ETV Bharat / bharat

ଦେଶରେ ଦିନକରେ 42766 ପଜିଟିଭ ଚିହ୍ନଟ, 308 ମୃତ

author img

By

Published : Sep 5, 2021, 11:42 AM IST

କିଛି ଦିନ ସଂକ୍ରମଣ ହ୍ରାସ ପରେ ଏବେ ପୁଣି ଉପରମୁହାଁ ହୋଇଛି କୋରୋନା ଗ୍ରାଫ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ 42 ହଜାର 766 ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ 308 ଜଣଙ୍କ ମୁଣ୍ତ ନେଇଛି ମହାମାରୀ । ଅଧିକ ପଢନ୍ତୁ...

India Corona Report; ଦିନକରେ 42,766 ପଜିଟିଭ ଚିହ୍ନଟ, 308 ମୃତ
India Corona Report; ଦିନକରେ 42,766 ପଜିଟିଭ ଚିହ୍ନଟ, 308 ମୃତ

ନୂଆଦିଲ୍ଲୀ: ଦେଶରେ ଥମିବାର ନାଁ ଧରୁନି କୋରୋନା ସଂକ୍ରମଣ । କିଛିଦିନ ସଂକ୍ରମଣ ହ୍ରାସ ପରେ ଏବେ ପୁଣି ଉପରମୁହାଁ ହୋଇଛି କୋରୋନା ଗ୍ରାଫ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ 42 ହଜାର 766 ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ 308 ଜଣଙ୍କ ମୁଣ୍ତ ନେଇଛି ମହାମାରୀ । ଏହାସହ ୩୮ ହଜାର ୦୯୧ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

  • " class="align-text-top noRightClick twitterSection" data="">

ତେବେ, ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ପଜିଟିଭଙ୍କ ସଂଖ୍ୟା 3 କୋଟି 29 ଲକ୍ଷ 88 ହଜାର 673କୁ ବୃଦ୍ଧି ପାଇଛି । ସେହିପରି ମୃତ୍ୟୁ ସଂଖ୍ୟା 4 ଲକ୍ଷ 40ହଜାର 533କୁ ବୃଦ୍ଧି ପାଇଥିବା ବେଳେ 4 ଲକ୍ଷ 10 ହଜାର 48 ସକ୍ରିୟ ମାମଲା ରହିଛି । ଏଯାବତ ୩ କୋଟି ୨୧ ଲକ୍ଷ ୩୮୦୯୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଗତକାଲି ସନ୍ଧ୍ୟା ସୁଦ୍ଧା ସମୁଦାୟ ୬୮,୪୬,୬୯,୫୨୧ ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଅନୁଯାୟୀ, ସେପ୍ଟେମ୍ବର 4 ପର୍ଯ୍ୟନ୍ତ 53,00,58,218 ନମୁନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ 17,47,476 ନମୁନା ଶନିବାର ଦିନ ପରୀକ୍ଷା କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.