ETV Bharat / bharat

ପଞ୍ଚ ତାରକା ହୋଟେଲରେ ଭାରତୀୟ-ଆମେରିକୀୟ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

author img

By ETV Bharat Odisha Team

Published : Jan 14, 2024, 5:32 PM IST

Updated : Jan 14, 2024, 5:44 PM IST

ଭାରତୀୟ ମୂଳ ଆମେରିକୀୟ ମହିଳାଙ୍କୁ ଦୁଷ୍କର୍ମ
ଭାରତୀୟ ମୂଳ ଆମେରିକୀୟ ମହିଳାଙ୍କୁ ଦୁଷ୍କର୍ମ

Indian American Woman Raped In Delhi: ମୂଳ ଭାରତୀୟ ଆମେରିକୀୟ ମହିଳାଙ୍କୁ ଦୁଷ୍କର୍ମ । ରାଜଧାନୀ ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲରେ ମହିଳା ଜଣଙ୍କୁ ଦୁଷ୍କର୍ମ କରାଯାଇଥିବା ମାମଲା ସାମ୍ନାକୁ ଆସିଛି । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଲଜ୍ଜ୍ୟା । ମୂଳ ଭାରତୀୟ-ଆମେରିକୀୟ ମହିଳା ଆଣିଲେ ଦୁଷ୍କର୍ମ ଅଭିଯୋଗ । ରାଜଧାନୀ ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲରେ ମହିଳା ଜଣଙ୍କୁ ଦୁଷ୍କର୍ମ କରାଯାଇଥିବା ମାମଲା ସାମ୍ନାକୁ ଆସିଛି । ମହିଳା ଜଣକ ଏକ ପ୍ରାଇଭେଟ କମ୍ପାନୀର ସିଇଓ (CEO)ଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଏନେଇ ନୂଆଦିଲ୍ଲୀର ଚାଣକ୍ୟପୁରି ପୋଲିସ ଷ୍ଟେସନରେ ଏଫଆଇଆର ଦାୟର କରିଛନ୍ତି ଉକ୍ତ ମହିଳା । ସେପଟେ ମହିଳାଙ୍କ ଅଭିଯୋଗ ଆଧାରରେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ତେବେ ଚାଣକ୍ୟପୁରି ଥାନା ଡିସିପି ଦେବଶ କୁମାର ମହଲାଙ୍କ କହିବା ଅନୁଯାୟୀ, ମୂଳ ଭାରତୀୟ-ଆମେରିକୀୟ ମହିଳା ଜଣକ ଜଣେ ପ୍ରାଇଭେଟ କମ୍ପାନୀର ସିଇଓଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଏନେଇ ଚାଣକ୍ୟପୁରି ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ଏକ ବର୍ଷ ପୂର୍ବେ ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲରେ ଏକ ଘରୋଇ କମ୍ପାନୀର ସିଇଓ ତାଙ୍କୁ ଦୁଷ୍କର୍ମ କରିଥିଲେ । ବର୍ତ୍ତମାନ ପୋଲିସ ମହିଳାଙ୍କ ଡାକ୍ତରୀ ମାଇନା କରିସାରିଛି । ତେବେ ମହିଳା ଜଣଙ୍କ ବୟସ 42 ବର୍ଷ ହୋଇଥିବା ବେଳେ ସେ କିପରି ସିଇଓଙ୍କ ସହ ସମ୍ପର୍କରେ ଆସିଲେ ? ଏନେଇ ପୋଲିସ ଏହାର ତଦନ୍ତ କରୁଛି ।

ଏହା ମଧ୍ୟ ପଢ଼ନ୍ତୁ.......ହୋଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଆଣିଲେ ପରିବାର

7 ବର୍ଷ ପୂର୍ବେ ଘଟିଥିଲା ସମାନ ଘଟଣା: ପ୍ରାୟ ସାତ ବର୍ଷ ପୂର୍ବେ 2016ରେ ଜଣେ ଆମେରିକୀୟ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ଆମେରିକୀୟ ମହିଳା ଜଣଙ୍କ ଭାରତକୁ ବୁଲିବାକୁ ଆସିଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିଲେ । ଏନେଇ ମହିଳା ଜଣଙ୍କ ଟୁରିଷ୍ଟ ଗାଇଡ୍ ସମେତ 5 ଜଣଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ସେ ଆମେରିକା ଫେରିବା ପରେ ଇ-ମେଲ ମାଧ୍ୟମରେ ଦିଲ୍ଲୀ ପୋଲିସ ନିକଟରେ ଏହି ଅଭିଯୋଗ କରିଥିଲେ । ଭାରତକୁ ବୁଲିବା ପାଇଁ ଆସି ଯେତେବେଳେ ସେ ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲରେ ରହିଥିଲେ, ସେତେବେଳେ ତାଙ୍କ ସହ ଏହି ଘଟଣା ଘଟିଥିଲା । ସେ ଭାରତ ଭ୍ରମଣ ପାଇଁ ଜଣେ ପର୍ଯ୍ୟଟକ ଗାଇଡଙ୍କ ଯୋଗାଯୋଗ କରିଥିଲେ । ଉକ୍ତ ଗାଇଡ ଓ ତାଙ୍କ 4 ଜଣ ସାଙ୍ଗଙ୍କ ସହ ମିଶି ଆମେରିକୀୟ ମହିଳା ରହୁଥିବା ହୋଟେଲକୁ ଆସି ତାଙ୍କୁ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jan 14, 2024, 5:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.