ETV Bharat / bharat

ସପା ନେତାଙ୍କ ବିବାଦୀୟ ବୟାନ; କହିଲେ ହିନ୍ଦୁ ଧର୍ମ କେବଳ ଧୋକା, ବ୍ରାହ୍ମଣବାଦ ସବୁ ବିଷମତାର କାରଣ

author img

By ETV Bharat Odisha Team

Published : Aug 29, 2023, 8:26 AM IST

ବ୍ରାହ୍ମଣବାଦ ସବୁ ବିଷମତାର କାରଣ ଓ ହିନ୍ଦୁ ଧର୍ମକୁ ଧୋକା କହିଲେ ସପା ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ । ଅଧିକ ପଢନ୍ତୁ

ସପା ନେତାଙ୍କ ବିବାଦୀୟ ବୟାନ
ସପା ନେତାଙ୍କ ବିବାଦୀୟ ବୟାନ

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ ନିଜର ବୟାନ ପାଇଁ ପୁଣିଥରେ ବିବାଦ ଘେରକୁ ଆସିଛନ୍ତି । ସପା ନେତା ହିନ୍ଦୁ ଧର୍ମକୁ ନେଇ ବିବାଦୀୟ ବୟାନ ଦେଇଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏଥିରେ ସ୍ବାମୀ ପ୍ରସାଦ କହିଛନ୍ତି ଯେ, ହିନ୍ଦୁ ଧର୍ମ ନାମରେ କୌଣସି ଧର୍ମ ନାହିଁ । ହିନ୍ଦୁ ଧର୍ମ କେବଳ ଏକ ଧୋକା । ବ୍ରାହ୍ମଣବାଦ ସମାଜରେ ସବୁ ବିଷମତାର କାରଣ ଏବଂ ଏହାର ଚେର ବହୁତ ଗଭୀର । ବ୍ରାହ୍ମଣ ଧର୍ମକୁ ହିନ୍ଦୁ ଧର୍ମ କହି ଦେଶରେ ଦଳିତ, ଆଦିବାସୀ, ପଛୁଆ ଶ୍ରେଣୀର ଲୋକଙ୍କୁ ନିଜର ଧର୍ମ ଜାଲରେ ଫସାଇବାକୁ ଷଡ଼ଯନ୍ତ୍ର ଚାଲିଛି ।

  • ब्राह्मणवाद की जड़े बहुत गहरी है और सारी विषमता का कारण भी ब्राह्मणवाद ही है। हिंदू नाम का कोई धर्म है ही नहीं, हिंदू धर्म केवल धोखा है। सही मायने में जो ब्राह्मण धर्म है, उसी ब्राह्मण धर्म को हिंदू धर्म कहकर के इस देश के दलितों, आदिवासियों, पिछड़ों को अपने धर्म के मकड़जाल में… pic.twitter.com/351EJeSBlY

    — Swami Prasad Maurya (@SwamiPMaurya) August 27, 2023 " class="align-text-top noRightClick twitterSection" data=" ">

ସପା ନେତା କହିଛନ୍ତି ଯେ, ଯଦି ହିନ୍ଦୁ ଧର୍ମ ଥାଆନ୍ତା ତାହେଲେ ଆଦିବାସୀଙ୍କୁ ସମ୍ମାନ ମିଳିଥାଆନ୍ତା । ଦଳିତ ଓ ପଛୁଆ ବର୍ଗର ସମ୍ମାନ ହୋଇଥାଆନ୍ତା । ହେଲେ ଏହା ବିଡ଼ମ୍ବନା । ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦଳିତ ସମାଜର ହୋଇଥିବାରୁ ତାଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ରୋକା ଯାଇଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ମଧ୍ୟ ସମାନ ଆଚରଣ ହୋଇଥିଲା । ଯଦି ଆଦିବାସୀ ସମାଜ ହିନ୍ଦୁ ହୋଇଥାଆନ୍ତେ ତାହେଲେ ସେମାନଙ୍କ ସହ ଏପରି ଘଟିନଥାନ୍ତା । ପଛୁଆ ସମାଜର ଲୋକେ ସେମାନଙ୍କ ପାଇଁ ରକ୍ତ ବୁହାଇ ଦେଲେ କି ମୁଣ୍ଡ କାଟିଦେଲେ ବି ତାଙ୍କୁ ସମ୍ମାନ କରିବେ ନାହିଁ । କାରଣ ସେମାନେ ପଛୁଆ ବର୍ଗକୁ ଅପମାନିତ କରିବା ନିଜ ଧର୍ମ ଭାବନ୍ତି । ଏହିପରି ଭାବେ ଅଖିଳେଶ ଯାଦବ ମୁଖ୍ୟପଦୀ ପଦରୁ ହଟିବା ପରେ ମୁଖ୍ୟମନ୍ତ୍ରୀ ଆବାସ କାଳିଦାସ ମାର୍ଗକୁ ଗୋମୂତ୍ର ଓ ଗଙ୍ଗାଜଳରେ ପବିତ୍ର କରାଯାଇଥିଲା । କାରଣ ସେ ପଛୁଆ ସମାଜର ଅଟନ୍ତି ।

ଏହାମଧ୍ୟ ପଢନ୍ତୁ: UP: ସପା ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କୁ ଜୋତାମାଡ, ଅଖିଳେଶଙ୍କୁ ମଧ୍ୟ ଚେତାବନୀ ଦେଲେ ପୂଜାରୀ

ହିନ୍ଦୁ ଧର୍ମ ଉପରେ ପୁଣିଥରେ ଏଭଳି ବିବାଦୀୟ ବୟାନରେ ଆମ ଆଦମୀ ପାର୍ଟି ନେତା ଶେଖର ଦକ୍ଷିତ ପ୍ରତିକ୍ରିୟା ଦେଇ କହିଛନ୍ତି, ବୌଦ୍ଧ ଧର୍ମ ଅହିଂସା, ପ୍ରେମ, ତ୍ୟାଗର ଶିକ୍ଷା ଦିଏ । ଯଦି ସ୍ବାମୀ ପ୍ରସାଦ ମୌର୍ଯ୍ୟ ହିନ୍ଦୁ ଧର୍ମରେ ବିଶ୍ବାସ କରନ୍ତି ନାହିଁ, ତାହେଲେ ସେ ବୁଦ୍ଧଙ୍କ ସମ୍ପର୍କରେ ପଢ଼ିବା ଉଚିତ୍, ଯିଏକି ରାଜପୁତ ବଂଶରେ ଜନ୍ମଗ୍ରହଣ କରିଥିଲେ ଏବଂ ଶୋଷିତ ଓ ବଞ୍ଚିତ ସମାଜର ଲୋକଙ୍କ ପାଇଁ ସବୁକିଛି ତ୍ୟାଗ କରି ସନ୍ୟାନ ନେଇଥିଲେ । କହିରଖୁଛି କି, ପୂର୍ବରୁ ରାମଚରିତ ମାନସ ସମ୍ପର୍କରେ ବିବାଦୀୟ ଦେଇ ବୟାନ ଦେଇ ସ୍ବାମୀ ପ୍ରସାଦ ମୌର୍ଯ୍ୟ ଚର୍ଚ୍ଚାକୁ ଆସିଥିଲେ । ଏହି ବୟାନ ପାଇଁ ଚଳିତ ବର୍ଷ ଫେବୃୟାରୀରେ ତାଙ୍କୁ ଉପରେ କାଳିମାଡ଼ ମଧ୍ୟ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.