ETV Bharat / bharat

ବିଜେପିକୁ ସଞ୍ଜୟ ରାଉତଙ୍କ ସିଧା ନିଶାନା, କହିଲେ ବାରଣାସୀରେ ମୋଦିଙ୍କ ବିପକ୍ଷରେ ଲଢିଲେ ନିଶ୍ଚୟ ଜିତିବେ ପ୍ରିୟଙ୍କା

author img

By

Published : Aug 14, 2023, 10:39 AM IST

ବିଜେପିକୁ ସିଧା ଟାର୍ଗେଟ କରି ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି, ବାରଣାସୀ ଲୋକ ପ୍ରିୟଙ୍କା ଗାନ୍ଧୀଙ୍କୁ ଚାହାନ୍ତି । ଯଦି ବାରଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ପ୍ରିୟଙ୍କା ଗାନ୍ଧୀ ଲଢିବେ ତେବେ ସେ ନିଶ୍ଚୟ ଜିତିବେ । ଅଧିକ ପଢନ୍ତୁ

Sanjay Raut on 2024 general elections
ବିଜେପିକୁ ସଞ୍ଜୟ ରାଉତଙ୍କ ସିଧା ନିଶାନା

ମୁମ୍ବାଇ: 2024 ନିର୍ବାଚନକୁ ନେଇ ସଞ୍ଜନ ରାଉତଙ୍କ ଆକଳନ । ବିଜେପିକୁ ସିଧା ନିଶାନା କରି କିଛି ଏମିତି କହିଲେ ଯାହାକୁ ନେଇ ରାଜନୀତି ସରଗରମ ହୋଇଛି । ବିଜେପିକୁ ଟାର୍ଗେଟ କରି ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି,''ବାରଣାସୀବାସୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଚାହାନ୍ତି । ଯଦି ପ୍ରିୟଙ୍କା ଗାନ୍ଧୀ ବାରଣାସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ଲଢେଇ କରନ୍ତି ତେବେ ସେ ନିଶ୍ଚୟ ଜିତିବେ ।'' ଏକ ସମ୍ମିଳନୀରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କିଛି ଏମିତି କହିଛନ୍ତି ସଞ୍ଜୟ ରାଉତ ।

ସେ ଆହୁରି କହିଛନ୍ତି,'' ବିଜେପି ପାଇଁ ରାଇବରେଲି, ବାରଣାସୀ ଏବଂ ଆମେଥିରେ ଲଢେଇ କରିବା କଷ୍ଟକର ହେବ । ବାରଣାସୀବାସୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଚାହାନ୍ତି ତେଣୁ ସେମାନେ ରାହୁଲ ଗାନ୍ଧୀଙ୍କ ସପକ୍ଷରେ ରହିବେ । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ବାରଣାସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ଲଢେଇ କରନ୍ତି ତେବେ ସେ ନିଶ୍ଚୟ ଜିତିବେ । 2024 ସାଧାରଣ ନିର୍ବାଚନ ପୂର୍ବରୁ ସଞ୍ଜୟ ରାଉତଙ୍କ ଏହି ପ୍ରତିକ୍ରିୟାରେ ଶିବସେନା (ୟୁବିଟି) ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ ମତଭେଦକୁ ଅଧିକ ବଢାଇଛି । ମହାରାଷ୍ଟ୍ର ରାଜନୀତିର ସଦ୍ୟ ଘଟଣାକ୍ରମ ଉପରେ ସଞ୍ଜୟ ରାଉତଙ୍କ ଟିପ୍ପଣୀ କରି କହିଛନ୍ତି, ''ଯଦି ପାକିସ୍ତାନର ପୂର୍ବତନ ମୁଖ୍ୟମନ୍ତ୍ରୀ ନବାଜ ସରିଫ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଶି ପାରନ୍ତି ତେବେ ଶରଦ ପାୱାର ଏବଂ ଅଜିତ ପାୱାର କାହିଁକି ମିଶି ପାରିବେ ନାହିଁ ।''

ଏହା ବି ପଢନ୍ତୁ...ଖୁବଶୀଘ୍ର ମହାରାଷ୍ଟ୍ରକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ: ସଞ୍ଜୟ ରାଉତ

ଏହା ବି ପଢନ୍ତୁ...Chhattisgarh poll: ଦଳ ପାଇଁ ପ୍ରଚାର କ୍ୟାମ୍ପେନ ଆରମ୍ଭ କଲେ ଖଡଗେ, ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ

ଶରତ ପାୱାର ଓ ଅଜିତ ପାୱାରଙ୍କ ଭେଟଘାଟକୁ ନେଇ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି, ''ମୁଁ ଭାବୁଛି ଶରତ ପାୱାର ଅଜିତ ପାୱାରଙ୍କୁ ଆସନ୍ତାକାଲି ଭେଟିପାରନ୍ତି । ମୋତେ ଲାଗୁଛି ଶରଦ ପାୱାର ଅଜିତ ପାୱାରଙ୍କୁ ବିରୋଧୀ ଦଳର ମେଣ୍ଟ ଇଣ୍ଡିଆ (INDIA)ର ବୈଠକ ନେଇ ନିମନ୍ତ୍ରଣ କରିଛନ୍ତି । ମହାରାଷ୍ଟ୍ରର ଦୁଇ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ସରକାରକୁ ନେଇ ଖୁସି ନାହାନ୍ତି । ରାଜନୀତିରେ କିଛି ବି ହୋଇପାରେ । ଅଜିତ ପାୱାର, ଦେବେନ୍ଦ୍ର ଫଡନାଭିସ୍‌ ଏବଂ ମହାରାଷ୍ଟ୍ର ଲୋକ ଏହି ସରକାରଙ୍କୁ ନେଇ ଖୁସି ନାହାନ୍ତି ।’’

ପ୍ରକାଶ ଥାଉ କି, ଜୁଲାଇ 2 ତାରିଖରେ ଏନସିପି ଛାଡି ଅଜିତ ପାୱାର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଏନସିପିର 8 ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଦେବେନ୍ଦ୍ର ଫର୍ଣ୍ଣାଭିସ ଉପସ୍ଥିତିରେ ରାଜଭବନରେ ସମସ୍ତେ ଶପଥ ନେଇଥିଲେ । ମହାରାଷ୍ଟ୍ର ରାଜନୀତିର ଘଟଣାକ୍ରମ ଏପରି ଅଚାନକ ବଦଳିବ କେହି କେବେ ଭାବି ନଥିଲେ । ଏନସିପି ନେତା ଅଜିତ ପାୱାର ସିନ୍ଦେ ସରକାରରେ ସାମିଲ ହେବା ସମସ୍ତଙ୍କୁ ଆଚମ୍ବିତ କରିଥିଲା । ଏହି ସମୟରେ ମହାରାଷ୍ଟ୍ରକୁ ନୂଆ ମୁଖ୍ୟମନ୍ତ୍ରୀ ମିଳିବ ବୋଲି ବୟାନ ଦେଇଥିଲେ ସଞ୍ଜୟ ରାଉତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.