ETV Bharat / bharat

Budget 2023: କର୍ପୋରେଟ ସେକ୍ଟରକୁ ୭୫୬.୧୯ କୋଟି

author img

By

Published : Feb 1, 2023, 10:51 PM IST

Updated : Feb 2, 2023, 6:37 AM IST

budget for corporate sector
budget for corporate sector

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୩-୨୪ ବଜେଟରେ କର୍ପୋରେଟ ସେକ୍ଟର ଲାଗି ପୂର୍ବାପେକ୍ଷା ଅଧିକ ଅର୍ଥ ଆବଣ୍ଟନ କରିଛନ୍ତି । କର୍ପୋରେଟ ସେକ୍ଟର ଲାଗି ୭୫୬.୧୯ କୋଟି ବ୍ୟୟ ବରାଦ ହୋଇଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୩-୨୪ ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଆଗତ କରିଛନ୍ତି । କର୍ପୋରେଟ ସେକ୍ଟର ଲାଗି ୭୫୬.୧୯ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଏହି ଅର୍ଥ ପୂର୍ବବର୍ଷ ଅପେକ୍ଷା ଅଧିକ । ପୂର୍ବ ବର୍ଷ (ଆର୍ଥିକ ବର୍ଷ ୨୦୨୨-୨୩) ଲାଗି କେନ୍ଦ୍ର ସରକାର ବଜେଟରେ ପ୍ରଥମେ ୭୩୩.୦୨ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଏହାକୁ ୬୩୦.୩୬ କୋଟି ଟଙ୍କାକୁ ହ୍ରାସ କରାଯାଇଥିଲା ।

  • Why we at RPG love this budget? It’s RRR once again!
    - Railways
    - Renewables
    - Reforms
    A Naatu Naatu budget for the whole country putting us on track to conquer the golden globe.#ExcitingTimes #Budget2023

    — Harsh Goenka (@hvgoenka) February 1, 2023 " class="align-text-top noRightClick twitterSection" data=" ">

କର୍ପୋରେଟ ସେକ୍ଟର ଲାଗି ବ୍ୟୟ ଅଟକଳ ମଧ୍ୟରୁ ରାଜସ୍ବ ବିଭାଗ ପକ୍ଷରୁ ୭୧୪.୧୯ କୋଟି ଓ ପୁଞ୍ଜି ପକ୍ଷରୁ ୪୨ କୋଟି ଟଙ୍କା ଅର୍ଥ ପ୍ରାପ୍ତ ହେବ । ଆଗାମୀ ଆର୍ଥିକ ବର୍ଷରେ ବିଭିନ୍ନ ସଂସ୍ଥା ପାଇଁ ଖର୍ଚ୍ଚ ଲାଗି ବ୍ୟୟ ଅଟକଳକୁ ବୃଦ୍ଧି କରାଯାଇ ୩୩୦ କୋଟି ଟଙ୍କା କରାଯାଇଛି । ଗମ୍ଭୀର ଜାଲିଆତି ଅନୁସନ୍ଧାନ କାର୍ଯ୍ୟାଳୟ (SFIO), ନ୍ୟାସନାଲ କମ୍ପାନୀ ଆଇନ ଟ୍ରିବ୍ୟୁନାଲ (NCLT), ନ୍ୟାସନାଲ କମ୍ପାନୀ ଆଇନ ଅପିଲ ଟ୍ରିବ୍ୟୁନାଲ (NCLAT), ଜାତୀୟ ଆର୍ଥିକ ରିପୋର୍ଟିଂ ଅଥୋରିଟି (NFRA), ଜାତୀୟ ଆର୍ଥିକ ରିପୋର୍ଟ ଅପିଲ ପ୍ରାଧିକରଣ (NFRAA) ଏବଂ ନିବେଶକ ଶିକ୍ଷା ଓ ସୁରକ୍ଷା ପାଣ୍ଠି (IEPF) କର୍ତ୍ତୃପକ୍ଷଙ୍କ ସମେତ ଅନ୍ୟ ସଂଗଠନର ଖର୍ଚ୍ଚ ମଧ୍ୟ ବଜେଟରେ ଅନ୍ତର୍ଭୁକ୍ତ କରାଯାଇଛି ।

  • Budget with vision, structure,discipline. Immediate benefits to all individual earners. Continues measured path of fiscal consolidation. Sets foundation to increase every Indian’s per capita income exponentially from 1.97 lakhs( 2400$).True to its name: 1st budget for Amritkaal.

    — Uday Kotak (@udaykotak) February 1, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ- Budget 2023: ସର୍ବବ୍ୟାପୀ ସର୍ବସ୍ପର୍ଶୀ ଓ ବିକଶିତ ଭାରତ ପାଇଁ ବଜେଟ: କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭାରତର ପ୍ରତିଯୋଗିତା ଆୟୋଗ (CCI) ପାଇଁ ୫୧ କୋଟି ଟଙ୍କା ଅର୍ଥ ଆବଣ୍ଟନ କରାଯାଇଛି । ଯାହାକି ଆର୍ଥିକ ବର୍ଷ ୨୦୨୨-୨୩ ତୁଳନାରେ ୪୬ କୋଟି ଟଙ୍କା ଅଧିକ । IBBI ଲାଗି ୪୧.୮୫ କୋଟି ଟଙ୍କା ଅର୍ଥ ଆବଣ୍ଟନ କରାଯାଇଛି । କର୍ପୋରେଟ ଜଗତ ଏହି ବଜେଟକୁ ବେଶ ପ୍ରଶଂସା କରିଛନ୍ତି । ଏହି ବଜେଟ ଦୂରଦର୍ଶୀ ବୋଲି ସେମାନେ କହିଛନ୍ତି । ଏ ନେଇ କୋଟାକ ମହିନ୍ଦ୍ରା ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଉଦୟ କୋଟାକ କହିଛନ୍ତି, " ବଜେଟରେ ଏକ ଦୃଷ୍ଟିକୋଣ ରହିଛି । ଏହା ବ୍ୟବସ୍ଥିତ ଓ ଅନୁଶାସିତ । ଆୟ ଅର୍ଜନ କରୁଥିବା ପ୍ରତିଟି ବ୍ୟକ୍ତି ସଙ୍ଗେ ସଙ୍ଗେ ଲାଭବାନ ହେବ । ଅମୃତକାଳର ପ୍ରଥମ ବଜେଟ ।"

ଏହା ବି ପଢନ୍ତୁ- Budget 2023: ବର୍ଷ ଶେଷ ସୁଦ୍ଧା ଦେଶରେ ଦୌଡିବ ହାଇଡ୍ରୋଜେନ ଟ୍ରେନ: ରେଳମନ୍ତ୍ରୀ

ଅନ୍ୟପଟେ RPG ଏଣ୍ଟରପ୍ରାଇଜେସର ଚେୟାରମ୍ୟାନ ହର୍ଷ ଗୋଏଙ୍କା କହିଛନ୍ତି, "ଏହି ବଜେଟ ମେସି ପରି ନୁହେଁ, ବରଂ ଏମବାପ୍ପେଙ୍କ ପରି । ଯିଏକି ଭାରତକୁ ବିଶ୍ବ ଚମ୍ପିଆନ ଦିଗରେ ନେବ । ସ୍ବର୍ଣ୍ଣିମ ଯୁଗରେ ପ୍ରବେଶ କରିବା ଲାଗି ଏହି ବଜେଟ ବେଶ ସହାୟକ ହେବ । ଏହି ବଜେଟ ପୁଣି RRR ପରି । କେନ୍ଦ୍ର ସରକାର ରେଳ, ନବୀକରଣ ଓ ପୁର୍ନଗଠନ ଉପରେ ଗୁରୁତ୍ବାରୋପ କରିଛନ୍ତି ।" ସୂଚନା ଥାଉ କି ବୁଧବାର ପୂର୍ବାହ୍ନ ୧୧ଟାରେ ଅର୍ତମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟ ୨୦୨୩ ମଧ୍ୟ ପେପରଲେସ ରହିଥିଲା । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅର୍ଥମନ୍ତ୍ରୀ ପାରମ୍ପରିକ ବେଶରେ ନଜର ଆସିଥିଲେ । ନିର୍ମଳା କର୍ଣ୍ଣାଟକ ପାରମ୍ପରିକ ଶାଢୀ ଲାଲ ରଙ୍ଗର ଇଲକଲରେ ନଜର ଆସିଥିଲେ । ମୋଟ ୪୫ ଟ୍ରିଲିୟନ ବା ୪୫ ଲକ୍ଷ କୋଟି ଟଙ୍କାର ବଜେଟ ଆଗତ ହୋଇଛି । ଏଥିରେ ସର୍ବାଧିକ ଅର୍ଥ ଶିକ୍ଷା ମନ୍ତ୍ରଣାଳୟକୁ ଆବଣ୍ଟନ କରାଯାଇଛି ।

Last Updated :Feb 2, 2023, 6:37 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.