ETV Bharat / bharat

ଟିକା ଉତ୍ପାଦନରେ ଭାରତ ହେବ ସୁପରପାୱାର: ICMRର ମହାନିର୍ଦ୍ଦେଶକ

author img

By

Published : Feb 11, 2022, 9:10 AM IST

କୋରୋନା ଟିକା ଉତ୍ପାଦନ କ୍ଷେତ୍ରରେ ଭାରତ ବିଶ୍ୱର ସୁପର ପାୱାର ହେବାକୁ ଯାଉଛି । ଦେଶର ମୋଟ ଜନସଂଖ୍ୟାର 96 ପ୍ରତିଶତ ଲୋକଙ୍କୁ କୋରୋନା ଟିକାର ପ୍ରଥମ ଡୋଜ ଦିଆଯାଇଛି । ଏଭଳି ମତ ରଖିଛନ୍ତି ICMRର ମହାନିର୍ଦ୍ଦେଶକ ଡକ୍ଟର ବଳରାମ ଭର୍ଗାବ । ଅଧିକ ପଢନ୍ତୁ

ଟିକା ଉତ୍ପାଦନ କ୍ଷେତ୍ରରେ ଭାରତ ବିଶ୍ବରେ ସୁପର ପାୱାର ହେବାକୁ ଯାଉଛି: ICMRର ମହାନିର୍ଦ୍ଦେଶକ
ଟିକା ଉତ୍ପାଦନ କ୍ଷେତ୍ରରେ ଭାରତ ବିଶ୍ବରେ ସୁପର ପାୱାର ହେବାକୁ ଯାଉଛି: ICMRର ମହାନିର୍ଦ୍ଦେଶକଟିକା ଉତ୍ପାଦନ କ୍ଷେତ୍ରରେ ଭାରତ ବିଶ୍ବରେ ସୁପର ପାୱାର ହେବାକୁ ଯାଉଛି: ICMRର ମହାନିର୍ଦ୍ଦେଶକ

ନୂଆଦିଲ୍ଲୀ: କୋରୋନା ଟିକା ଉତ୍ପାଦନ କ୍ଷେତ୍ରରେ ଭାରତ ବିଶ୍ୱର ସୁପର ପାୱାର ହେବାକୁ ଯାଉଛି । ଏଭଳି ମତ ରଖିଛନ୍ତି ICMRର ମହାନିର୍ଦ୍ଦେଶକ ଡକ୍ଟର ବଳରାମ ଭର୍ଗାବ । ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ ଦେଶର ମୋଟ ଜନସଂଖ୍ୟାର 96 ପ୍ରତିଶତ ଲୋକଙ୍କୁ କୋରୋନା ଟିକାର ପ୍ରଥମ ଡୋଜ ଦିଆଯାଇଛି । ସେହିପରି 75 ପ୍ରତିଶତରୁ ଅଧିକ ଲୋକଙ୍କୁ କୋରୋନା ଟିକାର ଦ୍ବିତୀୟ ଡୋଜ ଦିଆଯାଇଛି।

ଡକ୍ଟର ଭର୍ଗାଭା କହିଛନ୍ତି ଯେ ମେସେଞ୍ଜର ଆରଏନଏ (mRNA) ଟୀକାକରଣର କ୍ଲିନିକାଲ ପରୀକ୍ଷଣର ତିନୋଟି ପର୍ଯ୍ୟାୟ ସମାପ୍ତ ହୋଇଛି । କୋରୋନା ସଂକ୍ରମଣକୁ ରୋକିବା ବ୍ୟତୀତ ଏହି ଟିକା ଭବିଷ୍ୟତରେ ଅନ୍ୟ ରୋଗର ଚିକିତ୍ସା ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ । ଯଦି ଆମର ସଂସ୍ଥାର କାର୍ଯ୍ୟକୁ ଦେଖାଯାଏ ତେବେ ଆମର ଟିକା ବିଶ୍ବରେ ସୁପର ପାୱାର୍ ହେବାରେ ସନ୍ଦେହ ନାହିଁ । ଟିକା ମାଧ୍ୟମରେ ଆମେ ଅନ୍ୟ ରୋଗକୁ ରୋକିବାରେ ମଧ୍ୟ ସକ୍ଷମ ହେବା ।

ଆଇସିଏମଆର ମୁଖ୍ୟ କହିଛନ୍ତି, ବହୁ ସଂଖ୍ୟକ ଲୋକ ଟୀକାକରଣ ଅଭିଯାନରେ ସାମିଲ ହେବା ନେଇ ଉତ୍ସାହ ଦେଖାଇଥିଲେ । ଫଳ ସ୍ୱରୂପ କୋଭିଡ ମହାମାରୀର ତୃତୀୟ ଲହରକୁ ରୋକିବାରେ ଆମେ ସକ୍ଷମ ହୋଇଛୁ । ତୃତୀୟ ଲହରରେ ବହୁତ କମ୍ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସାଧାରଣ ଔଷଧ ଖାଇବା ସହ ଘରେ ସଙ୍ଗରୋଧରେ ରହିଅଧିକାଂଶ ଲୋକ ଆରୋଗ୍ୟ ଲାଭ କରିଛନ୍ତି ।

mRNA ଟୀକାକରଣର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରି NITI ଆୟୋଗ ସଦସ୍ୟ ଡକ୍ଟର ଭି.କେ ପଲ କହିଛନ୍ତି କି, ଆମକୁ ଏପରି ଟିକା ଦରକାର । ଟିକା ପାଇଁ ଏହା ଏକ ନୂତନ ପ୍ଲାଟଫର୍ମ । ଏହି ପ୍ଲାଟଫର୍ମରେ ଟିକା ବିକଶିତ କରାଯାଉଥିବା ଆମେ ଦେଖିଛୁ । କୋରୋନାକୁ ରୋକିବା ପାଇଁ ଏହି ପ୍ରକାର ଟିକା ପ୍ରସ୍ତୁତ କରାଯାଇଛି ଏହି ପରୀକ୍ଷଣ ସଫଳ ହୋଇଛି । ଏହି ଟିକା ପ୍ରଭାବଶାଳୀ ହେବା ସହ ମାନବଜାତି ପାଇଁ ଏହା ଏକ ଉପହାର ସ୍ବରୂପ ।

ଏହା କୋରୋନାର ପ୍ରତ୍ୟେକ ଭାରିଆଣ୍ଟକୁ ରୋକିବାରେ ସକ୍ଷମ ହୋଇଛି । ଏହିପରି ଭବିଷ୍ୟତରେ ଅନ୍ୟ ରୋଗକୁ ରୋକିବାରେ ମଧ୍ୟ ଏହା ସହାୟକ ହେବ । ଭାରତରେ ପୁଣେ ଭିତ୍ତିକ କମ୍ପାନୀ ଜେନୋଭା ବାୟୋ ଫାର୍ମାସ୍ୟୁଟିକାଲ୍ସ ଏହି ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଛି ବୋଲି କହିଛନ୍ତି ଭି.କେ ପଲ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.