ETV Bharat / bharat

'ରାମ ରାଜ୍ୟରେ ସମସ୍ତଙ୍କୁ ଉତ୍ତମ ଓ ନିଶୁଳ୍କ ଶିକ୍ଷା ସ୍ବାସ୍ଥ୍ୟ ସେବା ମିଳିବା ଜରୁରୀ'

author img

By ETV Bharat Odisha Team

Published : Sep 24, 2023, 8:28 PM IST

Kejriwal on Ram Rajya
Kejriwal on Ram Rajya

ଦିଲ୍ଲୀ ଅରୁଣା ଅସଫ ଅଲ୍ଲି ହସ୍ପିଟାଲର OPD ବିଲ୍ଡିଂ ଉଦଘାଟନ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । କହିଲେ ଯଦି ଆମେ ରାମ ରାଜ୍ୟ କଳ୍ପନା କରୁଛୁ ତେବେ ସମସ୍ତଙ୍କୁ ଉତ୍ତମ ଓ ନିଶୁଳ୍କ ଶିକ୍ଷା ସ୍ବାସ୍ଥ୍ୟ ସେବା ମିଳିବା ଜରୁରୀ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଯଦି ଆମେ ରାମ ରାଜ୍ୟ ସମ୍ପର୍କରେ କଳ୍ପନା କରୁଛୁ, ତେବେ ସମସ୍ତଙ୍କ ଲାଗି ଉତ୍ତମ ଓ ନିଶୁଳ୍କ ଶିକ୍ଷା, ସ୍ବାସ୍ଥ୍ୟ ସେବା ଦେବା ଜରୁରୀ ବୋଲି ଶନିବାର କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ । ଏହାସହିତ ଦିଲ୍ଲୀରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବା ଲାଗି ଏକ ଯୋଜନା ସମ୍ପର୍କରେ ମଧ୍ୟ ଘୋଷଣା କରିଛନ୍ତି । ଦିଲ୍ଲୀ ଅରୁଣା ଅସଫ ଅଲ୍ଲି ହସ୍ପିଟାଲର OPD ବିଲ୍ଡିଂ ଉଦଘାଟନ ସମାରୋହରେ ଯୋଗ ଦେଇ ଶିକ୍ଷା ଓ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆପ୍‌ ସରକାର କାର୍ଯ୍ୟ କରୁଥିବା ସେ କହିଛନ୍ତି ।

ଦିଲ୍ଲୀ ସରକାର 22.8 କୋଟି ଟଙ୍କା ବ୍ୟୟରେ ଅରୁଣା ଅସଫ ଅଲ୍ଲି ହସ୍ପିଟାଲରେ 3 ମହଲା ବିଶିଷ୍ଟ ଓପିଡି ବ୍ଲକ୍‌ର ଉଦଘାଟନ କରିଛନ୍ତି । ଉନ୍ନତମାନର ଶିକ୍ଷା ଓ ସ୍ବାସ୍ଥ୍ୟ ସେବା ଲୋକଙ୍କ ନିକଟରେ ପହଞ୍ଚାଇବା ଦିଲ୍ଲୀ ସରକାରଙ୍କ ମୂଳ ଲକ୍ଷ୍ୟ ହୋଇଥିବା ବେଳେ ଏହି ଦିଗରେ ସରକାର ନିରନ୍ତର ଭାବେ କାର୍ଯ୍ୟ କରୁଛନ୍ତି ବୋଲି କେଜ୍ରିୱାଲ କହିଛନ୍ତି । ଏବେ ସରକାରଙ୍କ ଅନୁମୋଦିତ ସହରର ବିଭିନ୍ନ ହସ୍ପିଟାଲରେ ପ୍ରାୟ 10 ହଜାର ଶଯ୍ୟାର ବ୍ୟବସ୍ଥା କରାଯାଇଥିବା କହିଛନ୍ତି କେଜ୍ରିୱାଲ । ନୂଆ କରି ନିର୍ମାଣ ହେଉଥିବା ହସ୍ପିଟାଲରେ ପୁରୁଣା ବ୍ୟବସ୍ଥାକୁ ହଟାଇ ଅତ୍ୟାଧୁନିକ ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଉଛି । ଆଗାମୀ ଭବିଷ୍ୟତରେ 16 ହଜାର ଶଯ୍ୟାର ମଧ୍ୟ ବ୍ୟବସ୍ଥା କରାଯିବ ।

ଏହା ବି ପଢନ୍ତୁ- ଚର୍ଚ୍ଚାରେ ଆନ୍ଧ୍ରପ୍ରଦେଶର Heal School, ଗରିବ ପିଲାଙ୍କୁ ଯୋଗାଉଛି ସାମଗ୍ରିକ ଶିକ୍ଷା

ଏହି ଅବସରରେ କେଜ୍ରିୱାଲ କହିଥିଲେ," ଆମେ ସମସ୍ତେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ରଙ୍କୁ ଆରାଧନା କରିଥାଉ । ଖାଲି ସମସ୍ତେ ରାମ ରାଜ୍ୟ ସମ୍ପର୍କରେ କହିଥାନ୍ତି । ମୁଁ କହୁନାହିଁ ଯେ ଆମେ ରାମ ରାଜ୍ୟ ପର୍ଯ୍ୟନ୍ତ ପହଞ୍ଚି ପାରିବା ନାହିଁ । ଯଦି ଆମେ ରାମ ରାଜ୍ୟ ସମ୍ପର୍କରେ ଆଲୋଚନା କରୁଛୁ, ତେବେ ଏହା ନିଶ୍ଚିତ କରିବା ଉଚିତ ଯେ ଯେପରି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କୁ ଉନ୍ନତ ଓ ନିଶୁଳ୍କ ଶିକ୍ଷା ସ୍ବାସ୍ଥ୍ୟ ସେବା ମିଳିପାରିବ । ସେ ଧନୀ ହେଉ କି ଗରିବ, ଏହି 2ଟି ମୌଳିକ ସୁବିଧା ସମସ୍ତଙ୍କ ନିକଟରେ ପହଞ୍ଚିବା ଉଚିତ୍‌ । ଆପ୍‌ ସରକାର ସେହି ଦିଗରେ ନିରନ୍ତର ଭାବେ କାର୍ଯ୍ୟ କରି ଆସୁଛନ୍ତି । "

ଉତ୍ତମ ଶିକ୍ଷା ଓ ସ୍ବାସ୍ଥ୍ୟ ସେବା ଦ୍ବାରା ଦିଲ୍ଲୀ ଏବେ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିଛି । ଏହା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO)ର ନିୟମକୁ ମଧ୍ୟ ପାଳନ କରିଥାଏ । ଅରୁଣା ଅସଫ ଅଲ୍ଲିରେ ଆଜି ଉଦଘାଟନ ହୋଇଥିବା ଓପିଡି ବିଲ୍ଡିଂ ଲାଗି ଦିଲ୍ଲୀ ସରକାର 22.8 କୋଟି ଟଙ୍କା ବ୍ୟୟ କରିଛନ୍ତି । ଏଥିରେ 25ଟି କନସଲ୍‌ଟେସନ ରୁମ ସାଙ୍ଗକୁ 2ଟି ଏଲିଭେଟର ରହିଛି । ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବା ଲାଗି ମାତ୍ର 1 ମାସ ସମୟ ଲାଗିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କେଜ୍ରିୱାଲ ଆହୁରି କହିଛନ୍ତି ଯେ ପୂର୍ବରୁ ଓପିଡିକୁ 800ରୁ 1 ହଜାର ପର୍ଯ୍ୟନ୍ତ ରୋଗୀ ପ୍ରତିଦିନ ଆସୁଥିଲେ । ହେଲେ ଏବେ ଏହି ସଂଖ୍ୟା 2ରୁ 3 ଗୁଣା ବୃଦ୍ଧି ପାଇଛି । ଏଥିଲାଗି ଏକ ନୂଆ ଓପିଡି ବିଲ୍ଡିଂର ଆବଶ୍ୟକ ରହିଥିଲା । ଏବେ ସରକାର ଖାଲି ଉଚ୍ଚ ଉଚ୍ଚ ହସ୍ପିଟାଲ ନିର୍ମାଣ କରୁଛନ୍ତି, ହେଲେ ନିଶୁଳ୍କ ସ୍ବାସ୍ଥ୍ୟ ସେବା ଯୋଗାଇ ପାରୁନାହାନ୍ତି । ହେଲେ ଆପ୍‌ ସରକାର ନିଶୁଳ୍କ ସ୍ବାସ୍ଥ୍ୟସେବା ଯୋଗାଇବା ଦିଗରେ ସର୍ବଦା କାର୍ଯ୍ୟ କରିଆସୁଛି । ଏହି ନୂଆ ଓପିଡି ବିଲ୍ଡିଂ ଆପ୍‌ ସରକାରଙ୍କ ଏହି ଉଦ୍ଦେଶ୍ୟର ଆହୁରି ନିକଟତର ହୋଇପାରିବ ବୋଲି ଲକ୍ଷ୍ୟ ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.