26/11 ଦୋଷୀଙ୍କ ବିରୋଧରେ ହେଉ କାର୍ଯ୍ୟାନୁଷ୍ଠାନ, ମିଳିତ ଦାବି କଲେ ଭାରତ-ଆମେରିକା

author img

By

Published : Sep 25, 2021, 4:52 PM IST

MODI

ଏଣିକି ଆତଙ୍କବାଦୀ ଓ ଏହାର ପୃଷ୍ଠପୋଷକଙ୍କୁ ତ୍ରାହି ନାହିଁ । ସମସ୍ତ ଆତଙ୍କୀ ସଂଗଠନ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ । ବର୍ତ୍ତି ପାରିବେ ନାହିଁ ୨୬/୧୧ ମୁମ୍ବାଇ ଆକ୍ରମଣକାରୀ ଓ ଏହାର ଆକ୍କା । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଏଣିକି ଆତଙ୍କବାଦୀ ଓ ଏହାର ପୃଷ୍ଠପୋଷକଙ୍କୁ ତ୍ରାହି ନାହିଁ । ସମସ୍ତ ଆତଙ୍କୀ ସଂଗଠନ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ । ବର୍ତ୍ତି ପାରିବେ ନାହିଁ ୨୬/୧୧ ମୁମ୍ବାଇ ଆକ୍ରମଣକାରୀ ଓ ଏହାର ଆକ୍କା । ଏନେଇ ଭାରତ-ଆମେରିକା ମଧ୍ୟରେ ହୋଇଛି ସହମତି ।

ସଂଯୁକ୍ତ ରାଷ୍ଟ୍ର (ଜାତିସଂଘ) ଦ୍ବାରା ପ୍ରତିବନ୍ଧକ ଲାଗିଥିବା ସମସ୍ତ ଆତଙ୍କବାଦୀ ସଂଗଠନ ଉପରେ ଉଭୟ ଦେଶ ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଉଭୟ ଦେଶ ସୀମାପାର ଆତଙ୍କୀ କାର୍ଯ୍ୟକଳାପକୁ ନିନ୍ଦା କରିବା ସହ ୨୬/୧୧ ଷଡଯନ୍ତ୍ରକାରୀଙ୍କୁ ଦଣ୍ଡିତ କରିବା ପାଇଁ ଦାବି କରିଛନ୍ତି ।

ଶୁକ୍ରବାର ହ୍ବାଇଟ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି- ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ପ୍ରଥମ ଦ୍ବିପାକ୍ଷିକ ବୈଠକ ପରେ ଜାରି ହୋଇଥିବା ମିଳିତ ବୟାନରେ ଏହି ଦାବି କରାଯାଇଛି । ବୟାନରେ କୁହାଯାଇଛି ଉଭୟ ଦେଶ ବୈଷୟିକ ଆତଙ୍କବାଦ ବିରୋଧରେ ମିଳିତ ଲଢେଇକୁ ଆହୁରି ଜୋରଦାର କରିବେ । ବୟାନରେ ଏହା ମଧ୍ୟ କୁହାଯାଇଛି କି, ଭାରତ-ଆମେରିକା ଜାତିସଂଘ ଦ୍ବାରା ପ୍ରତିବନ୍ଧକ ଲାଗିଥିବା ସମସ୍ତ ଆତଙ୍କବାଦୀ ସଂଗଠନ ସହ କଡା କାର୍ଯ୍ୟାନୁଷ୍ଠାନ ନେବେ । ଆମେରିକା ସୀମାପାର ଆତଙ୍କବାଦୀକୁ ନେଇ କଡା ଭର୍ତ୍ସନା କରିବା ସହ ୨୬/୧୧ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ।

ପାକିସ୍ତାନରୁ ପରିଚାଳିତ ହେଉଥିବା ଆତଙ୍କବାଦୀ ସଂଗଠନ ତଥା କଟ୍ଟରପନ୍ଥୀ ମୌଲବୀ ହାଫିଜ ସୈଇଦର ସଂଗଠନ ଲସ୍କର-ଏ-ତୋଏବା ଏକ ପ୍ରମୁଖ ଆତଙ୍କବାଦୀ ସଂଗଠନ । ଯାହା ପାକିସ୍ତାନରୁ ପରିଚାଳିତ ହେଉଛି । ଏହି ସଂଗଠନ ହିଁ ୨୦୦୮ ରେ ମୁମ୍ବାଇ ବ୍ଲାଷ୍ଟର ରଚନା କରିଥିଲା । ଏହି ଆତଙ୍କବାଦୀ ଆକ୍ରମଣରେ ୧୬୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ବିଦେଶୀ ନାଗରିକ ମଧ୍ୟ ଥିଲେ ।

ଏହି ଆତଙ୍କବାଦୀ ସଂଗଠନକୁ ଜାତିସଂଘ ନିଷିଦ୍ଧ କରିଛି । ଏହା ବାଦ ସଂଗଠନର ମୁଖ୍ୟ ହାଫିଜ ସୈଇଦ ଉପରେ ୧୦ ମିଲିୟନ ଟଙ୍କାର ପୁରସ୍କାର ଘୋଷଣା କରିଛି ଆମେରିକା । ତେବେ ଏବେ ପୁଣି ଥରେ ଉଭୟ ଭାରତ-ଆମେରିକା ଆତଙ୍କବାଦୀ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଘୋଷଣା କରିବା ପାକିସ୍ତାନ ପାଇଁ ସଂକଟ ଆହୁରି ଘନୀଭୂତ ହେବ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.