ETV Bharat / bharat

Maharashtra: ସରକାରୀ ହସ୍ପିଟାଲରେ 24 ଘଣ୍ଟାରେ 12 ନବଜାତଙ୍କ ସମେତ 24 ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ

author img

By ETV Bharat Odisha Team

Published : Oct 2, 2023, 11:01 PM IST

Updated : Oct 2, 2023, 11:06 PM IST

ସରକାରୀ ହସ୍ପିଟାଲରେ 24 ଘଣ୍ଟାରେ 12 ନବଜାତ ଶିଶୁଙ୍କ ସମେତ 24 ଚିକତ୍ସାଧୀନ ରୋଗୀଙ୍କ ମୃତ୍ୟୁ
ସରକାରୀ ହସ୍ପିଟାଲରେ 24 ଘଣ୍ଟାରେ 12 ନବଜାତ ଶିଶୁଙ୍କ ସମେତ 24 ଚିକତ୍ସାଧୀନ ରୋଗୀଙ୍କ ମୃତ୍ୟୁ

ନନ୍ଦେଡ ସରକାରୀ ହସ୍ପିଟାଲରେ 24 ଘଣ୍ଟା ମଧ୍ୟରେ 24 ଜଣ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ । ମୃତକଙ୍କ ମଧ୍ୟରେ 12 ଜଣ ନବଜାତ ଶିଶୁ । ଜରୁରୀ ଔଷଧ ମିଳୁନଥିବା ଅଭିଯୋଗ । ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ମୁମ୍ବାଇ: ମହାରାଷ୍ଟ୍ରର ନନ୍ଦେଡ ସରକାରୀ ହସ୍ପିଟାଲରେ 24 ଘଣ୍ଟା ମଧ୍ୟରେ 24 ଜଣ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଅନ୍ୟ ଏକ ସମ୍ବେଦନଶୀଳ ଘଟଣା ହେଉଛି ଏହି ମୃତକଙ୍କ ମଧ୍ୟରେ 12 ଜଣ କେବଳ ନବଜାତ ଶିଶୁ ରହିଛନ୍ତି । ହସ୍ପିଟାଲରେ ଜରୁରୀ ଔଷଧ ମହଜୁଦ ନଥିବା କାରଣରୁ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହୋଇଛି । ତେଣୁ ଏପରି ସାଙ୍ଘାତିକ ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ମହାରାଷ୍ଟ୍ର ସ୍ବାସ୍ଥ୍ୟ ସେବା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କାରଣ ଏହାପୂର୍ବରୁ ଥାଣେର ଏକ ସରକାରୀ ହସ୍ପିଟାଲରେ ମଧ୍ୟ ଦିନକରେ 18 ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ ହୋଇଥିଲା ।

ନନ୍ଦେଡ ସ୍ଥିତ ଡା.ଶଙ୍କର ରାଓ ଚୌହାନ ସରକାରୀ ହସ୍ପିଟାଲରେ ଗତ 24 ଘଣ୍ଟା ମଧ୍ୟରେ 12 ଶିଶୁଙ୍କ ସମେତ 24 ଜଣ ପ୍ରାଣ ହରାଇଛନ୍ତି । ମୃତ ନବଜାତ ଶିଶୁଙ୍କ ମଧ୍ୟରେ 6 ଜଣ କନ୍ୟା ସନ୍ତାନ ଓ ଅବଶିଷ୍ଟ 6 ଜଣ ପୁତ୍ର ସନ୍ତାନ ରହିଛନ୍ତି । ହସ୍ପିଟାଲର ଡିନ୍‌ କହିଛନ୍ତି, ହସ୍ପିଟାଲରେ ବିଭିନ୍ନ କର୍ମଚାରୀ ଅନ୍ୟତ୍ର ବଦଳି ହୋଇଥିବା କାରଣରୁ ରୋଗୀସେବାରେ କିଛି ସମସ୍ୟା ସୃଷ୍ଟି ହେଉଛି । 70 ରୁ 80 କିଲୋମିଟର ଦୂରତା ମଧ୍ୟରେ ଏହା କେବଳ ଏକ ମାତ୍ର ସରକାରୀ ହସ୍ପିଟାଲ । ତେଣୁ ରୋଗୀମାନେ ଦୂର ସ୍ଥାନରୁ ଚିକିତ୍ସା ପାଇଁ ଆସନ୍ତି । କିଛି ଦିନ ମଧ୍ୟରେ ରୋଗୀଙ୍କ ସଂଖ୍ୟା ପୂର୍ବାପେକ୍ଷା ବୃଦ୍ଧି ପାଇଛି । ଯାହାକି ରୋଗୀସେବାକୁ ପ୍ରଭାବିତ ମଧ୍ୟ କରିଛି ।

ଅନ୍ୟପଟେ ହସ୍ପିଟାଲରେ ରୋଗୀଙ୍କ ପାଇଁ ପର୍ଯ୍ୟାପ୍ତ ଔଷଧ ନଥିବା ଓ ସେହି କାରଣରୁ ଚିକିତ୍ସାରେ ଅବହେଳା ହୋଇଥିବା ଅଭିଯୋଗରେ ଡିନ କହିଛନ୍ତି, ‘ହାଫକିନ୍’ ନାମକ ଏକ ଫାର୍ମା କମ୍ପାନୀରୁ ହସ୍ପିଟାଲକୁ ଔଷଧ ଯୋଗାଣ ହୋଇଥାଏ । ମାତ୍ର ସେଠାରୁ ଏବେ ଔଷଧ କିଣାଯାଇ ପାରୁନାହିଁ । ହସ୍ପିଟାଲ ଏବେ ସ୍ଥାନୀୟ ଔଷଧ ଦୋକାନରୁ ଔଷଧ କିଣୁଛି । ତେଣୁ କିଛି ମାତ୍ରାରେ ଏପରି ସମସ୍ୟା ମଧ୍ୟ ରହିଛି ।

ଏହା ମଧ୍ୟ ପଢନ୍ତୁ :- ତାମିଲନାଡୁର 9 ISRO ବୈଜ୍ଞାନିକଙ୍କୁ 25 ଲକ୍ଷ ଟଙ୍କାର ପୁରସ୍କାର ସହ ସମ୍ମାନିତ କଲେ ଷ୍ଟାଲିନ

ଏହି ରୋଗୀ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଉପରେ ପ୍ରଶ୍ନ ଉଠିଛି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ମୃତକଙ୍କ ପରିବାରକୁ ସମବେଦନ ଜଣାଇଛନ୍ତି । ଅଘଟଣ ସମ୍ପର୍କରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି, ସେହି ଆଧାରରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି । ରାଜ୍ୟରେ ବିରୋଧୀମାନେ ସିନ୍ଦେ ସରକାର ଉପରେ ଏକ ଶାଣିତ ଆକ୍ରମଣ କରିଛନ୍ତି । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭେଟେରାନ କଂଗ୍ରେସ ନେତା ଅଶୋକ ଚୌହାନ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ରାଜ୍ୟ ସରକାର ହସ୍ପିଟାଲ ଭିତ୍ତିଭୂମି ସଜାଡିବା ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଦାବି ମଧ୍ୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Oct 2, 2023, 11:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.