ETV Bharat / bharat

ଋଷିଆରେ ପଢିପାରିବେ ୟୁକ୍ରେନ ଫେରନ୍ତା ଭାରତୀୟ ଛାତ୍ରଛାତ୍ରୀ

author img

By

Published : Nov 11, 2022, 7:36 AM IST

ଯୁଦ୍ଧ ଯୋଗୁଁ ୟୁକ୍ରେନ ଛାଡିଥିବା ମେଡିକାଲ ଛାତ୍ରଛାତ୍ରୀ ଋଷିଆରେ ପଢିପାରିବେ । ସୂଚନା ଦେଲେ ଚେନ୍ନାଇରେ ଋଷିଆ ବାଣିଜ୍ୟିକ ରାଷ୍ଟ୍ରଦୂତ ଓଲେଗ ଅବଦୀବ । ଅଧିକ ପଢନ୍ତୁ

ଋଷିଆରେ ପଢିପାରିବେ ୟୁକ୍ରେନ ଫେରନ୍ତା ଭାରତୀୟ ଛାତ୍ରଛାତ୍ରୀ
ଋଷିଆରେ ପଢିପାରିବେ ୟୁକ୍ରେନ ଫେରନ୍ତା ଭାରତୀୟ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଋଷିଆରେ ପଢିପାରିବେ ୟୁକ୍ରେନ ଫେରାନ୍ତା ମେଡିକାଲ ଛାତ୍ରଛାତ୍ରୀ । ଯୁଦ୍ଧ ଯୋଗୁଁ ୟୁକ୍ରେନ ଛାଡିଥିବା ପ୍ରବାସୀ ଭାରତୀୟ ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ ଅଫର ଦେଇଛି ଋଷିଆ । ଡାକ୍ତରୀ ଛାତ୍ରଛାତ୍ରୀ ଚାହିଁଲେ ଋଷିଆରେ ନିଜର ଶିକ୍ଷା ପୁରା କରିପାରିବେ(Indian students can complete education in Russia) । କାରଣ ଋଷିଆର ମେଡିକାଲ ସିଲାବସ୍ ୟୁକ୍ରେନ ସିଲାବସ୍ ସହ ପ୍ରାୟତଃ ସମାନ । ୟୁକ୍ରେନର ଅଧିକାଂଶ ଲୋକ ଋଷୀୟ ଭାଷାରେ କଥା ହୁଅନ୍ତି । ସେଥିପାଇଁ ଛାତ୍ରଛାତ୍ରୀ ମଧ୍ୟ ଏହି ଭାଷା ଜାଣନ୍ତି । ତେଣୁ ୟୁକ୍ରେନରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଋଷିଆରେ ପଢିବା ପାଇଁ ସ୍ବାଗତ କରାଯିବ । ଚେନ୍ନାଇରେ ଥିବା ଋଷିଆର ବାଣିଜ୍ୟିକ ରାଷ୍ଟ୍ରଦୂତ ଓଲେଗ ଅବଦୀବ(Oleg Avdeev) ଏହିକଥା କହିଛନ୍ତି ।

ଚଳିତ ବର୍ଷ ଫେବୃୟାରୀରୁ ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ ସ୍ଥିତି ଲାଗି ରହିଛି । ଏହାଯୋଗୁଁ ଯୁଦ୍ଧଗ୍ରସ୍ତ ଦେଶରେ ପାଠ ପଢୁଥିବା ହଜାର ହଜାର ଭାରତୀୟ ଛାତ୍ରଙ୍କ କ୍ୟାରିୟର ବଳି ପଡିଯାଇଛି । ଯୁଦ୍ଧରୁ ପ୍ରାଣ ବଞ୍ଚାଇବା ପାଇଁ ଶତାଧିକ ଡାକ୍ତରୀ ଛାତ୍ରଛାତ୍ରୀ ସ୍ବଦେଶ ଫେରିଆସିଛନ୍ତି । ହେଲେ ଭାରତରେ ପଢିବାର ସୁଯୋଗ ପାଉନାହାଁନ୍ତି । ନିଜର ଭବିଷ୍ୟତ ନେଇ ଏହି ଛାତ୍ରଛାତ୍ରୀ ଚିନ୍ତାରେ ଥିବାବେଳେ ଋଷିଆରେ ନିଜର ମେଡିକାଲ ଶିକ୍ଷା ପୁରା କରିବାକୁ ସୁଯୋଗ ମିଳିଛି । ଏ ସମ୍ପର୍କରେ ଚେନ୍ନାଇରେ ଋଷିଆର ବାଣିଜ୍ୟିକ ରାଷ୍ଟ୍ରଦୂତ ଜଣାଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ଲାଲୁ ପ୍ରସାଦଙ୍କୁ କିଡନୀ ଦେବେ ଝିଅ ରୋହିନୀ, ଖୁବଶୀଘ୍ର ହେବ ପ୍ରତିରୋପଣ

ତେବେ ଋଷିଆର ତୈଳ ରପ୍ତାନୀ ସମ୍ପର୍କିତ ପ୍ରଶ୍ନରେ ଓଲେଗ ଅବଦୀବ କହିଛନ୍ତି, ''ଚଳିତ ବର୍ଷ ଆରମ୍ଭରୁ ଋଷିଆର ତୈଳ ରପ୍ତାନୀ ୨ ପ୍ରତିଶତରୁ ୨୨ ପ୍ରତିଶତକୁ ବୃଦ୍ଧି ପାଇଛି । ଋଷିଆ ଇରାକ ଓ ସାଉଦି ଆରବ ଭଳି ବୃହତ୍ ତୈଳ ଉତ୍ପାଦନକାରୀ ରାଷ୍ଟ୍ରର ଅନ୍ୟତମ ବିକଳ୍ପ ଭାବେ ଉଭା ହୋଇଛି ।'' ଏହାସହିତ ଋଷିଆରୁ ଭାରତର ତୈଳ ଆମଦାନୀ ପ୍ରସଙ୍ଗରେ ବିଦେଶ ମନ୍ତ୍ରୀ ଜୟଶଙ୍କରଙ୍କ ଟିପ୍ପଣୀକୁ ଋଷୀୟ ରାଷ୍ଟ୍ରଦୂତ ପ୍ରଶଂସା କରିଛନ୍ତି । ଭାରତର ସରକାର ଜଣେ ଦାୟିତ୍ବବାନ ସରକାର ଏବଂ ନିଜ ଉପଭୋକ୍ତାଙ୍କ ସ୍ବାର୍ଥକୁ ଦୃଷ୍ଟି ଦେବା ଆବଶ୍ୟକ ବୋଲି ଋଷିଆରୁ ତୈଳ ଆଣିବା ପ୍ରସଙ୍ଗରେ ଜୟଶଙ୍କର କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.