ETV Bharat / bharat

Cash for Query: ଦିଲ୍ଲୀ ହାଇକୋର୍ଟରେ ମହୁଆ ମୋଇତ୍ରାଙ୍କ ମାନହାନି ମାମଲା, ୩୧ରେ ଶୁଣାଣି

author img

By ETV Bharat Odisha Team

Published : Oct 20, 2023, 8:02 PM IST

Cash for Query
Cash for Query

ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଅପମାନଜକ ଖବର ପ୍ରସାରଣକୁ ବନ୍ଦ କରିବା ଲାଗି ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ । କୋର୍ଟ ଏହି ମାମଲାର ଶୁଣାଣି ଆସନ୍ତା ୩୧ ତାରିଖରେ କରିବେ ବୋଲି ଧାର୍ଯ୍ୟ କରିଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଜି (ଶୁକ୍ରବାର) ଦିଲ୍ଲୀ ହାଇକୋର୍ଟରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ଆବେଦନକୁ ଗ୍ରହଣ କରିଛନ୍ତି । ଏହି ମାମଲାରେ ଆସନ୍ତା ୩୧ ତାରିଖରେ ଶୁଣାଣି ହେବ ବୋଲି ଜଣାପଡ଼ିଛି । ମୋଇତ୍ରାଙ୍କ ଓକିଲ ନିଜକୁ ଏହି କେସରୁ ଅଲଗା କରିବା ପରେ କୋର୍ଟ ଶୁଣାଣି ତାରିଖକୁ ଘୁଞ୍ଚାଇଛନ୍ତି । ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରାଇ କୋର୍ଟଙ୍କୁ ଅବଗତ କରାଇଥିଲେ ଯେ ମୋଇତ୍ରାଙ୍କ ଆଇନଜୀବୀ ଗୋପାଲ ଶଙ୍କରନାରାୟଣ ଗୁରୁବାର ରାତିରେ ସେ ସିବିଆଇରେ କରିଥିବା ଅଭିଯୋଗକୁ ପ୍ରତ୍ୟାହାର କରିବା ଲାଗି କହିଥିଲେ । ଏହି ଅଭିଯୋଗ ଆସିବା ପରେ ନିଜକୁ ମାମଲାରୁ ଅଲଗା କରିଛନ୍ତି ମୋଇତ୍ରାଙ୍କ ଓକିଲ ।

ସେପଟେ ମୋଇତ୍ରା ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରାଇଙ୍କୁ ନିଜର ପୂର୍ବତନ ବନ୍ଧୁ ବୋଲି କହିଛନ୍ତି । ସେ ତାଙ୍କୁ ପାଇବା ଲାଗି ଏପରି କରୁଥିବା ଅଭିଯୋଗ କରିଛନ୍ତି ମୋଇତ୍ରା । ପୋଷା କୁକୁର ହେନରିକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଗତ ୬ ମାସ ପୂର୍ବରୁ ମୋଇତ୍ରା ଦେହାଦ୍ରାଇଙ୍କ ବିରୋଧରେ ଏକାଧିକ ଅଭିଯୋଗ ଆଣିଥିଲେ । ଅପରାଧିକ ଷଡ଼ଯନ୍ତ୍ର, ଚୋରି, ଅଶ୍ଳୀଳ ମେସେଜ ଓ ଗାଳିଗୁଲଜ କରୁଥିବା ଭଳି ଅଭିଯୋଗ ଆଣିଥିଲେ ମୋଇତ୍ରା । ସେପଟେ ଆଜି ଶୁଣାଣି ବେଳେ ସୁପ୍ରିମକୋର୍ଟଙ୍କ ଓକିଲ ଜୟ ଅନନ୍ତ କହିଛନ୍ତି ଯେ ତାଙ୍କ ପୋଷା କୁକୁର ବଦଳରେ ସିବିଆଇରୁ ଅଭିଯୋଗ ପ୍ରତ୍ୟାହାର ଲାଗି ତାଙ୍କ ଉପରେ ଚାପ ପଡୁଛି । ମୋଇତ୍ରାଙ୍କ ଓକିଲ ତାଙ୍କୁ ଏପରି କରିବାକୁ କହିଥିଲେ ବୋଲି ସେ କୋର୍ଟଙ୍କୁ ଅବଗତ କରାଇଥିଲେ ।

ଏହା ବି ପଢନ୍ତୁ- ଆଦାନୀ ନିର୍ଦ୍ଦେଶିତ ମିଡିଆ ଟ୍ରାଏଲ ଓ ବିଜେପି ଟ୍ରୋଲ ପାଇଁ ମୋ ପାଖରେ ସମୟ ନାହିଁ: ମହୁଆ ମୋଇତ୍ରା

ଏହାପରେ ପ୍ରତିକ୍ରିୟା ରଖି ମୋଇତ୍ରାଙ୍କ ଓକିଲ ଗୋପାଳ ଶଙ୍କରନାରାୟଣ କହିଥିଲେ, " ମୁଁ ଗୁରୁବାର ତାଙ୍କ ପାଖକୁ ଯାଇଥିଲି, ତାହା ସତ । ତେବେ ଏହି ସମସ୍ୟାର ସମାଧାନ ଲାଗି କୌଣସି ରାସ୍ତା ଅଛି କି ନାହିଁ ସେ ସମ୍ପର୍କରେ ଆମେ ଆଲୋଚନା କରିଥିଲୁ । ଏ ସମ୍ପର୍କରେ ସେ ମୋ ସହ କଥା ହେବେ ବୋଲି କହିଥିଲେ । ମାତ୍ର ସିବିଆଇରୁ କେସ୍‌ ପ୍ରତ୍ୟାହାର କରିବା ସମ୍ପର୍କରେ ଆମର କୌଣସି ଆଲୋଚନା ହୋଇନଥିଲା । " ତେବେ ଦଶହରା ଛୁଟି ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୩୧ ତାରିଖରେ ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି ।

ଆବେଦନରେ ଟିଏମସି ସାଂସଦ ମହୁଆ ମୋଇତ୍ରା ଦାବି କରିଛନ୍ତି ଯେ ତାଙ୍କ ବିରୋଧରେ ବିଜେପି ସାଂସଦ ନିଶିକାନ୍ତ ଦୁବେ, ଆଇନଜୀବୀ ଦୋହଦ୍ରାଇ, ସୋସିଆଲ ମିଡିଆ ପ୍ଲାଟଫର୍ମ ଯେପରିକି X, ସର୍ଚ୍ଚ ଇଞ୍ଜିନ ଗୁଗଲ୍‌, ୟୁଟ୍ୟୁବ ଦ୍ବାରା ପ୍ରସାରିତ ହେଉଥିବା ମିଥ୍ୟା ଖବରକୁ ବନ୍ଦ କରାଯାଉ । ବିଜେପି ସାଂସଦ ନିଶିକାନ୍ତଙ୍କ ଅଭିଯୋଗ ଅନୁସାରେ ଟିଏମସି ନେତ୍ରୀ ମହୁଆ ଟଙ୍କା ନେଇଥିବା ସେହି ଶିଳ୍ପପତି ଜଣକ ହେଉଛନ୍ତି ଦର୍ଶନ ହୀରନନ୍ଦାନୀ । ଦର୍ଶନ ଓ ଗୌତମ ଆଦାନୀଙ୍କ କମ୍ପାନୀ ପରସ୍ପର ବ୍ୟବସାୟୀକି ପ୍ରତିଦ୍ବନ୍ଦୀ ହୋଇଥିବାରୁ ଦର୍ଶନ ତାଙ୍କୁ ଟାର୍ଗେଟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.