙ୍କ ମତରେ କୋରୋନାର ଦ୍ବିତୀୟ ଲହରୀ ଏବେ ବି ପିକ୍ ବା ସର୍ବୋଚ୍ଚ ସ୍ତରରେ ପହଞ୍ଚିନାହିଁ । କୋଭିଡ-19 କିପରି ଅବସ୍ଥାରେ ଶିଖର ଛୁଇଁବ ତାହା ଭାବିବା ବେଳକୁ ମନରେ ଭୟ ବଢିଯାଉଛି ।

ଦେଶ ସାରା ବିଶେଷ କରି ଉତ୍ତର ପ୍ରଦେଶ କିମ୍ବା ମହାରାଷ୍ଟ୍ର ଏବଂ ଦେଶର ରାଜଧାନୀ ସହର ଦିଲ୍ଲୀ ପରି ଅଧିକ ଜନାକୀର୍ଣ୍ଣ ରାଜ୍ୟଗୁଡିକରେ କୋରୋନାରେ ମୃତକଙ୍କ ଶବ ଦାହ ପାଇଁ ଶ୍ମଶାନଗୁଡ଼ିକରେ ଲମ୍ବା ଧାଡି ଦେଖିବାକୁ ମିଳୁଛି । କୋରୋନା କିପରି ଭୟଙ୍କର ରୂପ ନେଲା, କାହିଁକି କୋଭିଡ ମାର୍ଗଦର୍ଶିକା ସରକାରୀ ସ୍ତରରେ ଅନୁସରଣ କରାଗଲା ନାହିଁ କିମ୍ବା କାର୍ଯ୍ୟକାରୀ ହେଲାନାହିଁ ତାହାକୁ ନେଇ ସାଧାରଣରେ ନାନା ଆଲୋଚନା ହେଲା । ଏବେ ନ୍ୟାୟପାଳିକା ଲୋକଙ୍କ କଥାକୁ ସାମନାକୁ ଆଣିଛି ଏବଂ କାହିଁକି ଏହି ଅଦୃଶ୍ୟ ଭୂତାଣୁ ସଂକ୍ରମିତ ହୋଇଛି ତାହା ବୁଝିବା ଉଚିତ ବୋଲି ନ୍ୟାୟପାଳିକା ମତ ଦେଇଛି ।

ଦେଶରେ କୋଭିଡ-19 ମହାମାରୀର ଦ୍ବିତୀୟ ଲହରୀ ପାଇଁ ନିର୍ବାଚନ କମିଶନ ହିଁ କେବଳ ଦାୟୀ ବୋଲି ମାଡ୍ରାସ ହାଇକୋର୍ଟ ସୋମବାର ଦିନ କହିଛନ୍ତି । କୋର୍ଟ କହିଛନ୍ତି ଯେ, ନିର୍ବାଚନ କମିଶନ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ଚଳାଇବା ଉଚିତ୍ । ନିର୍ବାଚନ ହେଉଥିବା ରାଜ୍ୟଗୁଡ଼ିକରେ ନିର୍ବାଚନ ରାଲି ସମ୍ପର୍କରେ ଉଲ୍ଲେଖ କରି କୋର୍ଟ ନିର୍ବାଚନ କମିଶନଙ୍କୁ ପଚାରିଛନ୍ତି ଯେ, ଏସବୁ ରାଲି ହେବା ବେଳେ ନିର୍ବାଚନ କମିଶନ ଏକ ଅଲଗା ଗ୍ରହରେ ଥିଲେ କି ?

ବାସ୍ତବରେ ଯେତେବେଳେ ପ୍ରତିଦିନ ଶ୍ମଶାନ ଓ କବରସ୍ତାନଗୁଡ଼ିକରେ ଶବ ଜମିବାରେ ଲାଗୁଥିଲା ସେତେବେଳେ କୋରୋନାର ପ୍ରଭାବ ତୁଳନାରେ ଟିଭି ସ୍କ୍ରିନ୍ ଗୁଡ଼ିକରେ ନିର୍ବାଚନ ସଭା ଓ ରାଲିର ଚିତ୍ର ଅଧିକ ଦେଖିବାକୁ ମିଳୁଥିଲା । ଅନେକାଂଶରେ ପଶ୍ଚିମ ବଙ୍ଗରେ ହେଉଥିବା ନିର୍ବାଚନ ପ୍ରଚାରରେ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ଆଞ୍ଚଳିକ ଦଳ ଆଗରେ ନିଜର ଶକ୍ତି ପ୍ରଦର୍ଶନ କରୁଥିଲା ଦେଶ ଶାସନରେ ଥିବା ଦଳ। କିଏ କେତେ ଅଧିକ ଲୋକଙ୍କୁ ନେଇ ରାଲି କରୁଥିଲା ତାହା ଅଧିକ ପ୍ରଦର୍ଶିତ ହେଉଥିଲା ।

ରାଲିରେ ନେତାଙ୍କ ଭାଷଣ ଶୁଣିବାକୁ ଆସୁଥିବା ଲକ୍ଷ ଲକ୍ଷ ଲୋକଙ୍କୁ କିନ୍ତୁ ରାଜନେତାମାନେ ସେମାନଙ୍କ ଭାଷଣରେ କୋରୋନା ନେଇ କୌଣସି ସତର୍କ ସୂଚନା ଦେଉନଥିଲେ । ନେତାମାନଙ୍କର କେବଳ ଆତ୍ମପ୍ରଶଂସା ଏଭଂ ନିର୍ବାଚନୀ ଉଷ୍ମତ୍ତାରୁ ଲାଗୁଥିଲା ବାସ୍ତବିକ ଏହା ଭାରତର ଏକ ବୃହତ୍ ପର୍ବ । ଏହାଦ୍ବାରା ହିଁ ଆରଟି- ପିସିଆର ଟେଷ୍ଟରେ କୋଲକାତାର ପ୍ରତି ଦୁଇଜଣଙ୍କ ମଧ୍ୟରୁ ଜଣେ ଏବେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି, ଏପରିକି ସେମାନଙ୍କ ଶରୀରରେ ଅସୁସ୍ଥତାର କିଛି ଲକ୍ଷଣ ନଥାଇ ମଧ୍ୟ ସେମାନେ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ଉତ୍ତର ପ୍ରଦେଶର କୁମ୍ଭ ମେଳା ଯେଉଁଠି କି ଲକ୍ଷ ଲକ୍ଷ ଲୋକ ସପ୍ତାହ ଧରି ଗୋଟିଏ ସ୍ଥାନରେ ଏକାଠି ହୁଅନ୍ତି ସେକଥା ନକହିବା ଭଲ। ଯେଉଁମାନେ କୋଭିଡ ମାର୍ଗଦର୍ଶିକାକୁ ପୂର୍ବରୁ ଉଲ୍ଲଂଘନ କରୁଥିଲେ ସେହି ନେତାମାନେ ଏବେ ତାହାରି ସପକ୍ଷରେ ଲୋକଙ୍କୁ ବାଣୀ ଶୁଣାଉଛନ୍ତି ।


ବିଲାଲ ଭଟ୍ଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.