ETV Bharat / bharat

IIT Delhi: ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ହଷ୍ଟେଲ ରୁମରୁ ମିଳିଲା ମୃତଦେହ

author img

By

Published : Jul 9, 2023, 3:45 PM IST

IIT Delhi: ଛାତ୍ରଙ୍କ ଆତ୍ମହତ୍ୟା ସନ୍ଦେହ, ହଷ୍ଟେଲ ରୁମରୁ ମିଳିଲା ମୃତଦେହ
IIT Delhi: ଛାତ୍ରଙ୍କ ଆତ୍ମହତ୍ୟା ସନ୍ଦେହ, ହଷ୍ଟେଲ ରୁମରୁ ମିଳିଲା ମୃତଦେହ

IIT Delhi ରେ ଜଣେ ଛାତ୍ରଙ୍କ ଆତ୍ମହତ୍ୟା ସନ୍ଦେହ । ହଷ୍ଟେଲ ରୁମରୁ ମିଳିଲା ମୃତଦେହ । ପୋଲିସ ଆରମ୍ଭ କଲା ତଦନ୍ତ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: IIT ଦିଲ୍ଲୀରେ ଜଣେ ଛାତ୍ରଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ହଷ୍ଟେଲ୍‌ ରୁମରୁ ଛାତ୍ରଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିବା ପରେ ଏହା ଏକ ଆତ୍ମହତ୍ୟା ହୋଇଥିବା ନେଇ ସନ୍ଦେହ ପ୍ରକାଶ ପାଇଛି । ଛାତ୍ରଜଣଙ୍କ 20 ବର୍ଷୀୟ ଆୟୁଷ ଓ ସେ ଉତ୍ତର ପ୍ରଦେଶ ବରେଲୀର ବାସିନ୍ଦା । ସେ ବି-ଟେକ 4ର୍ଥ ବର୍ଷର ଛାତ୍ର ଥିଲେ । ହଷ୍ଟେଲ୍‌ର ଅନ୍ୟ ଛାତ୍ରଙ୍କଠାରୁ ସୂଚନା ପାଇ ପୋଲିସ ପହଞ୍ଚି ହଷ୍ଟେଲ କୋଠରୀରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

ପୋଲିସର ପ୍ରାଥମିକ ସୂଚନା ଅନୁସାରେ, ଗତକାଲି(ରରିବାର) ମଧ୍ୟରାତ୍ରିରେ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି । ଆୟୁଷ ଉଦୟଗିରି ହଷ୍ଟେଲରେ ରହୁଥିଲେ । ଆଜି ସକାଳେ ତାଙ୍କ ମୃତଦେହ ଦେଖି ଅନ୍ୟ ଛାତ୍ରମାନେ ପୋଲିସ ଓ ସଂସ୍ଥାନର କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ । ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ସେ ରହୁଥିବା ହଷ୍ଟେଲ ପ୍ରକୋଷ୍ଠର ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ କରିଛି । ଫୋରେନ୍ସିକ ଟିମ୍‌ ମଧ୍ୟ ଆୟୁଷର ରୁମ୍‌ରୁ କିଛି ସାମଗ୍ରୀ ଜବତ କରିଥିବା ସୂଚନା ମିଳିଛି । ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ଆତ୍ମହତ୍ୟା ପରି ଅନୁମାନ କରାଯାଉଥିଲେ ସୁଦ୍ଧା ତଦନ୍ତ ପରେ ପ୍ରକୃତ କାରଣ ସମ୍ପର୍କରେ ସ୍ପଷ୍ଟ ହେବା ନେଇ ପୋଲିସ କହିଛି ।

ଏହା ମଧ୍ୟ ପଢନ୍ତୁ :-ସ୍ବାମୀକୁ ଘରେ ବନ୍ଦ କରି ସ୍ତ୍ରୀକୁ ଗଣଦୁଷ୍କର୍ମ, ଜଣେ ଗିରଫ

ପୋଲିସ ଛାତ୍ରାବାସରେ ଥିବା ଅନ୍ୟ ସହଯୋଗୀ ଓ ଛାତ୍ରଙ୍କଠାରୁ ମଧ୍ୟ ସୂଚନା ସଂଗ୍ରହ କରୁଛି । ସଂସ୍ଥାନର ସମ୍ପୃକ୍ତ ଛାତ୍ରଙ୍କ କ୍ୟାରିଅର ରେକର୍ଡ ଓ ଅନ୍ୟ ଏକାଡେମିକ ତଥ୍ଯ ମଧ୍ୟ ଯୋଗାଡ଼ କରାଯାଉଛି । ଅନ୍ୟପଟେ ସଂସ୍ଥାନ କର୍ତ୍ତୃପକ୍ଷ ମୃତ ଛାତ୍ରଙ୍କ ପରିବାରକୁ ସୂଚନା ଦେଇଛନ୍ତି । ସେମାନେ ମଧ୍ୟ ଦିଲ୍ଲୀରେ ପହଞ୍ଚିଛନ୍ତି । ବ୍ଯବଚ୍ଛେଦ ପରେ ପୋଲିସ ସେମାନଙ୍କୁ ମୃତଦେହ ହସ୍ତାନ୍ତର କରିବ । ଚଳିତ ବର୍ଷ ଜୁଲାଇ 4 ତାରିଖରେ ଦିଲ୍ଲୀର ସେକ୍ଟର-16ରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଯାହାର ତଦନ୍ତ ଏବେ ସୁଦ୍ଧା ମଧ୍ୟ ଜାରି ରହଥିଲେ ସୁଦ୍ଧା କାରଣ ସ୍ପଷ୍ଟ ହୋଇପାରିନାହିଁ । ଛାତ୍ରୀଜଣଙ୍କ 9ମ ଶ୍ରେଣୀରେ ପାଠ ପଢୁଥିଲେ । ଏହି ଘଟଣାରେ କିଛି ହାତଲେଖା ଚିଠି ମଧ୍ୟ ଜବତ କରାଯାଇଥିଲା । ଏହାର ତଦନ୍ତ ଏବେ ମଧ୍ୟ ଜାରି ରଖିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.