ETV Bharat / bharat

Monsoon fury: ବର୍ଷା ବିତ୍ପାତ ନେଲାଣି 13 ଜୀବନ, ଆହୁରି ବର୍ଷିବା ନେଇ ଆକଳନ

author img

By

Published : Jun 27, 2023, 9:24 AM IST

Updated : Jun 27, 2023, 11:14 AM IST

Monsoon fury
ବର୍ଷା ବିତ୍ପାତ ନେଲାଣି 13 ଜୀବନ

ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର ପାହାଡିଆ ଅଞ୍ଚଳ ହେଉ କି ମେଟ୍ରୋ ସିଟି ଦିଲ୍ଲୀ ସବୁଠି ବର୍ଷା ବିତ୍ପତ୍ତି । ପ୍ରବଳ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ଏବେସୁଦ୍ଧା ମୋଟ 13 ଜଣଙ୍କର ଜୀବନ ଯାଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ବର୍ଷା ଆଣିଛି ବିତ୍ପତ୍ତି । ମୌସୁମୀ ସକ୍ରିୟ ହେବାର ପ୍ରାରମ୍ଭରେ ଲଗାତାର ବର୍ଷା ଫଳରେ ଦେଶର ଅଧିକାଂଶ ସ୍ଥାନରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଅସହ୍ୟ ଗରମରୁ ନିସ୍ତାର ମିଳିଛି ହେଲେ ଅନବରତ ବର୍ଷାରେ ହନ୍ତସନ୍ତ ହେଉଛନ୍ତି ଲୋକ । ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର ପାହାଡିଆ ଅଞ୍ଚଳ ହେଉ କି ମେଟ୍ରୋ ସିଟି ଦିଲ୍ଲୀ ସବୁଠି ବର୍ଷା ବିତ୍ପତ୍ତି ଦେଖାଦେଇଛି । ପ୍ରବଳ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କେଉଁଠି ଭୂସ୍ଖଳନ ତ କେଉଁଠି ଯାତାୟତ ଠପ୍ । ଜଳପ୍ରଳୟରେ ପାଣି ପାଣି ହୋଇଛି ରାସ୍ତାଘାଟ । ବର୍ଷା ବିତ୍ପତ୍ତିରେ ଏବେସୁଦ୍ଧା ମୋଟ 13 ଜଣଙ୍କର ଜୀବନ ଯାଇଥିବା ସୂଚନା ମିଳିଛି । ହିମାଚଳରେ ପ୍ରବଳ ବର୍ଷାରେ 9ଜଣଙ୍କର ଜୀବନ ଯାଇଥିବା ବେଳେ ରାଜସ୍ଥାନରେ 4ଜଣଙ୍କର ମୃତ୍ୟୁ ହୋଇଛି ।

ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ପରେ ବନ୍ୟା ଓ ଭୂସ୍ଖଳନ ସ୍ଥିତି ଉପୁଜିଛି । ଭୂସ୍ଖଳନ ଯୋଗୁଁ ଚଣ୍ଡିଗଡ-ମନାଲି ଜାତୀୟ ରାଜପଥରେ ଶହ ଶହ ଗାଡି ଅଟକି ରହିଛି । ହିମାଚଳରେ ବର୍ଷା ବିତ୍ପତ୍ତିରେ 9ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଅଧିକାରୀଙ୍କ ସୂଚନା ଅନୁସାରେ, ହିମାଚଳରେ ବର୍ଷା ପାଇଁ ମୋଟ 301ଟି ରୋଡ ବନ୍ଦ ରହିଛି । ଲଗାଣ ବର୍ଷାରୁ ପାଣ୍ଡୋ-କୁଲ୍ଲୁ ରାସ୍ତାରେ ବନ୍ୟା ପାଣି ପ୍ରବାହିତ ହେଉଛି । ଏହାସହ ମାଣ୍ଡି ସହରରୁ 40 କିମି ଦୂର କୋଟିନାଲ୍ଲାରେ ମଧ୍ୟ ସମାନ ସ୍ଥିତି ରହିଛି ।

ଭୂସ୍ଖଳନ ଯୋଗଁ 15 କିମି ଦୂର ଟ୍ରାଫିକ ଜାମ ହୋଇଛି । ରାସ୍ତାରେ ଅନେକ ଲୋକ ଫସି ରହିଥିବା ଦେଖିବାକୁ ମିଳିଛି । ସେହିପରି ରାଜସ୍ଥାନରେ ପ୍ରବଳ ବର୍ଷା ଘଡଘଡିରେ 4 ଜଣଙ୍କର ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡିଛି । ବ୍ରଜପାତରେ ପ୍ରାଣ ହରାଇଥିବା ମୃତକ 4ଜଣ ହେଲେ ପାଲି ଜିଲ୍ଲାର ଦିନେଶ (21), ତାଙ୍କ ସମ୍ପର୍କୀୟ ଭାଇ ହରିରାମ (46), କମଳ (32) ଓ ଚିତ୍ତୋରଗଡର ଜଣେ ନାବାଳିକା ରହିଛନ୍ତି ।

ଏହା ବି ପଢନ୍ତୁ..ଆଜି ଗଡିବ 5 ବନ୍ଦେ ଭାରତ ଏକ୍ସପ୍ରେସ, ଭେଟି ଦେବେ ମୋଦି

ଉତ୍ତରାଖଣ୍ଡରେ ବି ସମାନ ଦୁର୍ଦ୍ଦଶା । ଭୂସ୍ଖଳନ ଯୋଗୁଁ ଗଡୱାଲ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଜାତୀୟ ରାଜପଥରେ ଯାତାୟତ ଠପ ହୋଇଛି । ଆସାମରେ ମଧ୍ୟ ଲଗାଣ ବର୍ଷା ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ଆସାମର ବାରପେଟା ଜିଲ୍ଲାରେ ବନ୍ୟାରେ 1.5 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଖାଲି ପାହାଡିଆ ଅଞ୍ଚଳ ନୁହେଁ, ଦିଲ୍ଲୀ ଭଳି ମେଟ୍ରା ସିଟି ଓ ହରିୟାଣାରେ ବର୍ଷା ଜନଜୀବନ ପ୍ରଭାବିତ କରିଛି । ଜଳବନ୍ଦୀ ସ୍ଥିତି ଉପୁଜିଛି । ରାସ୍ତାରେ ଆଣ୍ଠୁଏ ଉଚ୍ଚ ପାଣି ଠିଆ ହୋଇଛି । ଆଗାମୀ 48 ଘଣ୍ଟାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଅନ୍ୟପଟେ କେରଳରେ ଆଜି ପ୍ରବଳ ବର୍ଷା ସମ୍ଭାବନା ରହିଛି । କର୍ଣ୍ଣାଟକ, ଗୁଜୁରାଟ ଏବଂ ସେଣ୍ଟ୍ରାଲ ମହାରାଷ୍ଟ୍ରରେ ଜୁନ 30 ଯାଏ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ସୋମବାର ଦିଲ୍ଲୀର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ମହାରାଷ୍ଟ୍ର ସମେତ ମୁମ୍ବାଇ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଦିଲ୍ଲୀ, ଗୁଜୁରାଟ, ରାଜସ୍ଥାନ, ହରିୟାଣା, ଉତ୍ତରାଖଣ୍ଡ ଏବଂ ହିମାଚଳପ୍ରଦେଶର କିଛି ଅଞ୍ଚଳକୁ ପ୍ରବେଶ କରିଛି । ତେଣୁ ଏହାର ପ୍ରଭାବରେ ବର୍ଷା ଆହୁରି ବଢିପାରେ ।

Last Updated :Jun 27, 2023, 11:14 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.