ETV Bharat / bharat

ଚର୍ଚ୍ଚାରେ ଆନ୍ଧ୍ରପ୍ରଦେଶର Heal School, ଗରିବ ପିଲାଙ୍କୁ ଯୋଗାଉଛି ସାମଗ୍ରିକ ଶିକ୍ଷା

author img

By

Published : Mar 18, 2023, 10:13 PM IST

ଗରିବ, ଆର୍ଥିକ ଅନଗ୍ରସର, ଦିବ୍ୟାଙ୍ଗ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଉଛି ଆନ୍ଧ୍ରପ୍ରଦେଶର ଏହି ନିଆରା ସ୍କୁଲ । ଯେଉଁଠି ପିଲାଙ୍କୁ ମାଗଣା ଶିକ୍ଷା, ରହଣି ସୁବିଧା ଯୋଗାଇ ଦିଆଯାଉଛି । ଜାଣନ୍ତୁ ଏହି ସ୍କୁଲ ସମ୍ପର୍କରେ

Heal School
Heal School

ବିଶାଖାପାଟନମ: ଚର୍ଚ୍ଚାରେ ଦକ୍ଷିଣ-ପୂର୍ବ ରାଜ୍ୟ ଆନ୍ଧ୍ରପ୍ରଦେଶର ହିଲ୍‌ ସ୍କୁଲ (Heal School) । ଯେଉଁଠି ଗରିବ, ଅନାଥ ଓ ଆର୍ଥିକ ଅନଗ୍ରସର ପିଲାଙ୍କୁ ମାଗଣା ଶିକ୍ଷା ସହ ଖାଦ୍ୟ, ରହିବା ପାଇଁ ବାସସ୍ଥାନ ମଧ୍ୟ ଯୋଗାଇ ଦିଆଯାଉଛି । ଏହି ବିଦ୍ୟାଳୟରେ ସାମଗ୍ରିକ ଶିକ୍ଷା ଯୋଗାଇ ପିଲାମାନଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି । ୟୁକେର ସାମାଜିକ ସଂସ୍ଥା ଏହି ବିଦ୍ୟାଳୟକୁ ପରିଚାଳନା କରୁଥିବା ବେଳେ ଏବେ ବିଦ୍ୟାଳୟରେ ଆଡମିଶନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏଠାରେ ଗୁଣାତ୍ମକ ଶିକ୍ଷା ପାଇପାରୁଥିବାରୁ ଏହାକୁ ବିଭିନ୍ନ ମହଲରେ ବେଶ ପ୍ରଶଂସା କରାଯାଇଛି ।

ପାଠ ବ୍ୟତୀତ ଅନ୍ୟ କାର୍ଯ୍ୟରେ ପିଲାଙ୍କୁ କରାଯାଉଛି ଉତ୍ସାହିତ
ପାଠ ବ୍ୟତୀତ ଅନ୍ୟ କାର୍ଯ୍ୟରେ ପିଲାଙ୍କୁ କରାଯାଉଛି ଉତ୍ସାହିତ

ହିଲ୍ ସ୍କୁଲ ୧୮ ବର୍ଷରୁ କମ ପିଲାମାନଙ୍କୁ ସହାୟତା କରିବାକୁ ପ୍ରାଥମିକତା ଦେଇଥାଏ । ଏବେ ବିଦ୍ୟାଳୟରେ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ପିଲାଙ୍କ ଆଡମିଶନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ତୃତୀୟ ଓ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ସ୍ବଳ୍ପ ସିଟ ରହିଛି । ଏହାର ଆଡମିଶନ ସମ୍ବନ୍ଧୀୟ ସୂଚନା ବିଦ୍ୟାଳୟର ଅଫିସିଆଲ ୱେବସାଇଟ info@healparadise.org, healschool@healparadise.orgରେ ରହିଛି । ଅଣ୍ଡରପ୍ରିଭିଲେଜ୍‌ଡ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହିଛନ୍ତି ଡବଲ ଅର୍ଫାନ (ଯେଉଁ ପିଲାର ପିତାମାତା ଉଭୟ ମୃତ), ସିଙ୍ଗଲ ଅର୍ଫାନ (ଯେଉଁ ପିଲାର ପିତା ବା ମାତା ମୃତ) । ସେହିପରି ପରିବାର ଦ୍ବାରା ନିର୍ଯାତନାର ଶିକାର ହେଉଥିବା ଶିଶୁ ଏଠାରେ ରହି ପାଠ ପଢିପାରିବେ ।

ଗରିବ ଶ୍ରେଣୀର ପିଲାଙ୍କୁ ଯୋଗାଇ ଦିଆଯାଉଛି ଗୁଣାତ୍ମକ ଶିକ୍ଷା
ଗରିବ ଶ୍ରେଣୀର ପିଲାଙ୍କୁ ଯୋଗାଇ ଦିଆଯାଉଛି ଗୁଣାତ୍ମକ ଶିକ୍ଷା

ଏହା ବି ପଢନ୍ତୁ- କର୍ଣ୍ଣାଟକରେ ଲଜ୍ଜା: ସରକାରୀ ହସ୍ପିଟାଲରେ ମହିଳା ରୋଗୀଙ୍କୁ ଦୁଷ୍କର୍ମ !

ବିଦ୍ୟାଳୟରେ ଅତ୍ୟାଧୁନିକ ସୁବିଧା:- ଏହି ବିଦ୍ୟାଳୟରେ ଉଚ୍ଚ ଶିକ୍ଷିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଅନ୍ତର୍ଜାତୀୟ ସ୍ତରର ଫ୍ୟାକଲଟିମାନେ ଶିକ୍ଷାଦାନ ଦେଉଛନ୍ତି । ଏଠାରେ ଅନଲାଇନ ଶିକ୍ଷାଦାନ ସହିତ ଉନ୍ନତ ଉପକରଣ ସହ ଲାବ୍ରୋଟୋରୀ ରହିଛି । ୧୦ ହଜାର ପୁସ୍ତକ ସହିତ ଲାଇବ୍ରେରୀ ରହିଥିବା ବେଳେ ପିଲାମାନଙ୍କୁ RO ପାଣି, ଗରମ ପାଣି ସୁବିଧା, ଛାତ୍ରଛାତ୍ରୀଙ୍କ ପାଇଁ ଅଲଗା ହଷ୍ଟେଲ, ଡାଇନିଂ ହଲ୍‌, ସୋଲାର କିଚେନ, ଅର୍ଗାନିକ ଫାର୍ମ, ଋତୁକାଳୀନ ଖାଦ୍ୟପଦାର୍ଥ ମଧ୍ୟ ଯୋଗାଇ ଦିଆଯାଉଛି । ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ସହ ସାମଗ୍ରିକ ବିକାଶ ଉପରେ ଏହି ଶିକ୍ଷାନୁଷ୍ଠାନ ବିଶେଷ ଗୁରୁତ୍ବାରୋପ କରାଯାଉଛି ।

ପିଲାଙ୍କ ପାଇଁ ରହିଛି ଡାଇନିଂ ସୁବିଧା
ପିଲାଙ୍କ ପାଇଁ ରହିଛି ଡାଇନିଂ ସୁବିଧା

ପିଲାମାନଙ୍କୁ ପାଠପଢା ବ୍ୟତୀତ ଅନ୍ୟ କାର୍ଯ୍ୟରେ ମଧ୍ୟ ମନୋନିବେଶ କରିବାକୁ ଉତ୍ସାହିତ କରାଯାଉଛି । ଯେପରିକି ବିଭିନ୍ନ ପ୍ରକାର ଖେଳ କବାଡି, ବାସ୍କେଟ ବଲ୍‌, କବାଡି, ଖୋ ଖୋ, ଭଲି ବଲ୍, ହ୍ୟାଣ୍ଡବଲ କୋର୍ଟ, ଯୋଗ ସହି 3D ପେଣ୍ଟିଂ ଆଦିର ସୁବିଧା ରହିଛି । ଏଠାରେ ଦିବ୍ୟାଙ୍ଗ ଶ୍ରେଣୀର ପିଲାମାନଙ୍କ ପାଇଁ ମଧ୍ୟ ବିଶେଷ ସୁବିଧା ସୁଯୋଗ ରହିଛି । ପିଲାମାନଙ୍କୁ ପ୍ରବନ୍ଧ, କବିତା ରଚନା, ବକ୍ତୃତା, ଗୀତ ଗାଇବା ଆଦି ଲାଗି ମଧ୍ୟ ଉତ୍ସାହିତ କରାଯାଉଛି । କେବଳ ଆନ୍ଧ୍ରପ୍ରଦେଶରେ ନୁହେଁ ଦେଶର ଅନ୍ୟାନ୍ୟ ରାଜ୍ୟରେ ଏଭଳି ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବା ଲକ୍ଷ୍ୟରେ କାର୍ଯ୍ୟ କରୁଛି ଏହି ଅନୁଷ୍ଠାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.