ETV Bharat / bharat

Horoscope: ଫେବୃଆରୀ 22 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

author img

By

Published : Feb 22, 2023, 12:01 AM IST

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢ଼ନ୍ତୁ, ଆଜିର ରାଶିଫଳ

Horoscope
Horoscope

ମେଷ: ଥଣ୍ଡା, କାଶ ଏବଂ ସାମାନ୍ୟ ଅସୁସ୍ଥତା ଆପଣଙ୍କୁ ବ୍ୟସ୍ତ କରିପାରେ । ଅବଶ୍ୟ, ଏହା ଆପଣଙ୍କର ଚିନ୍ତାଧାରା ଏବଂ ପଦକ୍ଷେପକୁ ପ୍ରଭାବିତ କରିପାରିବ ନାହିଁ । କିଛି ସମୟ ବିଶ୍ରାମ ନିଅନ୍ତୁ, ଯେପରିକି ମୁଳ ହିଁ ସ୍ୱାସ୍ଥ୍ୟ ସମସ୍ୟା ଏଡାଯାଇପାରିବ । ଆପଣ ମଧ୍ୟ ସାମାନ୍ୟ ବିଚଳିତ ହୋଇପାରନ୍ତି, ତେଣୁ ଧ୍ୟାନ କରନ୍ତୁ କିନ୍ତୁ ମ୍ୟୁଜିକ୍‌ ଶୁଣି ନିଜକୁ ନିୟନ୍ତ୍ରଣ କରନ୍ତୁ ।

ବୃଷ: ଏକ ଭାଗ୍ୟଶାଳୀ ଦିନ ଆପଣଙ୍କ ଅପେକ୍ଷାରେ ଅଛି । କ୍ଷମତା, ଆତ୍ମ ସମ୍ମାନ ଏବଂ ଆର୍ଥିକ ଅବସ୍ଥାରେ ଉନ୍ନତି ହେବାର ଅଛି । ଆପଣ କାର୍ଯ୍ୟରେ ପଦୋନ୍ନତି ହୋଇପାରେ କିମ୍ୱା ବ୍ୟବସାୟରେ ବଡ ପ୍ରକଳ୍ପ ପାଇପାରନ୍ତି । ବାଣିଜ୍ୟରେ କରିଥିବା କୌଣସି କାରବାର ଆପଣଙ୍କ ପାଇଁ ଲାଭଦାୟକ ହେବ ।

ମିଥୁନ: ସମସ୍ତ ବାଦବିବାଦ ଏବଂ ସଂଘର୍ଷ ପରେ, ନକ୍ଷତ୍ରଗଣ ଅନ୍ତିମରେ ଆପଣଙ୍କ ସପକ୍ଷରେ ଅଛନ୍ତି ଏବଂ ଆଜି ଦିନ ସମସ୍ତ ପ୍ରକାର ଆଶିର୍ବାଦ ଦେବାକୁ ପ୍ରତିଶୃତିବଦ୍ଧ । ଅତି କମ୍‌ରେ ଆପଣ ସନ୍ତୁଷ୍ଟି ଅନୁଭବ କରିବେ ଏବଂ ଦିନ ଶେଷରେ ଶାନ୍ତିରେ ଶୋଇପାରିବେ । ବନ୍ଧୁମାନଙ୍କଠାରୁ ଉପହାର ଏବଂ ସହକର୍ମୀ ମାନଙ୍କଠାରୁ ସହଯୋଗ ଆଶା କରିପାରିବେ ।

କର୍କଟ : ଆଜି ସଫଳତାର ସହ ସମସ୍ତ କାର୍ଯ୍ୟ ସମାପନ ହେବ । ଆପଣ ଆପଣଙ୍କ ସିନିଅର୍‌ମାନଙ୍କ ସହ କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନେଇପାରନ୍ତି, ଏବଂ ସେମାନେ ଆପଣ ପରଫରମାନସ୍‌ରେ ଅତ୍ୟନ୍ତ ଖୁସି ହୋଇପାରନ୍ତି । ଆପଣଙ୍କର ପଦୋନ୍ନତି ହୋଇପାରେ । ଘର ଆଡୁ, ଆପଣ ଆପଣଙ୍କ ପରିବାର ବର୍ଗଙ୍କ ସହ ଯୋଗାଯୋଗ କରି ଖୁସି ହେବେ ଏବଂ ଆପଣ ଏକ ନୂଆ ଜିନିଷ କରିବେ ଯାହାକି ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରିବ ।

ସିଂହ : ଆଜି ନିଜର ଶରୀର ପ୍ରତି ଯତ୍ନବାନ ହୁଅନ୍ତୁ | ଚିକିତ୍ସା ପାଇଁ କିଛି ଅର୍ଥ ଖର୍ଚ୍ଚ କରିପାରନ୍ତି | ଆଜି ବାହାରକୁ ଯାଇ ରାତ୍ରିଭୋଜନ କରନ୍ତୁ ନାହିଁ | ଅର୍ଥହାନୀ ଚିନ୍ତା ଆଜି ଦିନସାରା ଆପଣଙ୍କୁ ବିବ୍ରତ କରିବ | ସେପରି ଚିନ୍ତା ପରିହାର କରନ୍ତୁ | ଧ୍ୟାନ ଓ ଠାକୁରଙ୍କର ପ୍ରାର୍ଥନାରେ ନିଜକୁ ନିୟୋଜିତ କଲେ ମାନସିକ ଶାନ୍ତି ପାଇବେ |

କନ୍ୟା: ଆଜି ଆପଣ ନିଜେ କୌଣସି ନୂଆ ଦୁଃସାହାସିକ କାର୍ଯ୍ୟର ଶୁଭାରମ୍ଭ କରନ୍ତୁ ନାହିଁ | ରାସ୍ତା କଡରେ ବିକ୍ରି ହେଉଥିବା ପାଟି ସୁଆଦିଆ ଚାର୍ଟ ଖାଇବାକୁ ବନ୍ଦ କରନ୍ତୁ ନଚେତ୍‍ ନିଜର ସ୍ୱାସ୍ଥ୍ୟର ଅବନତି ଘଟିପାରେ | ଆପଣ ନିଜର କ୍ରୋଧକୁ ବାରଣ କରିବା ସଙ୍ଗେ ସଙ୍ଗେ ତିକ୍ତ ବାର୍ତ୍ତାଳାପକୁ ମଧ୍ୟ ସଞ୍ଜତ କରନ୍ତୁ ନଚେତ୍‍ ଆପଣ କିଛି ଅପ୍ରୀତିକର ଘଟଣାର ସମ୍ମୁଖୀନ ହୋଇପାରନ୍ତି | ପରିବାରର ସଦସ୍ୟଙ୍କ ସହ ତର୍କ ବିତର୍କ ଯୋଗୁଁ ଆପଣଙ୍କ ମନ ଅଶାନ୍ତ ରହିବ | ଜଳାଶୟ ବା ଜଳଠାରୁ ଦୂରତାକୁ ରକ୍ଷା କରନ୍ତୁ | ଖର୍ଚ୍ଚାନ୍ତ ହୋଇପାରନ୍ତି | ଆପଣ ବେଆଇନ ବା ଅନୈତିକ କାର୍ଯ୍ୟକଳାପରୁ ଦୂରେଇ ରୁହନ୍ତୁ ନଚେତ୍‍ ଭୁଲବୁଝାମଣା ବା ଝଗଡା ହୋଇପାରେ |

ତୁଳା: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ଅଟେ | ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇ ଆତ୍ମସନ୍ତୋଷ ଲାଭକରିବେ | ଆଜି ଆପଣ ନିଜର ପସନ୍ଦ ମୁତାବକ ସୌଖିନ ପଦାର୍ଥ , ନୂଆ ଲୁଗାପଟା ଓ ଗହଣା ଗାଣ୍ଠି କିଣି ଘର ଆଲମିରା ଭର୍ତ୍ତି କରିପାରନ୍ତି | ଆପଣଙ୍କ ଶରୀର ସୁସ୍ଥ ରହିବ | ମାନସିକ ଶାନ୍ତି ମଧ୍ୟ ଅତୁଟ ରହିବ | ସାମାଜିକ ଜୀବନରେ ନିଜର ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ। ଏହି ଖୁସିରେ ଆପଣ ନିଜର ଜିହ୍ୱା ଲାଳସାକୁ ସନ୍ତୁଷ୍ଟ କରିବା ପାଇଁ ସୁସ୍ୱାଦୁ ଭୋଜନ କରି ଆତ୍ମତୃପ୍ତି ଲାଭ କରିବେ |

ବିଛା : ଆଜି ଆପଣଙ୍କ ଉପରେ ମିଶ୍ର ପ୍ରଭାବ ରହିବ । ନିଶ୍ଚିତ ଭାବରେ, ଆପଣ ବ୍ୟବସାୟ-ସମ୍ପର୍କିତ ଭ୍ରମଣ ଏଡାନ୍ତୁ କିମ୍ବା ଅତିକମ୍‌ରେ ରାତ୍ରି ପର୍ଯ୍ୟନ୍ତ ଘୁଞ୍ଚାଇ ଦିଅନ୍ତୁ । ଛାତ୍ରମାନଙ୍କ ପାଇଁ ଏବଂ ଶିକ୍ଷା କ୍ଷେତ୍ରରେ ଆଜି ଦିନଟି ଶୁଭ ରହିବ । ତେଣୁ, ଶିକ୍ଷକ, ଲେଖକ ଏବଂ ପ୍ରଶିକ୍ଷିଣକାରୀ ସମସ୍ତେ ଲାଭବାନ ହେବେ ।

ଧନୁ: ଆଜି ଦିନ ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ । ଆପଣ ଯେତେବି କଠିନ ପରିଶ୍ରମ କରନ୍ତୁ, ଆପଣଙ୍କ କୌଣସିଥିରେ ଆଗ୍ରହ ରହିବ ନାହିଁ । ଆପଣଙ୍କ ଆଖି ଏବଂ କାନ ଖୋଲା ରଖିବା ପାଇଁ ଯେତେ ସମ୍ଭବ ଚେଷ୍ଟା କରନ୍ତୁ, ଯେହେତୁ ଆଗକୁ ରାସ୍ତା ସହଜ ଅନୁଭବ ହେଉନାହିଁ । ସମ୍ଭାବନା ଅଛି ଯେ ସର୍ବ ସାଧାରଣରେ ଆପଣଙ୍କ ଯୁକ୍ତିତର୍କ ହେବ ଏବଂ ଆପଣ ନିଜର ମାନସିକ ଶାନ୍ତି ହରାଇ ପାରନ୍ତି ଏବଂ ତା ସହିତ ସାମାଜିକ ଆତ୍ମସମ୍ମାନ ପ୍ରତି ମଧ୍ୟ ଆଘାତ ହୋଇପାରେ ।

ମକର : ଆପଣଙ୍କ ଆଖିରେ ବିଳମ୍ବରେ ନଜର ଆସିଥିବା କୌଣସି ଜିନିଷ ଆରମ୍ଭ କରିବା ପାଇଁ ଆଞ୍ଜି ହେଉଛି ଏକ ମହତ୍ୱପୁର୍ଣ୍ଣ ଦିନ । ଆପଣଙ୍କ ଚିନ୍ତାଧାରାକୁ ଗ୍ରାସ କରିଥିବା ଜିନିଷ ହେଉଛି ଆପଣଙ୍କ ଜୀବନ, ପେଶା କିମ୍ୱା ବ୍ୟବସାୟ ସହିତ ଜଡିତ । ତାହା କାର୍ଯ୍ୟକାରୀ କରିବା ପାଇଁ ଏହା ହିଁ ଉତ୍କୃଷ୍ଟ ସମୟ । ଆଜି ଆପଣଙ୍କ ଯାହା ଚିନ୍ତାଧାରା ଅଛି କିମ୍ୱା ଆଗରୁ ଯାହା ଭାବିଛନ୍ତି, ତାକୁ କାର୍ଯ୍ୟକାରୀ କରନ୍ତୁ ।

କୁମ୍ଭ : ଯାହା ପ୍ରଥମରୁ ଏକ କ୍ଷତିହୀନ ଆଲୋଚନା ଭଳି ଜଣା ପଡୁଛି, ସେଭଳି ଯୁକ୍ତିତର୍କରୁ ମଧ୍ୟ ନିଜକୁ ଦୁରେଇ ରଖନ୍ତୁ । ତାହା ପରେ ବିପଦସଙ୍କୁଳ ହୋଇପାରେ, ପରେ ଏକ ବଡ ଧରନର କଳହରେ ପରିଣତ ହୋଇପାରେ । ପରିବାର ଭିତରେ ଏକ ବାକ୍‌ଯୁଦ୍ଧ ଆପଣଙ୍କ ମନର ଶାନ୍ତି ଏବଂ ନିରବତାକୁ ନଷ୍ଟ କରିଦେଇପାରେ ।

ମୀନ : ସ୍ୱାସ୍ଥ୍ୟ, ମାନସିକ ଶାନ୍ତି ଏବଂ ସ୍ପଷ୍ଟତା ଦୃଷ୍ଟିକୋଣରୁ ଆଜି ଆପଣଙ୍କ ପାଇଁ ଏକ ଅନ୍ତ୍ୟନ୍ତ ଶୁବ ଦିନ । ଆପଣଙ୍କ ଉପରେ ସ୍ୱାସ୍ଥ୍ୟକର ପ୍ରଭାବ ରହିବ ଏବଂ ଏହା ଯୋଗୁଁ ଏକ ନୁଆ ପ୍ରକାରର ଶାରିରୀକ ଫିଟ୍‌ନେସ୍‌ ଆପଣ ବଜାୟ ରଖିପାରିବେ । କାର୍ଯ୍ୟ, ଘର ଏବଂ ଅବକାଶ କ୍ଷେତ୍ରରେ ଆପଣ କରିଥିବା ସମସ୍ତ ପ୍ରଚେଷ୍ଟା ସଫଳ ହେବେ ଏବଂ ଆପଣ ସବୁଠାରୁ ଉତ୍ତମ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.