Ind vs Aus: ୩ୟ ଟି୨୦ ମ୍ୟାଚ୍‌ ଟିକେଟ ବିକ୍ରିବେଳେ ଦଳାଚକଟା, ହାଇଦ୍ରାବାଦ ପୋଲିସର ଲାଠିଚାର୍ଜ

author img

By

Published : Sep 22, 2022, 4:29 PM IST

stampede broke out while purchasing ticket in Hyderabad for third t20 match between India and Australia

ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ଟି-୨୦ ମ୍ୟାଚ୍‌ ଟିକେଟ୍‌ ବିକ୍ରି ବେଳେ ଦଳା ଚକଟା । ଲାଠି ଚାର୍ଜ କରିଛି ହାଇଦ୍ରାବାଦ ପୋଲିସ । ୪ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ୍‌ ଟିକେଟ୍‌ ବିକ୍ରିବେଳେ ଚଳଚକଟା । ସ୍ଥିତି ନିୟନ୍ତ୍ରଣ ପାଇଁ ହାଇଦ୍ରାବାଦ ପୋଲିସର ଲାଠିଚାର୍ଜ(Stampede Breaks Out During Ticket Sales) । ଏହି ଲାଠିଚାର୍ଜ ଯୋଗୁଁ ଅନେକ କ୍ରିକେଟ ପ୍ରଶଂସକ ଭାବରେ ଆହତ ହୋଇଛନ୍ତି । ହାଇଦ୍ରାବାଦ କ୍ରିକେଟ ସଂଘ ଟିକେଟ ବିକ୍ରି ପାଇଁ ସୁବନ୍ଦୋବସ୍ତ କରିବାରେ ଫେଲ୍‌ ମାରିଛି । ଫଳରେ ଜିମ୍‌ ଖାନା ଗ୍ରାଉଣ୍ଡ୍‌ରେ ଟିକେଟ ବିକ୍ରିବେଳେ ଦଳାଚକଟା ହୋଇଥିଲା । ସ୍ଥିତି ଅନିୟନ୍ତ୍ରିତ ହେବାପରେ ପୋଲିସ ଲାଠି ଚାର୍ଜ୍‌ କରିଥିଲା । ଦଳା ଚକଟା ଯୋଗୁଁ ୪ ଜଣ ଆହତ ହୋଇଥିବା ସୂଚନା ମିଳିଛି ।

ହାଇଦ୍ରାବାଦରେ ମ୍ୟାଚ୍‌ ଟିକେଟ ବିକ୍ରି ବେଳେ ଦଳାଚକଟା, ଲାଠିଚାର୍ଜ କଲା ପୋଲିସ

ପୋଲିସ ଲାଠି ଚାର୍ଜ ଯୋଗୁଁ ଅନେକ ଗୁରୁତର ଆହତ ହୋଇଛନ୍ତି । ହାଇଦ୍ରାବାଦ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ୍‌ ଖେଳାଯିବ । ସେପ୍ଟେମ୍ବର ୨୫ ତାରିଖ ଏହି ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ୨୧ ତାରିଖରୁ ଅଫ୍‌ଲାଇନ୍‌ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା । ଜିମ୍‌ ଖାନା ଗ୍ରାଉଣ୍ଡ୍‌ରେ ଟିକେଟ ବିକ୍ରି ବ୍ୟବସ୍ଥା କରାଯାଇଥିଲା । ମ୍ୟାଚ୍‌ ଦେଖିବାକୁ ଏଠାରେ ଲୋକଙ୍କ ପ୍ରବଳ ଭିଡ଼଼ ଜମିବାରେ ଲାଗିଥିଲା । ଲମ୍ବା ଲାଇନ୍‌ରେ ଛିଡ଼ା ହୋଇଥିଲେ କ୍ରିକେଟ ପ୍ରଶଂସକ । ପ୍ରତ୍ୟେକ ଉତ୍କଣ୍ଠାର ସହ ଟିକେଟ୍‌ କିଣି ଷ୍ଟାଡିୟମରେ ମ୍ୟାଚ୍‌ ଦେଖିବେ ବୋଲି ଆସିଥିଲେ । ତେବେ ଦେଖୁଦେଖୁ ଜିମ୍‌ ଖାନା ଗ୍ରାଉଣ୍ଡ୍‌ରେ ଦଳାଚକଟା ଆରମ୍ଭ ହୋଇଯାଇଥିଲା ।

ଭିଡ଼ ନିୟନ୍ତ୍ରଣ କରିବାକୁ ପୋଲିସ ପକ୍ଷରୁ ଲାଠିଚାର୍ଜ ଆରମ୍ଭ କରାଯାଇଥିଲା । ଏହାପରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଥିବା ୩ ଟିକିଆ ଟି-୨୦ ସିରିଜ୍‌ରେ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଛି । ମୋହାଲିରେ ଖାଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ଘରୋଇ ଦଳକୁ ଅଷ୍ଟ୍ରେଲିଆ ୪ ୱିକେଟର୍‌ରେ ପରାଜିତ କରିଥିଲା । ଏହି ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ ନାଗପୁର୍‌ରେ ଖେଳାଯିବାକୁ ଥିବା ବେଳେ ତୃତୀୟ ମ୍ୟାଚ୍‌ ହାଇଦ୍ରାବାଦରେ ଖେଳାଯିବ ତୃତୀୟ ଟି-୨୦ ମ୍ୟାଚ୍‌ ।

ଏହାକୁ ନେଇ ହାଇଦ୍ରାବାଦର ଅତିରିକ୍ତ ପୋଲିସ କମିଶନର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, "ଦଳଚକଟା ସ୍ଥିତି ପୂର୍ବରୁ ପୋଲିସ ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଛି । ହଜାର ହଜାର ଲୋକ ରାତିରୁ ଟିକେଟ ପାଇଁ ଛିଡ଼ା ହୋଇଛନ୍ତି । ଟିକେଟ ବିକ୍ରି ପାଇଁ କୌଣସି ସୁବନ୍ଦୋବସ୍ତ କରାଯାଇନଥିଲା । ମାତ୍ର ଦୁଇଟି କାଉଣ୍ଟର୍‌ରେ ଟିକେଟ ବିକ୍ରି ହେଉଥିଲେ । ସଂଘ ପକ୍ଷରୁ ଟିକେଟ୍‌ ପ୍ରିଣ୍ଟିଂ ଜାରି ରହିଛି । ଲୋକଙ୍କ ପାଇଁ ପାଣି ବ୍ୟବସ୍ଥା ମଧ୍ୟ କରାଯାଇନଥିଲା । ବର୍ଷା ହେବାରୁ ଲୋକ ଏଣେତେଣେ ଦୌଡ଼ିବାକୁ ଲାଗିଲେ । ଏହାପରେ ୪ ଜଣ ପଡ଼଼ିଯାଇଥିଲେ । ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.