କର୍ଣ୍ଣାଟକରେ ଲଜ୍ଜା: ସରକାରୀ ହସ୍ପିଟାଲରେ ମହିଳା ରୋଗୀଙ୍କୁ ଦୁଷ୍କର୍ମ !

author img

By

Published : Mar 18, 2023, 8:53 PM IST

କର୍ଣ୍ଣାଟକରେ ଲଜ୍ଜା: ହସ୍ପିଟାଲରେ ମହିଳା ରୋଗୀଙ୍କୁ ଦୁଷ୍କର୍ମ !

କର୍ଣ୍ଣାଟକରେ ସରକାରୀ ହସ୍ପିଟାଲରେ ମହିଳା ରୋଗୀଙ୍କୁ ଦୁଷ୍କର୍ମ । ଅଭିଯୁକ୍ତକୁ ଧରି ପୋଲିସ ଜିମା ଦେଲେ ହସ୍ପିଟାଲ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଏକ ସରକାରୀ ହସ୍ପିଟାଲରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ହସ୍ପିଟାଲ ବେଡରେ ଜଣେ ମହିଳା ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଥିବା ନେଇ ଅଭିଯୋଗ ହୋଇଛି । କାଲାବୁରାଗିରେ ଥିବା ସରକାରୀ ମେଡିକାଲ ସାଇନ୍ସ ସଂସ୍ଥାନ (GIMS) ରେ ଏପରି ଅଭାବନୀୟ ଘଟଣା ଘଟିଥିବା ଅଭିଯୋଗ ହେବା ପରେ ରାଜ୍ୟ ସ୍ବାସ୍ଥ୍ୟ ବ୍ୟବସ୍ଥାର ଚିତ୍ର ପଦାରେ ପଡିଛି । ମହିଳା ଓ୍ବାର୍ଡରେ ପଶି ଜଣେ ଚିକିତ୍ସାଧୀନ ମହିଳାଙ୍କ ସହ ଜଣେ ଅଭିଯୁକ୍ତ ଦୁଷ୍କର୍ମ କରିଥିଲା । ହେଲେ ନିକଟରେ ଥିବା ଲୋକେ ଅଭିଯୁକ୍ତକୁ କାବୁ କରି ନିସ୍ତୁକ ମାଡ ମାରିବା ସହ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରିଛନ୍ତି ।

ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, ଏପରି କାଣ୍ଡ କରିଥିବା ଅଭିଯୁକ୍ତର ନାମ ମେହବୁବ ପାଶା ଓ ସେ ସ୍ଥାନୀୟ କାଲାବୁରାଗିର ବାସିନ୍ଦା ବୋଲି ଜଣାପଡିଛି । ଅଭିଯୁକ୍ତ ପାଶା ଗତକାଲି (ଶୁକ୍ରବାର) ରାତିରେ କାଲାବୁରାଗିସ୍ଥିତ ସରକାରୀ ହସ୍ପିଟାଲକୁ ଯାଇଥିଲେ । ରାତିସାରା ହସ୍ପିଟାଲରେ ବିଭିନ୍ନ ସ୍ଥାନରେ ଉଦ୍ଦେଶ୍ୟହୀନ ଭାବେ ଘୁରି ବୁଲିବା ପରେ ସେ ବିଳମ୍ବିତ ରାତିରେ ମହିଳା ଓ୍ବାର୍ଡରେ ପ୍ରବେଶ କରିଥିଲା । ସେଠାରେ ଚିକିତ୍ସିତ ହେଉଥିବା ଜଣେ 36 ବର୍ଷୀୟା ମହିଳା ରୋଗୀଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ।

ଏହି ଘଟଣା ନିକଟରେ ଥିବା ପୁରୁଷ ଓ୍ବାର୍ଡରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତି ଦେଖି ଦେବାରୁ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହେବା ପାଇଁ ଉଦ୍ୟମ କରିଥିଲା । ପରେ ତାକୁ କାବୁ କରାଯାଇଥିଲା । ବ୍ୟକ୍ତିଜଣଙ୍କ ଦ୍ବାରା କ୍ୟାମେରାରେ ଅଭିଯୁକ୍ତର କାରନାମା ରେକର୍ଡ ମଧ୍ୟ କରାଯାଇଥିଲା । ଏସବୁ ହସ୍ପିଟାଲ କର୍ତ୍ତୃପକ୍ଷ ଦେଖିବା ପରେ ନିକଟସ୍ଥ ଥାନାକୁ ସୂଚନା ଦେଇଥିଲେ । ସ୍ଥାନୀୟ ପୋଲିସ ପହଞ୍ଚି ଅଭିଯୁକ୍ତକୁ କବଜାକୁ ନେବା ସହ ସମ୍ପୃକ୍ତ ଭିଡିଓ ଫୁଟେଜ ଓ ମୋବାଇଲକୁ ମଧ୍ୟ ଜବତ କରିଛି ।

ସେହିପରି ପୀଡିତା ମହିଳାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିବା ଓ ଅଭିଯୁକ୍ତର ଡାକ୍ତରୀମାଇନା କରାଯାଇଥିବା କାଲାବୁରାଗୀ ନଗର ପୋଲିସ କମିଶନର ଚେତନ. ଆର କହିଛନ୍ତି । ଜିଏମଏସ ହସ୍ପିଟାଲରେ ଜଣେ ନର୍ସଙ୍କ ଅଭିଯୋଗ ଆଧାରରେ ସ୍ଥାନୀୟ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି । ତଦନ୍ତ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବା ନେଇ ପୋଲିସ କହିଛି । ତେବେ ସରକାରୀ ଡାକ୍ତରଖାନାରେ ଦୁର୍ବଳ ସୁରକ୍ଷା ବ୍ୟବସ୍ଥା ଏବେ ସମାଲୋଚନାର ପ୍ରସଙ୍ଗ ହୋଇଛି । ରାତିରେ ମହିଳା ଓ୍ବାର୍ଡରେ ଜଣେ ପୁରୁଷ ଅନାୟସରେ ପ୍ରବେଶ କରିବା ଓ ମହିଳା ରୋଗୀଙ୍କୁ ଦୁଷ୍କର୍ମ କରିବା ଘଟଣା ସମଗ୍ର ରାଜ୍ୟର ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.