ETV Bharat / bharat

ଦିଲ୍ଲୀ ହାଇକୋର୍ଟରେ ୟାସୀନ ମଲ୍ଲିକକୁ NIA ଫାଶୀ ଦଣ୍ଡ ଆବେଦନର ଶୁଣାଣି

author img

By

Published : Aug 9, 2023, 10:11 PM IST

ଦିଲ୍ଲୀ ହାଇକୋର୍ଟରେ ଆତଙ୍କବାଦୀ ୟାସୀନ ମଲ୍ଲିକକୁ NIA ଫାଶୀ ଦଣ୍ଡ ଆବେଦନର ଶୁଣାଣି
ଦିଲ୍ଲୀ ହାଇକୋର୍ଟରେ ଆତଙ୍କବାଦୀ ୟାସୀନ ମଲ୍ଲିକକୁ NIA ଫାଶୀ ଦଣ୍ଡ ଆବେଦନର ଶୁଣାଣି

ଦିଲ୍ଲୀ ହାଇକୋର୍ଟରେ ୟାସୀନ ମଲ୍ଲିକକୁ NIA ଫାଶୀ ଦଣ୍ଡ ଆବେଦନର ଶୁଣାଣି । ଗତବର୍ଷ ମେ’ ରେ ଟେରର ଫଣ୍ଡିଂ ମାମଲାରେ ଆଜୀବନ କାରାଦଣ୍ଡ ପାଇଥିଲା ୟାସୀନ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆତଙ୍କବାଦୀ ପାଣ୍ଠି ଯୋଗାଡ଼ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ରେ ଥିବା କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ତଥା ଆତଙ୍କବାଦୀ ୟାସିନ ମଲିକକୁ ମୃତ୍ୟୁଦଣ୍ଡ ଦେବା ପାଇଁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)ର ଆବେଦନରେ ଦିଲ୍ଲୀ ହାଇକୋର୍ଟ ଆଜି ଶୁଣାଣି କରିଛନ୍ତି । ଅଭିଯୁକ୍ତ ୟାସୀନ ମଲ୍ଲିକକୁ ତିହାର ଜେଲରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା । ୟାସିନ ମଲିକର ସୁରକ୍ଷା କାରଣରୁ ତିହାର ଜେଲର ଅଧିକାରୀମାନେ ତାକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର କରିବାକୁ ଆବେଦନ କରିଥିଲେ । କୋର୍ଟ ଅଗଷ୍ଟ 3ରେ ଏହାକୁ ଅନୁମତି ମଧ୍ୟ ଦେଇଥିଲେ । ଆଜି ତାକୁ ଭର୍ଚ୍ଚୁଆଲି ତାକୁ କୋର୍ଟରେ ହାଜର କରାଯାଇଥିଲା ।

ଏହା ପୂର୍ବରୁ ମେ' 29 ତାରିଖରେ କୋର୍ଟ ଏକ ୱାରେଣ୍ଟ ଜାରି କରି ମଲିକକୁ ପ୍ରତ୍ୟେକ୍ଷ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଜେଲ୍‌ କର୍ତ୍ତୃପକ୍ଷ ଏହି ଆବେଦନରେ କହିଛନ୍ତି ଯେ, ମଲିକଙ୍କୁ ଅଧିକ ବିପଦପୂର୍ଣ୍ଣ କଏଦୀଙ୍କ ବର୍ଗରେ ରହିଛି । ତେଣୁ ତାର ସୁରକ୍ଷା ଓ ଆଇନ ଶୃଙ୍ଖଳା ଦୃଷ୍ଟିରୁ ତାକୁୁ କୋର୍ଟରେ ଭର୍ଚ୍ଚୁଆଲି ହାଜର କରିବା ପାଇଁ କୋର୍ଟ ଅନୁମତି ପ୍ରଦାନ କରନ୍ତୁ । କୋର୍ଟ ଏଥିରେ ସହମତି ପ୍ରକାଶ କରିଥିଲେ । ଆଜି ଶୁଣାଣି ହୋଇଛି । ସୂଚନାଯୋଗ୍ୟ ଯେ ଆତଙ୍କବାଦୀ ପାଣ୍ଠି ମାମଲାରେ ଗତବର୍ଷ (2022) ମେ’ ମାସରେ ଏକ ସ୍ୱତନ୍ତ୍ର ଏନଆଇଏ କୋର୍ଟ ଦ୍ୱାରା ମଲିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ହେଲେ ଏହାକୁ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା ଆପତ୍ତି ଦର୍ଶାଇବା ସହ ତାକୁ ଫାଶୀ ଦଣ୍ଡାଦେଶ ଦେବା ପାଇଁ କୋର୍ଟରେ ଆଉ ଏକ ଆବେଦନ କରିଥିଲା । ଯାହାର ଶୁଣାଣି ପ୍ରକ୍ରିୟା ଦିଲ୍ଲୀ ହାଇକୋର୍ଟରେ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ :- NIAର ଫାଶୀ ଦଣ୍ଡାଦେଶ ଆବେଦନ: ୟାସିନକୁ ଲାଡେନ୍ କହିଲା ଏନଆଇଏ, ନୋଟିସ୍ ପଠାଇଲେ ଦିଲ୍ଲୀ ହାଇକୋର୍ଟ

ଗତବର୍ଷ(2022) ମେ’ରେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ୟାସିନକୁ ଆତଙ୍କୀ ପାଣ୍ଠି ଯୋଗାଡ଼ ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାବାସ ଶୁଣାଇଥିଲେ । ହେଲେ ପଟିଆଲା ହାଉସ କୋର୍ଟଙ୍କ ରାୟରେ ସନ୍ତୁଷ୍ଟ ହୋଇନଥିଲା ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ୟାସିନକୁ କେବଳ ଫାଶୀ ଦଣ୍ଡାଦେଶ ପ୍ରଯୁଜ୍ୟ ବୋଲି ଦାବି କରି NIA ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ପରେ ଏହି ଆବେଦନରେ ୟାସିନକୁ ପକ୍ଷ ରଖିବା ପାଇଁ ନୋଟିସ ଜାରି କରାଯାଇଛି । ଏହି ମାମଲାର ଶୁଣାଣି ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.