ETV Bharat / bharat

ଗୋଟିଏ ଦେଶରେ କିପରି ରହିବେ ୨ ପ୍ରଧାନମନ୍ତ୍ରୀ, ୨ ସମ୍ବିଧାନ ? ଟିଏମସି ସାଂସଦଙ୍କ ଟିପ୍ପଣୀ ଉପରେ ବର୍ଷିଲେ ଶାହ

author img

By ETV Bharat Odisha Team

Published : Dec 5, 2023, 8:01 PM IST

Updated : Dec 5, 2023, 8:21 PM IST

ଗୋଟିଏ ଦେଶରେ କିପରି ରହିବେ ୨ ପ୍ରଧାନମନ୍ତ୍ରୀ ଓ ୨ ସମ୍ବିଧାନ ?, ଟିଏମସି ସାଂସଦଙ୍କ ଟିପ୍ପଣୀ ଉପରେ ବର୍ଷିଲେ ଶାହ
ଗୋଟିଏ ଦେଶରେ କିପରି ରହିବେ ୨ ପ୍ରଧାନମନ୍ତ୍ରୀ ଓ ୨ ସମ୍ବିଧାନ ?, ଟିଏମସି ସାଂସଦଙ୍କ ଟିପ୍ପଣୀ ଉପରେ ବର୍ଷିଲେ ଶାହ

ଲୋକସଭାରେ ଟିଏମସି ସାଂସଦ ସୌଗତ ରାୟଙ୍କ ଟିପ୍ପଣୀ ଉପରେ ବର୍ଷିଲେ ଶାହ । କହିଲେ କାଶ୍ମୀରରୁ ଧାରା 370 ଉଚ୍ଛେଦ ରାଜନୈତିକ ସ୍ଲୋଗାନ ନୁହେଁ, ବରଂ ଅତୀତରେ କରାଯାଇଥିବା ଭୁଲର ସଂଶୋଧନ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଲୋକସଭାରେ ଜାମ୍ମୁ କାଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ୍‌ ଚର୍ଚ୍ଚା ବେଳେ ଟିଏମସି ସାଂସଦ ସୌଗତ ରାୟଙ୍କ ବିବୃତ୍ତି ଉପରେ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଗୋଟିଏ ଦେଶରେ ଦୁଇଜଣ ପ୍ରଧାନମନ୍ତ୍ରୀ, ଦୁଇ ସମ୍ବିଧାନ ଓ ଦୁଇଟି ଜାତୀୟ ପତାକା କିପରି ରହିପାରିବ ବୋଲି ଶାହ ନିଜ ବିବୃତ୍ତିରେ ପାଲଟା ପ୍ରଶ୍ନ କରିଛନ୍ତି । ଏହା କେବଳ ରାଜନୈତିକ ସ୍ଲୋଗାନ ନୁହେଁ ବରଂ ଅତୀତରେ କରାଯାଇଥିବା ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିକୁ ମୋଦି ସରକାର ସଂଶୋଧନ କରିଛନ୍ତି ବୋଲି ଶାହ କହିଛନ୍ତି ।

ଟିଏମସିର ବରିଷ୍ଠ ସାଂସଦ ସୌଗତ ରାୟଙ୍କ ଟିପ୍ପଣୀରେ ଆକ୍ରମଣାତ୍ମକ ଭଙ୍ଗୀରେ ପ୍ରତିକ୍ରିୟା ରଖିଥିଲେ ଶାହ । କହିଥିଲେ,‘‘ ଅତୀତରେ କରାଯାଇଥିବା ଭୁଲକୁ ମୋଦି ସରକାର ସଂଶୋଧନ କରିଛନ୍ତି । 1950ରୁ ଆମେ ଏହି କଥା କହିଆସିଛୁ, ‘ଏକ ପ୍ରଧାନ, ଏକ ନିଶାନ ଓ ଏକ ବିଧାନ ’। ଏବେ ଆମେ ଓ ଦେଶବାସୀ ଏହାକୁ ବାସ୍ତବତାରେ ପରିଣତ କରିବାରେ ସଫଳ ହୋଇଛୁ । ଏହା କୌଣସି ରାଜନୈତିକ ସ୍ଲୋଗାନ ନୁହେଁ ବରଂ ତ୍ରୁଟି ସଂଶୋଧନ । କୌଣସି ଦେଶରେ ଦୁଇ ପ୍ରଧାନମନ୍ତ୍ରୀ ଓ ଦୁଇଟି ଜାତୀୟ ପତାକା ଅଛି କି ?’’

ଏହି ବହୁଚର୍ଚ୍ଚିତ ବିଲ୍‌ ଚର୍ଚ୍ଚାରେ ଅଶଂଗ୍ରହଣ କରି ଭାଜପାର କାଶ୍ମୀର ନୀତିକୁ କଡା ସମାଲୋଚନା କରିବା ସହ ରାଜନୈତିକ ବିଚାରଧାରା ସହ ଯୋଡିଥିଲେ ଟିଏମସି ସାଂସଦ ସୌଗତ ରାୟ । କହିଥିଲେ, ଏହା ବିଜେପିର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସମୟର ରାଜନୈତିକ ସ୍ଲୋଗାନ । ସେମାନେ ଏହାକୁ କାଶ୍ମୀରବାସୀଙ୍କ ଭଲ ପାଇଁ କାର୍ଯ୍ୟକାରୀ କରିନାହାନ୍ତି ବରଂ ସେମାନଙ୍କ ରାଜନୈତିକ ସ୍ଲୋଗାନକୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ‘ଉତ୍ତର ଭାରତ ଗୋମୂତ୍ର ରାଜ୍ୟ, ସେଠାରେ ହିଁ ବିଜେପି ଜିତିବ’: ଲୋକସଭାରେ DMK ସାଂସଦଙ୍କ ବୟାନ ପରେ ବିବାଦ

ସାଂସଦ ରାୟ କହିଛନ୍ତି, ପୂର୍ବରୁ କାଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳରୁ ରାଜ୍ୟପ୍ୟାହା ପ୍ରଦାନ କରାଯାଇଥିଲା । ମାତ୍ର ଶାହ ଗୃହମନ୍ତ୍ରୀ ହେବା ପରେ ସେ ଏହାକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କଲେ । ଏହା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବିଚାରଧାରା ଥିଲା ‘ଏକ ପ୍ରଧାନ, ଏକ ନିଶାନ ଓ ଏକ ବିଧାନ, ଯାହା ସେମାନେ ଶାସନକୁ ଆସିବା ପରେ କାର୍ଯ୍ୟକାରୀ କଲେ । ଏପରି କରି ସେମାନେ କ’ଣ ହାସଲ କଲେ । ଏବେ ଯେତେବଳେ ସେଠାରେ (କାଶ୍ମୀର)ରେ କୌଣସି ନିର୍ବାଚିତ ସରକାର ନାହିଁ, ତେବେ ପୁଣି କାହିଁକି ଏଥିରେ ପରବର୍ତ୍ତନ କରାଯାଉଛି । ଏତେ ତରବରିଆ କାହିଁକି ବୋଲି ସୌଗତ ପ୍ରଶ୍ନ କରିଥିଲେ । ଏହାକୁ ପାଲଟା ଟାର୍ଗେଟ କରି ଶାହ ଗୃହରେ ଏହି ଉତ୍ତର ରଖିଛନ୍ତି । ଅନ୍ୟ କୌଣସି ଦେଶରେ ଦୁଇ ଜଣ ପ୍ରଧାନମନ୍ତ୍ରୀ, ଦୁଇ ଜାତୀୟ ପତାକା ଓ ଦୁଇ ସମ୍ବିଧାନ ଅଛି କି ବୋଲି ଶାହ ପ୍ରଶ୍ନ କରିବା ଏହାକୁ ଐତିହାସିକ ଭୁଲ ବୋଲି ଦୋହରାଇଛନ୍ତି ଶାହ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Dec 5, 2023, 8:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.