ETV Bharat / bharat

ବ୍ରାଜିଲ ସାଟେଲାଇଟ ପଠାଇବା ଇସ୍ରୋ ପାଇଁ ଗର୍ବର ଦିନ: କେ ଶିବନ

author img

By

Published : Feb 28, 2021, 12:02 PM IST

ବ୍ରାଜିଲ ସାଟେଲାଇଟ ପଠାଇବା ଇସ୍ରୋ ପାଇଁ ଗର୍ବର ଦିନ: କେ ଶିବନ
ବ୍ରାଜିଲ ସାଟେଲାଇଟ ପଠାଇବା ଇସ୍ରୋ ପାଇଁ ଗର୍ବର ଦିନ: କେ ଶିବନ

ଆଜି PSLV-C51 ରକେଟ ମାଧ୍ୟମରେ 19ଟି ସାଟେଲାଇଟକୁ ପ୍ରେରଣ କରିଛି । ପ୍ରଥମ ଥର ବ୍ରାଜିଲ ଦ୍ବାରା ବିକଶିତ ସାଟେଲାଇଟକୁ ପଠାଇଛି ଇସ୍ରୋ । ଅଧିକ ପଢନ୍ତୁ...

ଅମରାବତୀ: ଚଳିତ ବର୍ଷ ଇସ୍ରୋ PSLV-C51କୁ ସଫଳତା ସହ ଲଞ୍ଚ କରିଛି । ଏହି PSLV C51ରୁ 19ଟି ସାଟେଲାଇଟକୁ ପ୍ରେରଣ କରାଯାଇଛି । ଏନେଇ ଇସ୍ରୋ ଅଧ୍ୟକ୍ଷ କେ.ଶିବନ ନିଜର ଖୁସି ବ୍ୟକ୍ତ କରିଛନ୍ତି । PSLV C51ରୁ ପଠାଯାଇଥିବା 19ଟି ସାଟେଲାଇଟ ମଧ୍ୟରେ ବ୍ରାଜିଲ ସାଟେଲାଇଟ ରହିଛି । ପ୍ରଥମ ଥର ବ୍ରାଜିଲ ବୈଜ୍ଞାନିକଙ୍କ ଦ୍ବାରା ବିକଶିତ ସାଟେଲାଇଟ ଆମାଜୋନିଆ -1 ଉତକ୍ଷେପଣ କରାଯାଇଛି । ଯାହାକୁ ଅତ୍ୟନ୍ତ ଗର୍ବର ବିଷୟ ବୋଲି କହିଛନ୍ତି ଇସ୍ରୋ ଅଧ୍ୟକ୍ଷ । ଏଥିପାଇଁ ସେ ବ୍ରାଜିଲିଆନ ଟିମକୁ ପ୍ରଶଂସା କରିଛନ୍ତି ।

ଆଜି ପୂର୍ବାହ୍ନ 10.30 ସମୟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ସତୀଶ ଧୱନ ସ୍ପେସ ସେଣ୍ଟରରୁ PSLV-C51କୁ ଲଞ୍ଚ କରାଯାଇଛି । PSLV -C51 /ଆମୋଜୋନିଆ-1 ଇସ୍ରୋର ବାଣିଜ୍ୟ ୟୁନିଟ ନ୍ୟୁ ସ୍ପେସ ଇଣ୍ଡିଆ ଲିମିଡେଟର ପ୍ରଥମର ପ୍ରଥମ ଉତ୍ସର୍ଗୀକୃତ ବ୍ୟବସାୟିକ ମିଶନ । ଏହି ମିଶନ ଲଞ୍ଚ ହେବା ପୂର୍ବରୁ ବ୍ରାଜିଲର ବୈଜ୍ଞାନିକ ଦଳ ଭାରତ ଆସିଥିଲେ ।

ପୃଥିବୀକୁ ପର୍ଯ୍ୟବେକ୍ଷଣ କରିବା ପାଇଁ ଏହି ଆମୋଜୋନିଆ-1 ଉପଗ୍ରହ ବା ସାଟେଲାଇଟକୁ ଉତକ୍ଷେପଣ କରାଯାଇଛି । ଏହି ଉପଗ୍ରହ ଆମାଜନ ଅଞ୍ଚଳରେ ଜଙ୍ଗଲ ନଷ୍ଟ ହେବା ଉପରେ ନଜର ରଖିବ । ରିମୋଟ ସେନ୍ସିଂ ତଥ୍ୟ ପ୍ରଦାନ କରି ଜଙ୍ଗଲର ଆକାରକୁ ଆହୁରି ମଜବୁତ କରିବ । 18ଟି ସହଯାତ୍ରୀ ଉପଗ୍ରହ ମଧ୍ୟରୁ 4ଟି ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଏବଂ ପ୍ରାଧିକରଣ କେନ୍ଦ୍ରରୁ ଯିବାକୁ ଥିବା ବେଳେ ଆଉ 14ଟି ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍(NSIL)ରୁ ଉତକ୍ଷେପଣ ହୋଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.