ETV Bharat / bharat

ଦେଶରେ କୋରୋନାର ତୃତୀୟ ଲହର ଆସିବ ନିଶ୍ଚୟ, ପ୍ରସ୍ତୁତ ରହିବାକୁ ବିଶେଷଜ୍ଞଙ୍କ ପରାମର୍ଶ

author img

By

Published : Dec 16, 2021, 5:17 PM IST

ଦେଶରେ କୋରୋନାର ତୃତୀୟ ଲହର ଆସିବ ନିଶ୍ଚୟ, ପ୍ରସ୍ତୁତ ରହିବାକୁ ବିଶେଷଜ୍ଞଙ୍କ ପରାମର୍ଶ
ଦେଶରେ କୋରୋନାର ତୃତୀୟ ଲହର ଆସିବ ନିଶ୍ଚୟ, ପ୍ରସ୍ତୁତ ରହିବାକୁ ବିଶେଷଜ୍ଞଙ୍କ ପରାମର୍ଶ

କୋରୋନା ମହାମାରୀର ତୃତୀୟ ଲହରକୁ କେହି ଅଟକାଇ ପାରିବେ ନାହିଁ। କୋରୋନାର ତୃତୀୟ ଲହର ଆସିବା ନିଶ୍ଚୟ। ଏଭଳି ଚିନ୍ତାଜନକ ବିବୃତ୍ତି ରଖିଲେ ଫୋର୍ଟିସ୍ ଏସ୍କର୍ଟସ ହାର୍ଟ ଇନଷ୍ଟିଚ୍ୟୁଟ(Fortis Escorts Heart Institute)ର ସଭାପତି ତଥା ବରିଷ୍ଠ ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ଟର ଅଶୋକ ସେଥ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ଚିନ୍ତା ବଢାଇ ଦେଇଛି ଦକ୍ଷିଣ ଆଫ୍ରିକାରୁ ସମଗ୍ର ବିଶ୍ବକୁ ବ୍ୟାପିଥିବା କୋରୋନା ମହାମାରୀର ନୂତନ ଭ୍ୟାରିଆଣ୍ଟ ଓମିକ୍ରନ୍ (omicron) (Covid-19) । ଜିନୋମ ସିକ୍ବନ୍ସିଙ୍ଗ୍ ଟେଷ୍ଟିଂ(genome sequencing testing) ବଢିବା ପରେ ଦେଶରେ ପ୍ରତିଦିନ ଓମିକ୍ରନ୍ ଭାରିଆଣ୍ଟ୍ରର ନୂଆ ମାମଲା ଦେଖିବାକୁ ମିଳୁଛି । ଏହି ସମୟରେ, ଫୋର୍ଟିସ୍ ଏସ୍କୋର୍ଟସ ହାର୍ଟ ଇନଷ୍ଟିଚ୍ୟୁଟ(Fortis Escorts Heart Institute)ର ସଭାପତି ତଥା ବରିଷ୍ଠ ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ଟର ଅଶୋକ ସେଥ ଏକ ଚିନ୍ତାଜନକ ବିବୃତ୍ତି ଦେଇଛନ୍ତି ।

ସେ କହିଛନ୍ତି ଯେ, କୋରୋନା ମହାମାରୀର ତୃତୀୟ ଲହରକୁ କେହି ଅଟକାଇ ପାରିବେ ନାହିଁ । ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, କୋରୋନାର ତୃତୀୟ ଲହର ଆସିବା ନିଶ୍ଚୟ । ମହାମାରୀର ତୃତୀୟ ଲହରର ବୃଦ୍ଧି ପାଉଥିବା ବିପଦକୁ ଦୃଷ୍ଟିରେ ରଖି ସେ ପରାମର୍ଶ ଦେଇଛନ୍ତି ଯେ, ସଂପୃକ୍ତ ବିଭାଗଗୁଡ଼ିକ, ଲୋକଙ୍କୁ କୋଭିଡ ବିରୋଧରେ ବୁଷ୍ଟର ଡୋଜ ଦେବା ବିଷୟରେ ବିଚାର କରିବା ଉଚିତ। ସେ କହିଛନ୍ତି ଯେ ଏହି ପର୍ଯ୍ୟାୟରେ ବିଶେଷ କରି ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମେ ବୁଷ୍ଟର ଡୋଜ ଦେଇ ସୁରକ୍ଷା ଦିଆଯିବା ଉଚିତ ।

ସମଗ୍ର ବିଶ୍ବରୁ ଆସିଥିବା ଓମିକ୍ରନ୍ ଭ୍ୟାରିଆଣ୍ଟ ଖବରକୁ ଧ୍ୟାନରେ ରଖି ଅଶୋକ ସେଥ କହିଛନ୍ତି ଯେ, କୋରୋନାର ଏହି ଭ୍ୟାରିଆଣ୍ଟ ଅଧିକ ସଂକ୍ରାମକ ହୋଇଥିବାରୁ ବହୁ ସଂଖ୍ୟାରେ ଲୋକ ଆକ୍ରାନ୍ତ ହୋଇପାରନ୍ତି । ବିଶେଷ କରି ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ସେମାନଙ୍କ ପାଇଁ ଏହା ଘାତକ ହୋଇପାରେ। କେବଳ ଏତିକି ନୁହେଁ, ଏହା ଟିକା ବିରୁଦ୍ଧରେ ଲଢିପାରେ ଏବଂ ଏହାର ପ୍ରଭାବକୁ ହ୍ରାସ ମଧ୍ୟ କରିପାରେ ।

ଦକ୍ଷିଣ ଆଫ୍ରିକାର ଉଦାହରଣ ଦେଇ ସେ କହିଛନ୍ତି ଯେ, କୋରୋନାର ଓମିକ୍ରନ୍ ଭ୍ୟାରିଆଣ୍ଟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। କିନ୍ତୁ ସଂକ୍ରମଣ ତୁଳନାରେ ମୃତ୍ୟୁ ସଂଖ୍ୟା ବହୁତ କମ ରହିଛି, ଯାହା ଆମ ପାଇଁ ଏକ ଆଶ୍ବସ୍ତିକର ବିଷୟ । ଦକ୍ଷିଣ ଆଫ୍ରିକାରେ ଏବେ ଯେଭଳି ପରିସ୍ଥିତି ରହିଛି, ତାହା ସମଗ୍ର ବିଶ୍ବରେ ସମାନ ରହିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.