ETV Bharat / bharat

ସାମ୍ନାକୁ ଆସିଲା ଭଟିଣ୍ଡା ଗୁଳିକାଣ୍ଡ ପଛର କାରଣ, ପୂର୍ବ ଶତ୍ରୁତାରୁ 4 ଯବାନଙ୍କ ଜୀବନ ନେଇଥିଲେ ଯବାନ

author img

By

Published : Apr 17, 2023, 9:53 AM IST

Updated : Apr 17, 2023, 2:06 PM IST

ଭଟିଣ୍ଡା ମିଲିଟାରୀ ଷ୍ଟେସନରେ ଗୁଳିମାଡରେ ୪ ଯବାନଙ୍କ ମୃତ୍ୟୁ ଘଟଣାରେ ଜଣେ ଯବାନକୁ ଗିରଫ କରାଯାଇଛି । ଏନେଇ ସେନା ଏବଂ ପୋଲିସ ଅଧିକାରୀମାନେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ ହୋଇଥିବା ପୋଲିସ କହିଛି । ଅଧିକ ପଢନ୍ତୁ

Bathinda Military Station firing incident
Bathinda Military Station firing incident

ଚଣ୍ଡିଗଡ: ପଞ୍ଜାବର ଭଟିଣ୍ଡା ମିଲିଟାରୀ ଷ୍ଟେସନରେ ଗୁଳିମାଡରେ ୪ଜଣ ଯବାନଙ୍କ ମୃତ୍ୟୁ ଘଟଣା । ଜଣେ ଯବାନକୁ ବାନ୍ଧିଲା ଭଟିଣ୍ଡା ପୋଲିସ । ଏନେଇ ଭଟିଣ୍ଡା ଏସଏସପି ଆଜି ସୂଚନା ଦେଇଛନ୍ତି । ଏହି ଘଟଣାରେ ପୋଲିସ ଗତକାଲି(ରବିବାର) ୪ଜଣ ଯବାନଙ୍କୁ ପଚରାଉଚରା କରିଥିଲା । ପୂର୍ବ ଶତ୍ରୁତାରୁ ଏହି ଗୁଳିକାଣ୍ଡ ହୋଇଥିବା ପୋଲିସ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି ।

  • #WATCH | Bathinda Military Station firing incident: After sustained interrogation, we found that one weapon has been stolen and that was used to kill the jawans. Later, one individual from the Artillery unit was detained and during interrogation, he confessed to his involvement… pic.twitter.com/B5KhlSpApX

    — ANI (@ANI) April 17, 2023 " class="align-text-top noRightClick twitterSection" data=" ">

ତେବେ ଏହି ଘଟଣାକୁ ନେଇ ଭଟିଣ୍ଡା ପୋଲିସ ମଧ୍ୟାହ୍ନ ୧୨ଟା ସମୟରେ ଏକ ପ୍ରେସ କନଫରେନ୍ସ କରି ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଛି । ଗିରଫ ସେନା ଯବାନ ହେଲେ ଦେଶାଇ ମୋହନ । INSAS ରାଇଫଲରେ ଗୁଳି କରି ୪ଜଣ ଯବାନକୁ ଦେଶାଇ ମୋହନ ହିଁ ହତ୍ୟା କରିଥିବା ନେଇ ଆଜି ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସୂଚନାଅନୁସାରେ, ଭଟିଣ୍ଡା ମିଲିଟାରୀ ଷ୍ଟେସନରେ ଗୁଳିମାଡ ଘଟଣାରେ ପଞ୍ଜାବ ପୋଲିସ ୨ଜଣ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଆଶୁତୋଷ ଶୁକ୍ଲା ନାମକ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅନୁସାରେ ଏହି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ବ୍ୟକ୍ତିଗତ କାରଣରୁ ହିଁ ଦେଶାଇ ୪ଜଣ ଯବାନଙ୍କୁ ହତ୍ୟା କରିଥିବା ସେ ନିଜେ ସ୍ବୀକାର କରିଛି ।

ଏହା ମଧ୍ୟ ପଢନ୍ତୁ: ଭଟିଣ୍ଡା ମିଲିଟାରୀ ଷ୍ଟେସନରେ ଗୁଳିମାଡରେ ୪ ଯବାନ ମୃତ, ରିପୋର୍ଟ ମାଗିଲେ ପ୍ରତିରକ୍ଷା ମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ: ପୁଣି ଭଟିଣ୍ଡା ମିଲିଟାରୀ ଷ୍ଟେସନରେ ଫୁଟିଲା ଗୁଳି, ଜଣେ ଯବାନ ମୃତ

ସାଉଥ୍ ୱେଷ୍ଟର୍ଣ୍ଣ କମାଣ୍ଡ ମୁଖ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି, "ଚୋରୀ ହୋଇଥିବା INSAS ରାଇଫଲକୁ ଦେଶାଇ ମୋହନ ହିଁ ଚୋରି କରିଥିଲା । ଏବଂ ପୂର୍ବ ଶତ୍ରୁତା କାରଣରୁ ସେ ହିଁ ୪ଜଣ ଯବାନଙ୍କୁ ହତ୍ୟା କରିଥିଲା । ପଚରାଉଚରା କରିବା ସମୟରେ ସେ ନିଜର ଦୋଷ ସ୍ବୀକାର କରିଛି । ଅଭିଯୁକ୍ତ ଯବାନ ଜଣକ ବର୍ତ୍ତମାନ ପୋଲିସ ହେପାଜତରେ ଅଛନ୍ତି ଏବଂ ଘଟଣାର ତଦନ୍ତ ଜାରି ରହିଛି । "

ଅଭିଯୁକ୍ତ ଜଣକ ଅପରାଧ ସ୍ବୀକାର କରି କହିଛି, "ଏପ୍ରିଲ 9 ତାରିଖ ସକାଳେ ମାଗାଜିନ ସହିତ INSAS ରାଇଫଲ ଚୋରି କରି ନେଇଥିଲି । ୧୨ ତାରିଖ ଦିନ ମୋର ଡ୍ୟୁଟି ଥିଲା । ତେବେ ଆଗରୁ ମୋର ଯବାନମାନଙ୍କ ସହ ପୂର୍ବ ଶତ୍ରୁତା ରହିଥିଲା । ସକାଳ ପ୍ରାୟ 4.30 ସମୟରେ ଯବାନମାନେ ଶୋଇଥିବା ସମୟରେ ତାଙ୍କୁ ଗୁଳିକରି ହତ୍ୟା କରିଥିଲି ।" ହତ୍ୟା ପରେ ଦେଶାଇ ଏକ ମିଥ୍ୟା କାହାଣୀ ତିଆରି କରି ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ । ଅଭିଯୁକ୍ତ ଦେଶାଇ ମୋହନ ଆନ୍ଧ୍ରପ୍ରଦେଶର ବାସିନ୍ଦା ।

ତେବେ ପ୍ରକାଶଥାଉକି, ଗତ ୧୨ ତାରିଖ ଦିନ ଭୋର ୪ଟା ୩୫ ମିନିଟ ସମୟରେ ପଞ୍ଜାବର ଭଟିଣ୍ଡା ମିଲିଟାରୀ ଷ୍ଟେସନରେ ଗୁଳିମାଡ ହୋଇଥିଲା । ଏଥିରେ ୪ ଜଣ ଯବାନ ପ୍ରାଣ ହରାଇଥିଲେ । ପରସ୍ପର ମୁହାଁମୁହିଁ ବା ଗୋଷ୍ଠୀ ସଂଘର୍ଷରୁ ଏହି ଅଘଟଣ ହୋଇଥିବା ନେଇ ସେତେବେଳେ ସ୍ଥାନୀୟ ପୋଲିସ ସନ୍ଦେହ କରିଥିଲା । ହେଲେ ଆଜି ଗୁଳିକାଣ୍ଡ ଘଟଣାର ପ୍ରକୃତ ସତ୍ୟ ଉନ୍ମୋଚନ କରିଛି ପୋଲିସ ।

Last Updated :Apr 17, 2023, 2:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.