ETV Bharat / bharat

India Corona: ୧୦ ହଜାର ତଳେ ସଂକ୍ରମଣ, ଦିନକରେ ୯୧୧୧ ସଂକ୍ରମିତ

author img

By

Published : Apr 17, 2023, 11:00 AM IST

India Corona
India Corona

ଦେଶରେ ୧୦ ହଜାର ତଳକୁ ଖସିଲା ସଂକ୍ରମଣ । ଦିନକରେ ୯୧୧୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୭ ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶବାସୀଙ୍କ ପାଇଁ ଆଶ୍ବସ୍ତିକର ଖବର । ଗତ ୩ ଦିନ ହେବ ଲଗାତାର ଖସୁଛି କୋରୋନା ସଂକ୍ରମଣ । ଆଜି ୧୦ ହଜାର ତଳକୁ ଖସିଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୯ହଜାର ୧୧୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି(ରବିବାର) ଏହି ସଂଖ୍ୟା ୧୦ ହଜାର ୯୩ ରହିଥିଲା । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଦିନକରେ ୯ହଜାର ୧୧୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ଆକ୍ଟିଭଙ୍କ ସଂଖ୍ୟା ୬୦ ହଜାର ପାର କରିଛି । ମୋଟ ୬୦ହଜାର ୩୧୩ ରହିଛି ଆକ୍ଟିଭ ସଂକ୍ରମିତଙ୍କ ସଂଖ୍ୟା । ଏହାସହ ଗତ ୨୪ ଘଣ୍ଟାରେ ଦେଶରେ ୨୭ଜଣଙ୍କ ମୃତ୍ୟୁ ହୋଇଛି । ଆଜିକୁ ମିଶାଇ ମୋଟ ୫ ଲକ୍ଷ ୩୧ ହଜାର ୧୪୧ଜଣଙ୍କ ମୃତ୍ୟୁ ହୋଇଛି । ଗୁଜୁରାଟରୁ ୬ଜଣ, ଉତ୍ତରପ୍ରଦେଶରୁ ୪ଜଣ, ଦିଲ୍ଲୀରୁ ୩ ଜଣ, ରାଜସ୍ଥାନରୁ ୩ଜଣ, ୨ ଜଣ ମହାରାଷ୍ଟ୍ରରୁ ଏବଂ ଜଣେ ଲେଖାଏଁ ବିହାର, ଛତିଶଗଡ, ହିମାଚଳପ୍ରଦେଶ, ଝାରଖଣ୍ଡ, କେରଳ ବଂ ତାମିଲନାଡୁର କୋରାନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ବର୍ତ୍ତମାନ ସୁଦ୍ଧା ଦେଶରେ ୪ କୋଟିରୁ ଅଧିକ କୋଭିଡ ଆକ୍ରାନ୍ତ ହୋଇସାରିଛନ୍ତି । ମୋଟ ୪କୋଟି ୪୭ ଲକ୍ଷ ୨୭ ହଜାର ୨୨୬ ଜଣ କୋରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ଦୈନିକ ପଜିଟିଭ ହାର ୮.୪୦ ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ପଜିଟିଭ ହାର ୪.୯୪ ରହିଛି । ଅନ୍ୟପଟେ ସୁସ୍ଥତା ହାର ୯୮.୬୮ ପ୍ରତିଶତ ରହିଛି । ବର୍ତ୍ତମାନ ସୁଦ୍ଧା ୪୪୨୩୫୭୭୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ ଗତ ୨୪ ଘଣ୍ଟାରେ ୧୯୮ ଜଣ କୋରୋନା ଟିକା ନେଇଛନ୍ତି । ଆଜି ଯାଏଁ ୨୨୦ କୋଟି ୬୬ ଲକ୍ଷ ୨୬ ହଜାର ୫୨୨ଜଣଙ୍କୁ କୋରୋନା ଟିକା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: Shettar Joins Congress: ହାତ ଧରିଲେ ଜଗଦୀଶ ଶେଟ୍ଟାର, ସପ୍ତାହରେ BJPକୁ ବାଏ ବାଏ କହିଲେଣି 2 ବଡ ନେତା

ଏହା ମଧ୍ୟ ପଢନ୍ତୁ: Bathinda Military Station firing: ଜଣେ ଯବାନ ଗିରଫ, ଗୁଳିକାଣ୍ଡରେ ଯାଇଥିଲା 4 ଯବାନଙ୍କ ଜୀବନ

ପ୍ରକାଶଥାଉକି, ଗତ କିଛି ଦିନ ଧରି ସଂକ୍ରମଣ ୧୦ ହଜାର ଉପରେ ରହୁଥିବା ବେଳେ ଦେଶବାସୀଙ୍କ ସହ ସରକାରଙ୍କ ଏକ ପ୍ରକାର ମୁଣ୍ଡବିନ୍ଧାର କାରଣ ପାଲଟିଥିଲା । ଏହାରି ଭିତରେ ଆଜି ସଂକ୍ରମିତଙ୍କ ସଂଖ୍ୟା ୧୦ହଜାର ତଳକୁ ଖସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.