LOCରେ ଜାରି ରହିଛି ଅନୁପ୍ରବେଶ ଉଦ୍ୟମ, LACରେ ସୁଧୁରିଛି ସ୍ଥିତି: ସ୍ଥଳସେନା ମୁଖ୍ୟ

author img

By

Published : Jan 12, 2022, 3:54 PM IST

LOCରେ ଜାରି ରହିଛି ଅନୁପ୍ରବେଶ ଉଦ୍ୟମ

ପଶ୍ଚିମ ସୀମାରେ ଅନୁପ୍ରବେଶ ନେଇ ଚିନ୍ତା ପ୍ରକଟ କଲେ ସ୍ଥଳସେନା ମୁଖ୍ୟ । ଚୀନ ସମ୍ପର୍କରେ କହିଲେ କଥାବାର୍ତ୍ତା ମାଧ୍ୟମରେ ସାମାନ୍ୟ ସୁଧୁରିଛି ସମ୍ପର୍କ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ପଶ୍ଚିମ ସୀମା ତଥା ଭାରତ-ପାକ ଆନ୍ତର୍ଜାତୀୟ ସୀମାର ପ୍ରକୃତ ନିୟନ୍ତ୍ରଣ ରେଖା(LOC) ରେ ବାରମ୍ବାର ଅନୁପ୍ରବେଶ ଉଦ୍ୟମ ଜାରି ରହିଛନ୍ତି ଆତଙ୍କବାଦୀ । ସୀମା ଆରପଟେ ପାକ ଅଧିକୃତ କାଶ୍ମୀରର ଏକାଧିକ ଲଞ୍ଚପ୍ୟାଡରେ ଆତଙ୍କବାଦୀ ମାନେ ଏକତ୍ରିତ ହେବା ସହ ବାରମ୍ବାର ଭାରତୀୟ ସୀମାକୁ ଅନୁପ୍ରବେଶ ପ୍ରୟାସ ଜାରି ରଖିଛନ୍ତି ବୋଲି କହିଛନ୍ତି ସ୍ଥଳସେନା ମୁଖ୍ୟ ମେଜର ଜେନେରାଲ ଏମ.ଏମ ନରଓ୍ବାଣେ । ଏହା ପଶ୍ଚିମ ପଡୋଶୀ ତଥା ପାକିସ୍ତାନର ଏକ କୁଶ୍ଚିତ ପ୍ରୟାସ ବୋଲି କହିଛନ୍ତି ସ୍ଥଳସେନା ମୁଖ୍ୟ ।

LOC ରେ ଜାରି ରହିଛି ଅନୁପ୍ରବେଶ ଉଦ୍ୟମ, LAC ରେ ସୁଧୁରିଛି ସ୍ଥିତି: ସ୍ଥଳସେନା ମୁଖ୍ୟ

ସେହିପରି ଚୀନ ସମ୍ପର୍କରେ ସେନାମୁଖ୍ୟ କହିଛନ୍ତି, ଭାରତ-ଚୀନ ମଧ୍ୟରେ ଦେଖାଯାଇଥିବା ସୀମା ବିବାଦକୁ ପ୍ରଶମିତ କରିବା ଦିଗରେ ଭାରତୀୟ ସେନା ପ୍ରୟାସ ଜାରି ରହିଛି । ଦୁଇ ଦେଶର ସେନା ମଧ୍ୟରେ ଉତ୍ତେଜନା ହ୍ରାସ ପାଇଁ ଦ୍ବିପାକ୍ଷିକ କମାଣ୍ଡର ସ୍ତରୀୟ ଆଲୋଚନା ମଧ୍ୟ ଜାରି ରହିଛି । ତେବେ ଏହି ଆଲୋଚନା ଦ୍ବାରା ସ୍ଥିତିରେ ପୂର୍ବାପେକ୍ଷା ସାମାନ୍ୟ ସୁଧାର ମଧ୍ୟ ଆସିଥିବା ସେନା ମୁଖ୍ୟ କହିଛନ୍ତି ।

ଭାରତ ଏବଂ ଚୀନ ସେନା ମଧ୍ୟରେ ଜାରି ରହିଥିବା କମାଣ୍ଡର ସ୍ତରୀୟ ଆଲୋଚନାର ଆଜି ୧୪ତମ ବୈଠକ ପୂର୍ବରୁ ସ୍ଥଳସେନା ମୁଖ୍ୟଙ୍କ ଏହି ବୟାନ ଆସିଛି । ଆଜି ଦୁଇ ଦେଶ ମଧ୍ୟରେ ସର୍ବୋଚ୍ଚ ମିଲିଟାରୀ କମାଣ୍ଡର ସ୍ତରୀୟ (SHMCL) ସ୍ତରରେ ଜାରି ରହିଥିବା ଆଲୋଚନାର ୧୪ ତମ ସଂସ୍କରଣ ଚୁସୁଲ-ମୋଲଡୋ ମିଟିଂ ପଏଣ୍ଟରେ ଅନୁଷ୍ଠିତ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.