ETV Bharat / bharat

India Corona: ୧୧ ହଜାର ପାର କଲା ଦୈନିକ ସଂକ୍ରମଣ

author img

By

Published : Apr 14, 2023, 10:47 AM IST

ଦେଶରେ ହୁହୁ ହୋଇ ବଢିବାରେ ଲାଗିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୧୧ ହଜାର ପାର କରିଛି ଦୈନିକ ସଂକ୍ରମଣ । ଅଧିକ ପଢନ୍ତୁ

India Corona
India Corona

ନୂଆଦିଲ୍ଲୀ: ଦେଶରେ ଉପରମୁହାଁ କୋରୋନା ଗ୍ରାଫ । ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କୋରାନା ସଂକ୍ରମିତଙ୍କ ସଂଖ୍ୟା । ଗତକାଲି ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ପାର କରିଥିବା ବେଳେ ଆଜି ୧୧ ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ୧୧ ହଜାର ୧୦୯ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ଟିଭ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୫୦ ହଜାର ମୁହାଁ ହୋଇଛି । ଦେଶରେ ୪୯ ହଜାର ୬୨୨ ଜଣ କୋରୋନା ସଂକ୍ରମିତ ସଂଖ୍ୟା ରହିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପଜିଟିଭ ହାର ମଧ୍ୟ ଅଧିକା ରହିଛି । ଦୈନିକ ପଜିଟିଭ ହାର ୫.୦୧ ରହିଥିବା ବେଳେ ସାପ୍ତାହିକ ହାର ୪.୨୯ ରହିଛି । ଅନ୍ୟପଟେ ସଂକ୍ରମିତ ସଂଖ୍ୟାକୁ ତାଳ ଦେଇ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ଦେଶରେ ୨୯ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି ସଂଖ୍ୟାକୁ ମିଶାଇ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୧ ହଜାର ୬୪କୁ ବୃଦ୍ଧି ପାଇଛି ।

ଏହା ମଧ୍ୟ ପଢନ୍ତୁ: Ambedkar Jayanti: ଆଜି ହାଇଦ୍ରାବାଦରେ ଆଇନ ପ୍ରଣେତାଙ୍କ ସବୁଠୁ ଉଚ୍ଚ ପ୍ରତିମୂର୍ତ୍ତି ହେବ ଅନାବରଣ

ଅନ୍ୟପଟେ ୪ କୋଟି ୪୨ ଲକ୍ଷ ୧୬ ହଜାର ୫୮୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତ ୨୪ ଘଣ୍ଟାରେ ୪୬୭ଜଣ ଟିକା ନେଇଥିବା ବେଳେ ମୋଟ ଟିକା ନେଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୨୦ କୋଟି ୬୬ ଲକ୍ଷ ୨୫ ହଜାର ୧୨୦ରେ ପହଞ୍ଚିଛି । ଦେଶରେ ହୁହୁ ହୋଇ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଖୁବଶୀଘ୍ର ୪ର୍ଥ ଲହର ଆସିଯିବା ନେଇ ଆଶଙ୍କା କରାଯାଉଛି । ଗୋଟିଏ ପରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ସହ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି ।

କୋରୋନା ମାମଲା ବୃଦ୍ଧି ପାଉଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ବୃଦ୍ଧି ପାଉଛି । ଭାରତରେ କୋରୋନା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ୧୦ରୁ ୧୨ ଦିନ ପର୍ଯ୍ୟନ୍ତ ରୋଗୀ ସଂଖ୍ୟା ବୃଦ୍ଧି ପାଇ ପୁଣି ହ୍ରାସ ପାଇବ ବୋଲି ବୁଧବାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଓମିକ୍ରନର ଉପପ୍ରଜାତି ଏକ୍ସବିବି ୧.୧୬ ଯୋଗୁଁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଚଳିତ ବର୍ଷ ଫେବୃଆରୀରରେ ଏହି ପ୍ରଜାତିର ମାମଲା ୨୧.୬ ପ୍ରତିଶତ ରହିଥିବା ବେଳେ ମାର୍ଚ୍ଚରେ ଏହା ୩୫.୮କୁ ବୃଦ୍ଧି ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.