ETV Bharat / bharat

ଚାପ ସହି ନପାରି ଜୀବନ ହାରିଲେ ଏମଟେକ୍ ଛାତ୍ର, ହଷ୍ଟେଲ କୋଠରୀରୁ ମୃତଦେହ ଉଦ୍ଧାର

author img

By ETV Bharat Odisha Team

Published : Jan 11, 2024, 11:44 AM IST

IIT Kanpur Student Commits Suicide
ଝୁଲି ପଡିଲେ ଏମଟେକ ଛାତ୍ର

IIT Kanpur Student Commits Suicide: ଆଇଆଇଟି କାନପୁରରେ ଏମଟେକ୍ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ହଷ୍ଟେଲ ରୁମ୍ରୁ ମିଳିଲା ମୃତଦେହ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ପୁଣି ଆଇଆଇଟି କାନପୁରରେ ଛାତ୍ରଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ । ଚାପ ଯୋଗୁଁ ହଷ୍ଟେଲରେ ଝୁଲି ପଡ଼ିଲେ ଆଇଆଇଟି ଛାତ୍ର । କାନପୁର ଆଇଆଇଟିରୁ ଆସିଛି ଏହି ଦୁଃଖଦ ଖବର । ଗତକାଲି (ବୁଧବାର) କାନପୁର ଆଇଆଇଟିର ଜଣେ ଏମଟେକ ଛାତ୍ରଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ହଷ୍ଟେଲ ରୁମରୁ ଛାତ୍ରଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଖବର ପାଇ ପୋଲିସ ମୃତଦେହ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି । ପାଠପଢ଼ାକୁ ନେଇ ଛାତ୍ରଜଣକ ଦୀର୍ଘଦିନ ଧରି ଚିନ୍ତତ ରହିଥିବା ନେଇ ସାଥି ଛାତ୍ରମାନେ ପୋଲିସକୁ ଖବର ଦେଇଛନ୍ତି । ପ୍ରକାଶ ଥାଉକି କିଛି ଦିନ ପୂର୍ବରୁ ଜଣେ ପିଏଚଡି ଛାତ୍ରୀଙ୍କର ମଧ୍ୟ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିଲା ।

ଏନେଇ କଲ୍ୟାଣପୁର ପୋଲିସ ଷ୍ଟେସନ ଦାୟିତ୍ବରେ ରହିଥିବା ପୋଲିସ ଅଧିକାରୀ ଧନଞ୍ଜୟ ପାଣ୍ଡେ କହିଛନ୍ତି, "ମେରଟ ଲକ୍ଷ୍ମୀବିହାର କରଖେଡା ନିବାସୀ ନେମଚାନ୍ଦ ମୀନାଙ୍କ ପୁଅ ବିକାଶ ମୀନା ଆଇଆଇଟି କାନପୁରରେ ଏମଟେକ ଦ୍ବିତୀୟ ବର୍ଷର ଛାତ୍ର ଥିଲେ । ସେ ଗତକାଲି ରାତି ପ୍ରାୟ 10 ସମୟରେ ସେ ଜୀବନ ହାରିଥିବା ନେଇ ସୂଚନା ମିଳିଥିଲା। ଏହା ପରେ ଆମେ ଘଟଣାସ୍ଥଳରେ ପହଞ୍ଚି ହଷ୍ଟେଲ କୋଠରୀରୁ ମୃତଦେହ ଉଦ୍ଧାର କରିଥିଲୁ । ବିକାଶ ତାଙ୍କ ଅଧ୍ୟୟନକୁ ନେଇ ଚାପରେ ରହିଥିଲେ ବୋଲି ସାଥି ଛାତ୍ରମାନେ ସୂଚନା ଦେଇଛନ୍ତି । ସୂଚନାକୁ ଆଧାର କରି ତଦନ୍ତ ଆରମ୍ଭ ହୋଇଛି । "

ଏହା ମଧ୍ୟ ପଢନ୍ତୁ: IIT Delhi: ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ହଷ୍ଟେଲ ରୁମରୁ ମିଳିଲା ମୃତଦେହ

ବିଶ୍ବବିଦ୍ୟାଳୟର ପ୍ରାଶାସନିକ ଅଧିକାରୀ ସର୍ବଦା ଆଇଆଇଟି କାନପୁର କ୍ୟାମ୍ପସକୁ ଷ୍ଟୁଡେଣ୍ଟ ଫ୍ରେଣ୍ଡଲି ବୋଲି ସଫେଇ ଦେଇଥାଆନ୍ତି । କିନ୍ତୁ ଅନେକ ସମୟରେ ଛାତ୍ରମାନେ ଚାପରେ ରହୁଥିବା ନେଇ ଖବର ସାମ୍ନାକୁ ଆସୁଛି । କିନ୍ତୁ ପ୍ରାଶାସନିକ ଅଧିକାରୀମାନେ ଏହାକୁ ଖଣ୍ଡନ କରିଥାଆନ୍ତି । ତେବେ ଗୋଟିଏ ମାସ ମଧ୍ୟରେ ଦୁଇ ଛାତ୍ରଙ୍କର ମୃତ୍ୟୁ ଏକ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି କରିଛି । ଛାତ୍ରମାନଙ୍କର ଏଭଳି ଚରମ ନିଷ୍ପତ୍ତି ଯୋଗୁଁ ଆଇଆଇଟି କାନପୁର ପ୍ରାଶାସନିକ ଅଧିକାରୀଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, "ସହପାଠୀ ଛାତ୍ରଛାତ୍ରୀଙ୍କୁ ପଚରାଉଚରା ବେଳେ ଏହା ଜଣାପଡିଥିଲା ​​ଯେ, ବିକାଶ ଅଧ୍ୟୟନକୁ ନେଇ ଦୀର୍ଘ ସମୟ ଧରି ଚାପଗ୍ରସ୍ତ ଥିଲେ । ଫୋରେନସିକ୍ ଟିମ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଛନ୍ତି । ଏହାପୂର୍ବରୁ ଅର୍ଥାତ ଏକ ମାସ ପୂର୍ବରୁ ଜୈବବିଜ୍ଞାନ ଏବଂ ବାୟୋ ଇଞ୍ଜିନିୟରିଂ ବିଭାଗର ପିଏଚଡି ଛାତ୍ରୀ ପଲ୍ଲବୀ ମଧ୍ୟ ଚାପ ଯୋଗୁଁ ଆତ୍ମହତ୍ୟା କରିଥିଲେ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.