ETV Bharat / bharat

India Corona: ଦିନକରେ 4272 ନୂଆ ସଂକ୍ରମିତ

author img

By

Published : Sep 29, 2022, 10:33 AM IST

India Corona: ଦିନକରେ 4272 ନୂଆ ସଂକ୍ରମିତ
India Corona: ଦିନକରେ 4272 ନୂଆ ସଂକ୍ରମିତ

ଦେଶରେ ହ୍ରାସ ପାଉଛି କୋରୋନା ସଂକ୍ରମଣ । ଦିନକରେ ମାତ୍ର 4,272 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ମହାମାରୀ ସ୍ଥିତିରେ ସୁଧାର ଆସିଛି । ପ୍ରତିଦିନ ହ୍ରାସ ପାଉଛି ଦୈନିକ ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ 5 ହଜାରରୁ କମ୍ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ସଂକ୍ରମିତଙ୍କ ସଂଖ୍ୟା 4,272 ରହିଛି (India Records 4,272fresh Covid Cases) । ସେହିପରି ଦିନକରେ 27 ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଗୋଟିଏ ପଟେ ଦେଶରେ ସଂକ୍ରମଣ କମୁଥିବାବେଳେ ଅନ୍ୟପଟେ ପ୍ରତିଦିନ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି ।

24 ଘଣ୍ଟା ମଧ୍ୟରେ ମୋଟ 4,474 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥ ସଂଖ୍ୟା 4,40,13,999ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ (Union Health Ministry) ପକ୍ଷରୁ ସୂଚନା ଦିଆଯାଇଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଅଧିକାଂଶ ସମୟରେ ଦେଶରେ ସଂକ୍ରମଣ ଅପେକ୍ଷା ସୁସ୍ଥସଂଖ୍ୟା ଅଧିକ ରହୁଥିବା ଦେଖାଯାଉଛି । ସୁସ୍ଥ ସଂଖ୍ୟା ବଢିବା ସହ ସକ୍ରିୟ ମାମଲା ହ୍ରାସ ପାଇ 40,750ରେ ପହଞ୍ଚିଛି ।

ବର୍ତ୍ତମାନ ଭାରତରେ ଦୈନିକ କୋରୋନା ପଜିଟିଭ ହାର 1.35% ରହିଛି । ସାପ୍ତାହିକ ହାର 1.51% ରହିଛି । ଆଜି ପର୍ଯ୍ୟନ୍ତ ମୋଟ 5,28,611 କୋରୋନା ସଂକ୍ରମିତ(Corona Positive) ପ୍ରାଣ ହରାଇଛନ୍ତି । ଏବେ ସୁଦ୍ଧା ଦେଶରେ 89.47 କୋଟି କୋରୋନା ଟେଷ୍ଟିଂ କରାଯାଇଛି ।

ଦେଶବ୍ୟାପୀ କୋରୋନା ଟୀକାକରଣ ଅଭିଯାନରେ ଭାରତ ମାଇଲଖୁଣ୍ଟ ଅତିକ୍ରମ କରିଛି । ସାରା ଦେଶରେ ଆଜି ପର୍ଯ୍ୟନ୍ତ 218 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ କେବଳ 21,63,248 ଜଣଙ୍କୁ ଟିକା ଦିଆଯାଇଛି । ଏବେ ଲୋକଙ୍କୁ ମାଗଣାରେ ବୁଷ୍ଟର ଡୋଜ ଦିଆଯାଉଛି । ପ୍ରତିଦିନ ଦେଶରେ 20 ଲକ୍ଷରୁ ଅଧିକ ବୁଷ୍ଟର ଡୋଜ ଦିଆଯାଉଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା(Manuskh mandaviya) ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ସାବଧାନ ! ପାଟି ଦୁର୍ଗନ୍ଧ ହୋଇପାରେ ଜଟିଳ ସମସ୍ୟାର କାରଣ

କୋଭିଡ ଟୀକାକରଣ ଅଭିଯାନକୁ ଆହୁରି ସଫଳ କରିବା ଉଦ୍ଦେଶ୍ୟରେ ଜୁଲାଇ 15ରୁ 'କୋଭିଡ ଭ୍ୟାକ୍ସିନ ଅମୃତ ମହୋତ୍ସବ' (COVID Vaccination Amrit Mahotsav) କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଯାହାକି ସେପ୍ଟେମ୍ବର 30 ଯାଏଁ ଚାଲିବ । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ 18 ବର୍ଷ ଏବଂ 75 ବର୍ଷ ବୟସରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ମାଗଣା ବୁଷ୍ଟର ଡୋଜ୍ ଦିଆଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.