ETV Bharat / bharat

ଭାରତ ଓ ଚୀନ ମିଶି ଋଷ କୋରୋନା ଟିକା ସ୍ପୁଟନିକ୍‌-V ର ଉତ୍ପାଦନ ଆରମ୍ଭ କରିପାରିବେ- ପୁଟିନ୍‌

author img

By

Published : Nov 18, 2020, 9:56 AM IST

India, China May Start Producing Russia's Sputnik V Covid Vaccine: Putin
ଭାରତ ଓ ଚୀନ ମିଶି ଋଷ କୋରୋନା ଟିକା ସ୍ପୁଟନିକ୍‌-V ର ଉତ୍ପାଦନ ଆରମ୍ଭ କରିପାରିବେ- ପୁଟିନ୍‌

ଏବେ ଚୀନ ଓ ଭାରତ, ଋଷ ଭ୍ୟାକସିନ୍‌ ସ୍ପୁଟନିକ୍‌-ଭି ର ଉତ୍ପାଦନ ଆରମ୍ଭ କରିପାରିବେ ବୋଲି ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍‌ କହିଛନ୍ତି। ଏହା ସହ ବ୍ରିକ୍ସ ଦେଶରେ ଏହି ଭ୍ୟାକସିନ ପ୍ରସ୍ତୁତ ପାଇଁ ରିସର୍ଚ୍ଚ ସେଣ୍ଟର ଖୋଲିବା ଦରକାର ବୋଲି ସେ କହିଛନ୍ତି। ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଏବେ ଚୀନ ଓ ଭାରତ, ଋଷ ଭ୍ୟାକସିନ୍‌ ସ୍ପୁଟନିକ୍‌-ଭି ର ଉତ୍ପାଦନ ଆରମ୍ଭ କରିପାରିବେ ବୋଲି ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍‌ କହିଛନ୍ତି। ଏହା ସହ ବ୍ରିକ୍ସ ଦେଶରେ ଏହି ଭ୍ୟାକସିନ ପ୍ରସ୍ତୁତ ପାଇଁ ରିସର୍ଚ୍ଚ ସେଣ୍ଟର ଖୋଲିବା ଦରକାର ବୋଲି ସେ କହିଛନ୍ତି। ତେବେ ଏହି ବ୍ରିକ୍ସ ଦେଶରେ ବ୍ରାଜିଲ,ଭାରତ, ଚୀନ, ଋଷ ଓ ଦକ୍ଷିଣ ଆଫ୍ରିକା ସାମିଲ ରହିଛନ୍ତି। ସ୍ପୁଟନିକ ଭ୍ୟାକସିନ-ଭି ଗାମାଲେୟା ଇନଷ୍ଟିଚ୍ୟୁଟ୍‌ ଓ ଆସେଲଲନା କଣ୍ଟ୍ରାକ୍ଟ ଡ୍ରଗ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟର ମିଳିତ ଉଦ୍ୟମରେ ପ୍ରସ୍ତୁତ ହେଉଛି।

ଋଷ ସରକାର ଓ ଔଷଧ କମ୍ପାନୀ ଏହି ଭ୍ୟାକସିନ ସଫଳ ବୋଲି ଘୋଷଣା କରିଛନ୍ତି। ଦେଶବାସୀଙ୍କୁ ଏହି ଭ୍ୟାକସିନ ଦିଆଯାଉଥିବା ବେଳେ ପୁଟିନ ଓ ପରିବାରଙ୍କୁ ମଧ୍ୟ ସ୍ପୁଟନିକ-ଭି ଡୋଜ ଦିଆଯାଇଛି। ଏପରିକି ଏହି ଭ୍ୟାକସିନ ଦୁନିଆର ପ୍ରଥମ କୋରୋନା ଭ୍ୟାକସିନ ବୋଲି ଋଷ ଘୋଷଣା କରିଥିଲା। ତେବେ, ବଡ଼ ଧରଣର କ୍ଲିନିକାଲ୍ ପରୀକ୍ଷା ପୂର୍ବରୁ ଋଷ ଏହି ଟିକା ପଞ୍ଜିକରଣ କରିଥିଲା ​​।

ମଧ୍ୟବର୍ତ୍ତୀକାଳୀନ ପରୀକ୍ଷା ଫଳାଫଳ ଅନୁଯାୟୀ କୋଭିଡ -19 ରୁ ଲୋକଙ୍କୁ ରକ୍ଷା କରିବାରେ ଏହି ଟିକା 92 ପ୍ରତିଶତ ପ୍ରଭାବଶାଳୀ ବୋଲି ଦେଶ ଦାବି କରିଛି। ସେପଟେ ଦୁନିଆରେ ଏବେ ଅନେକ କୋରୋନା ଟିକାର ପରୀକ୍ଷଣ ଚାଲିଛି। ତା ମଧ୍ୟରୁ ଡର୍ଜନରୁ ଅଧିକ ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଚାଲିଥିବା ବେଳେ ସ୍ପୁଟନିକ୍‌-ଭି ବଜାରକୁ ଆସିସାରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.