ETV Bharat / bharat

Maharashtra: ନନ୍ଦେଡ ପରେ ସାମ୍ଭାଜୀନଗର, 48 ଘଣ୍ଟାରେ 2 ସରକାରୀ ହସ୍ପିଟାଲରେ ୪୯ ମୃତ

author img

By ETV Bharat Odisha Team

Published : Oct 3, 2023, 4:57 PM IST

Maharashtra: 48 ଘଣ୍ଟାରେ ଦୁଇଟି ସରକାରୀ ହସ୍ପିଟାଲରେ ୪୯ ମୃତ
Maharashtra: 48 ଘଣ୍ଟାରେ ଦୁଇଟି ସରକାରୀ ହସ୍ପିଟାଲରେ ୪୯ ମୃତ

ମହାରାଷ୍ଟ୍ରରେ 48 ଘଣ୍ଟାରେ ୨ଟି ସରକାରୀ ହସ୍ପିଟାଲରେ ୪୯ ଚିକିତ୍ସାଧୀନ ରୋଗୀ ମୃତ । ଗତକାଲି ନନ୍ଦେଡରେ ୨୪ ଓ ଆଜି ସାମ୍ଭାଜୀନଗରରେ ଆଜି ୧୮ ଚିକିତ୍ସାଧୀନ ରୋଗୀ ମୃତ । ଔଷଧ ମହଜୁଦ ନଥିବା ଅଭିଯୋଗକୁ ଡାକ୍ତରଙ୍କ ଖଣ୍ଡନ । ଅଧିକ ପଢନ୍ତୁ

ମୁ୍ମ୍ବାଇ: ମହାରାଷ୍ଟ୍ରରେ ଥମୁନି ରୋଗୀ ମୃତ୍ୟୁ ଘଟଣା । ଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ଦୁଇ ସରକାରୀ ହସ୍ପିଟାଲରେ ୪୯ ଜଣ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ ହୋଇଛି । ଯାହା ରାଜ୍ୟ ସ୍ବାସ୍ଥ୍ୟସେବାର ଅବ୍ୟବସ୍ଥାକୁ ପଦାରେ ପକାଇଛି । ଗତକାଲି (ସୋମବାର) ନନ୍ଦେଡ ସରକାରୀ ହସ୍ପିଟାଲରେ ୧୨ ଜଣ ନବଜାତକଙ୍କ ସହ ୨୪ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ସାମ୍ଭାଜୀନଗରର ଏକ ସରକାରୀ ହସ୍ପିଟାଲରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ, ଗତକାଲିଠାରୁ ଆଜି ପୂର୍ବାହ୍ନ ମଧ୍ୟରେ ଛତ୍ରପତି ଶାମ୍ଭାଜୀନଗଗର ସ୍ଥିତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ(GMCH)ରେ ୧୮ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୪ ଜଣ ରୋଗୀଙ୍କ ହସ୍ପିଟାଲରେ ଭର୍ତ୍ତି କରିବା ପୂର୍ବରୁ ସେମାନଙ୍କର ମୃତ୍ୟୁ ହୋଇଥିବା ଓ ହସ୍ପିଟାଲରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିବା ସ୍ଥାନୀୟ ହସ୍ପିଟାଲ ଅଧୀକ୍ଷକ କହିଛନ୍ତି ।

ଆଜି ୧୮ ମୃତକଙ୍କ ମଧ୍ୟରେ ୨ ଜଣଙ୍କ ମୃତ୍ୟୁ ହୃଦଘାତରେ ହୋଇଥିବା ବେଳେ ଅନ୍ୟ ଦୁଇଙ୍କର ମୃତ୍ୟୁ ନିମୋନିଆ (pneumonia) ସଂକ୍ରମଣରୁ ହୋଇଛି । ଅନ୍ୟ ୩ ଜଣ କିଡନୀ ଓ ଯକୃତ ସଂକ୍ରମଣଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ଜଣେ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅନ୍ୟ କିଛି ମୃତକ ବିଭିନ୍ନ ରୋଗରେ ସଂକ୍ରମିତ ହୋଇ ଗୁରୁତର ଥିଲେ । ସେହିପରି ମୃତକଙ୍କ ମଧ୍ୟରେ ଦୁଇ ଜଣ ପ୍ରି-ମ୍ୟାଚ୍ୟୁର (ଗର୍ଭାବସ୍ଥା ଅବଧି ପୂର୍ବରୁ ଜନ୍ମ) ବେବି ମଧ୍ୟ ରହିଛନ୍ତି ।

ତେବେ ସରକାରୀ ହସ୍ପିଟାଲରେ ଅବହେଳା ତଥା ଔଷଧ ମହଜୁଦ ନଥିବା ଅଭିଯୋଗକୁ ହସ୍ପିଟାଲ ଅଧୀକ୍ଷକ ଖଣ୍ଡନ କରିବା ସହ କହିଛନ୍ତି, ହସ୍ପିଟାଲରେ ସର୍ବାଧିକ ବେଡ କ୍ଷମତା ୧୧୭୭ ଥିବା ବେଳେ ପ୍ରାୟ ୧୬୦୦ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଫଳରେ ଚିକିତ୍ସାରେ ବାଧା ସୃଷ୍ଟି ହୋଇଛି । ଗତମାସରେ ମୋଟ ୨୮,୦୦୦ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ସେଥିମଧ୍ୟରୁ ୪୧୯ ଜଣଙ୍କ ମୃତ୍ୟୁ ହୋଇଛି । ଏହା ମୋଟ ସଂଖ୍ୟାର ମାତ୍ର 1.45 ପ୍ରତିଶତ ।

ଏହା ମଧ୍ୟ ପଢନ୍ତୁ :- Maharashtra: ସରକାରୀ ହସ୍ପିଟାଲରେ 24 ଘଣ୍ଟାରେ 12 ନବଜାତଙ୍କ ସମେତ 24 ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ

ତେବେ ଏହି ରୋଗୀ ମୃତ୍ୟୁ ମାମଲାରେ ସରକାରଙ୍କୁ ଘେରିବାରେ ଲାଗିଛନ୍ତି କଂଗ୍ରେସ ସମେତ ଅନ୍ୟ ବିରୋଧୀ । ଗତକାଲି ନନ୍ଦେଡ ସରକାରୀ ହସ୍ପିଟାଲ ପରିଦର୍ଶନ କରିଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ଟ୍ବିଟ କରି ସିନ୍ଦେ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହା ରାଜ୍ୟର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ବୋଲି ଅଶୋକ ଅଭିଯୋଗ କରିବା ସହ ଏଥିପାଇଁ ସରକାର ଉତ୍ତରଦାୟିତ୍ବ ଗ୍ରହଣ କରନ୍ତୁ ବୋଲି ମଧ୍ୟ କହିଛନ୍ତି । ଅନ୍ୟପଟେ ଉଭୟ ହସ୍ପିଟାଲରେ ଏପରି ଘଟଣା ପାଇଁ ତଦନ୍ତ ଆରମ୍ଭ କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ଘଟଣାରେ ଦୁଖଃ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.