ETV Bharat / bharat

ତାମିଲନାଡୁର 9 Isro ବୈଜ୍ଞାନିକଙ୍କୁ 25 ଲକ୍ଷ ଟଙ୍କାର ପୁରସ୍କାର ସହ ସମ୍ମାନିତ କଲେ ଷ୍ଟାଲିନ

author img

By ETV Bharat Odisha Team

Published : Oct 2, 2023, 10:21 PM IST

ତାମିଲନାଡୁର 9 ISRO ବୈଜ୍ଞାନିକଙ୍କୁ 25 ଲକ୍ଷ ଟଙ୍କାର ପୁରସ୍କାର ସହ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ । ବୈଜ୍ଞାନିକଙ୍କ ନାମରେ ଘୋଷଣା ହେଲା ମେଧାବୃତ୍ତି । ଅଧିକ ପଢନ୍ତୁ

ତାମିଲନାଡୁର 9 ISRO ଙ୍କୁ 25 ଲକ୍ଷ ଟଙ୍କାର ପୁରଷ୍କାର ସହ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ
ତାମିଲନାଡୁର 9 ISRO ଙ୍କୁ 25 ଲକ୍ଷ ଟଙ୍କାର ପୁରଷ୍କାର ସହ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ

ଚେନ୍ନାଇ: ଭାରତର ବହୁପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରାଯାନ-3’ ର ଐତିହାସିକ ସଫଳତା ସହ ଭାରତ ଏବେ ମହାକାଶ ଗବେଷଣା କ୍ଷେତ୍ରରେ ବିଶ୍ବରେ ଅଗ୍ରଣୀ ରାଷ୍ଟ୍ର । ଚଳିତ ଅଭିଯାନରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ବୈଜ୍ଞାନିକମାନଙ୍କ ଦକ୍ଷତା ଓ ସାମର୍ଥ୍ୟ ସାରା ବିଶ୍ବରେ ଦେଶକୁ ପରିଚୟ ଦେଇଛି । ଇସ୍ରୋର ଏକାଧିକ ବରିଷ୍ଠ ବିଜ୍ଞାନୀ ଦକ୍ଷିଣ ଭାରତୀୟ ରାଜ୍ୟରୁ ଥିଲେ । ଆଜି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଚନ୍ଦ୍ରଯାନ-3 ମିଶନରେ କାର୍ଯ୍ୟ କରିଥିବା ରାଜ୍ୟର 9 ଜଣ ମହାକାଶ ବୈଜ୍ଞାନିକଙ୍କୁ ଆର୍ଥିକ ପୁରସ୍କାର ସହ ସମ୍ମାନିତ କରିଛନ୍ତି ।

  • Dr. K. Sivan, Dr. Mayilsamy Annadurai, Dr. V. Narayanan, Thiru. A. Rajarajan, Thiru. M. Sankaran, Thiru. J. Asir Packiaraj, Tmt. M. Vanitha, Tmt. Nigar Shaji, and Dr. Veeramuthuvel have made India and Tamil Nadu proud!

    Honoured to felicitate these remarkable space scientists… pic.twitter.com/Bph9xNNxYc

    — M.K.Stalin (@mkstalin) October 2, 2023 " class="align-text-top noRightClick twitterSection" data=" ">

ଦୁଇ ମହିଳା ବୈଜ୍ଞାନିକଙ୍କ ସମେତ ମୋଟ 9 ଜଣ ବିଜ୍ଞାନୀଙ୍କ ମଧ୍ୟରେ ପୂର୍ବତନ ଇସ୍ରୋ ମୁଖ୍ୟ ତଥା ଶେଷ ପର୍ଯ୍ୟାୟରେ ବିଫଳ ହୋଇଥିବା ଚନ୍ଦ୍ରଯାନ-2 ଅଭିଯାନର ମୁଖ୍ୟ ଡ. କେ.ଶିବନଙ୍କ ସମେତ ଅନ୍ୟ କିଛି ବରିଷ୍ଠ ଅଧିକାରୀ ରହିଛନ୍ତି । ଆଜି ସମ୍ମାନିତ ହୋଇଥିବା ମହାକାଶ ବିଜ୍ଞାନୀଙ୍କୁ 25 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ମଧ୍ୟ ପ୍ରଦାନ କରାଯାଇଛି । ଏହି 9 ଜଣ ବିଜ୍ଞାନୀଙ୍କ ନାମରେ ତାମିଲନାଡୁ ସରକାର 9ଟି ସ୍କଲାରସିପ ବା ମେଧାବୃତ୍ତି ମଧ୍ୟ ଘୋଷଣା କରିଛନ୍ତି । ସରକାରୀ କଲେଜରେ ସ୍ନାତ୍ତକତ୍ତୋର ପଢୁଥିବା ମେଧାବୀ ଛାତ୍ରଛାତ୍ରୀ ଏହି ମେଧାବୃତ୍ତି ପାଇପାରିବେ । ସେମାନଙ୍କ ଉଚ୍ଚଶିକ୍ଷା, ଗବେଷଣା ଓ ଅନ୍ୟ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।

ସମ୍ମାନିତ ହୋଇଥିବା ବୈଜ୍ଞାନିକମାନଙ୍କ ମଧ୍ୟରେ ISROର ପୂର୍ବତନ ଅଧ୍ୟକ୍ଷ କେ ଶିବନ ରହିଛନ୍ତି । ଯିଏକି ତାମିଲନାଡୁର କନ୍ୟାକୁମାରୀ ବାସିନ୍ଦା । 2019ରେ ତାଙ୍କର ନେତୃତ୍ବରେ ଭାରତ ଏକ ପ୍ରମୁଖ ମହାକାଶ ଗବେଷଣା ରାଷ୍ଟ୍ର ଭାବେ ବିଶ୍ବ ନଜରକୁ ଆସିଥିଲା । ଅବଶ୍ୟ ଶେଷ ପର୍ଯ୍ୟାୟରେ ଚନ୍ଦ୍ରଯାନ 2 ଲ୍ୟାଣ୍ଡିଂ ବିଫଳ ହୋଇଥିଲେ ସୁଦ୍ଧା ଏହା ପ୍ରାୟ 80 ପ୍ରତିଶତ ସଫଳ ରହିଥିଲା । ଏହାର ଅର୍ବିଟର ମଡ୍ୟୁଲ ଏବେ ମଧ୍ୟ କାର୍ଯ୍ୟକ୍ଷମ ରହିଛି ଓ ଚନ୍ଦ୍ରର କକ୍ଷପଥରେ ପରିକ୍ରମା ଜାରି ରଖିଛି । ଚନ୍ଦ୍ରଯାନ-3ରେ ଏହି କାରଣରୁ କୌଣସି ଅର୍ବିଟର ମଡ୍ୟୁଲର ଆବଶ୍ୟକତା ପଡିନଥିଲା । ଚନ୍ଦ୍ରଯାନ-2 ଅର୍ବିଟର ମଡ୍ୟୁଲ ଚଳିତ ଲ୍ୟାଣ୍ଡିଂ ସମୟରେ ଯୋଗାଯୋଗ ଓ ଟ୍ରାକିଂ ସିଷ୍ଟମରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା ।

ସେହିପରି ଅବଶିଷ୍ଟ 8 ଜଣ ବୈଜ୍ଞାନିକ ହେଉଛନ୍ତି ଚନ୍ଦ୍ରଯାନ-3 ପ୍ରକଳ୍ପ ନିର୍ଦ୍ଦେଶକ ପି.ବିରାମୁଥୁଭେଲ, ଚନ୍ଦ୍ରଯାନ-1ର ପ୍ରକଳ୍ପ ନିର୍ଦ୍ଦେଶକ ମିଲାସ୍ୱାମୀ ଆନ୍ନଦୁରାଇ, ଲିକ୍ୟୁଡ୍‌ ପ୍ରପଲସନ ସିଷ୍ଟମ ସେଣ୍ଟର (ଏଲପିଏସସି) ନିର୍ଦ୍ଦେଶକ ଭି.ନାରାୟଣନ, ଆନ୍ଧ୍ର ପ୍ରଦେଶରେ ଥିବା ଇସ୍ରୋର ସବୁଠୁ ବଡ ଓ ଅତ୍ୟାଧୁନିକ ମହାକାଶ କେନ୍ଦ୍ର ସତୀଶ ଧାୱନ ସ୍ପେସ୍ ସେଣ୍ଟରର ନିର୍ଦ୍ଦେଶକ ଏ.ରାଜରାଜନ୍, ୟୁ ଆର ରାଓ ସାଟେଲାଇଟ୍ କେନ୍ଦ୍ରର ନିର୍ଦ୍ଦେଶକ ଏମ.ଶଙ୍କରନ, ଇସ୍ରୋ ପ୍ରପଲସନ୍ କମ୍ପ୍ଲେକ୍ସ (IPRC) ନିର୍ଦ୍ଦେଶକ ଜେ.ଆସିର ପାକ୍ସିରାଜ, ଚନ୍ଦ୍ରଯାନ-୨ ପ୍ରକଳ୍ପ ନିର୍ଦ୍ଦେଶକ ଏମ.ବିନିତା ଏବଂ ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ-L-1ର ପ୍ରକଳ୍ପ ନିର୍ଦ୍ଦେଶକ ନିଗର ଶାଜି ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- Bihar Caste Survey Report: ପ୍ରଧାନମନ୍ତ୍ରୀ କହିଲେ ଦେଶକୁ ବିଭାଜନ କରିବାର ପ୍ରୟାସ କରୁଛନ୍ତି ବିରୋଧୀ

ଆଜି ସମ୍ମାନିତ ହୋଇଥିବା ଏହି 9 ତାମିଲ ବୈଜ୍ଞାନିକଙ୍କ ମଧ୍ୟରେ 9 ଜଣ ଅତି ସାଧାରଣ ପୃଷ୍ଠଭୂମିରୁ ରହିଛନ୍ତି । ସେହପରି ଏମାନଙ୍କ ଶିକ୍ଷା ମଧ୍ୟ ସରକାରୀ ସ୍କୁଲରେ ଶେଷ ହୋଇଛି । ସେମାନେ ସେମାନଙ୍କ ପରିବାରର ପ୍ରଥମ ସ୍ନାତକ ଡିଗ୍ରୀଧାରୀ ମଧ୍ୟ । ତେଣୁ ସେମାନେ ରାଜ୍ୟର ଯୁବପିଢିଙ୍କ ପାଇଁ ପ୍ରେରଣା ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଏହି ଅବସରରେ କହିଛନ୍ତି । ଏହା ସହ ଭାରତ ଆରମ୍ଭ କରିବାକୁ ଯାଉଥିବା ପ୍ରଥମ ମାନବ ମହାକାଶ ମିଶନ ‘ଗଗନଯାନ’ ମିଶନରେ ମଧ୍ୟ ଏହି ବୈଜ୍ଞାନିକମାନଙ୍କ ଗୁରୁ ଦାୟିତ୍ବ ରହିବ । ତେଣୁ ଷ୍ଟାଲିନ ସେମାନଙ୍କୁ ଅଗ୍ରୀମ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ଭରତ ପ୍ରଥମ ରାଷ୍ଟ୍ର ଭାବେ ଚନ୍ଦ୍ରର ଦକ୍ଷିଣ ମେରୁ ଓ 4ର୍ଥ ରାଷ୍ଟ୍ର ଭାବେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ ସଫଳତା ହାସଲ କରିଛି । ଏବେ ଭାରତର ପ୍ରତ୍ୟେକ ମହାକାଶ ମିଶନ ଉପରେ ବିଶ୍ବ ସମୁଦାୟର ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.