ETV Bharat / bharat

ଆଜି ଭାରତ-ଚୀନ ୧୪ତମ କମାଣ୍ଡରସ୍ତରୀୟ ବୈଠକ

author img

By

Published : Jan 12, 2022, 6:17 PM IST

ଆଜି ଭାରତ-ଚୀନ ୧୪ତମ କମାଣ୍ଡର ସ୍ତରୀୟ ଆଲୋଚନା
ଆଜି ଭାରତ-ଚୀନ ୧୪ତମ କମାଣ୍ଡର ସ୍ତରୀୟ ଆଲୋଚନା

ଆଜି ଭାରତ-ଚୀନ ମଧ୍ୟରେ ୧୪ତମ କମାଣ୍ଡର ସ୍ତରୀୟ ବୈଠକ । ଶାନ୍ତି ପ୍ରତିଷ୍ଠା ପାଇଁ ଆଲୋଚନା କରିବେ ଉଭୟ ପକ୍ଷ । ପୂର୍ବରୁ ଶେଷ ହୋଇଛି ୧୩ ପର୍ଯ୍ୟାୟର ଆଲୋଚନା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଜି (ବୁଧବାର) ଭାରତ-ଚୀନ ମଧ୍ୟରେ ୧୪ ତମ କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଚୀନର ଚୁସୁଲ୍-ମୋଲଡୋ ମିଟିଂ ପଏଣ୍ଟରେ ଏହି ବୈଠକ ଅନୁଷ୍ଠିତ ହେବ । ମିଳିଥିବା ସୂଚନା ଅନୁସାରେ, ଡେପସାଙ୍ଗ ବଲ୍ଗ ଏବଂ ଡେମୋକୋକରେ ଥିବା ସମସ୍ୟାର ସମାଧାନ ସମେତ LACର ଅବଶିଷ୍ଟ ସମସ୍ତ ଉତ୍ତେଜନାପୂର୍ଣ୍ଣ ପଏଣ୍ଟରୁ ସୈନ୍ୟ ପ୍ରତ୍ୟାହାର କରିବା ନେଇ ସହମତି ପ୍ରକାଶ ପାଇବାରେ ବୋଲି ଆଶା କରାଯାଉଛି ।

ଗତବର୍ଷ ଅକ୍ଟୋବର 10 ତାରିଖରେ ଏହି ଆଲୋଚନା ଶୃଙ୍ଖଳାର 13ତମ ରାଉଣ୍ଡ ଶେଷ ହୋଇଥିଲା । କିନ୍ତୁ ଉକ୍ତ ପର୍ଯ୍ୟାୟ କିଛି ବିଶେଷ ଫଳପ୍ରଦ ମଧ୍ୟ ହୋଇ ପାରିନଥିଲା । ଭାରତ ପକ୍ଷରୁ ପ୍ରଦାନ କରାଯାଇଥିବା ଶାନ୍ତି ପ୍ରସ୍ତାବକୁ ଗ୍ରହଣ କରି ନଥିଲା ଚୀନ ସେନା । ସେହିପରି ନଭେମ୍ବରରେ ଭର୍ଚ୍ଚୁଆଲ୍ କୂଟନୈତିକ ଆଲୋଚନାରେ ଭାରତ ଏବଂ ଚୀନ୍ ପୂର୍ବ ଲଦାଖରେ ଥିବା ଉତ୍ତେଜନାପୂର୍ଣ୍ଣ ପଏଣ୍ଟ ଗୁଡିକରେ ଶାନ୍ତି ପ୍ରତିଷ୍ଠା ପାଇଁ 14 ତମ ରାଉଣ୍ଡ ଆଲୋଚନା କରିବାକୁ ରାଜି ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ:-LOCରେ ଜାରି ରହିଛି ଅନୁପ୍ରବେଶ ଉଦ୍ୟମ, LACରେ ସୁଧୁରିଛି ସ୍ଥିତି: ସ୍ଥଳସେନା ମୁଖ୍ୟ

2020 ମସିହାରେ ଉଭୟ ଦେଶର ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଶ ଦେଖିବାକୁ ମିଳିଥିଲା । ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ହ୍ରାସ କରିବା ସହ ଶାନ୍ତି ପ୍ରତିଷ୍ଠା ଲାଗି ଉଭୟ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଥିଲା । ତେବେ ଏପର୍ଯ୍ୟନ୍ତ ୧୩ତମ ଆଲୋଚନା ଶେଷ ହୋଇଥିବା ବେଳେ ସ୍ଥିିତିରେ ସମାନ୍ୟ ସୁଧାର ଆସିଥିବା କହିଛନ୍ତି ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ନରଓ୍ବାଣେ । ଆଜି ୧୪ତମ ପର୍ଯ୍ୟାୟ ଆଲୋଚନାର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.