ETV Bharat / bharat

Apple Notification: ‘150 ଦେଶକୁ ଆଲର୍ଟ ମେସେଜ ପଠାଇଛି ଆପଲ’

author img

By ETV Bharat Odisha Team

Published : Oct 31, 2023, 4:13 PM IST

ସାଂସଦଙ୍କ ମୋବାଇଲକୁ ଆଲର୍ଟ ମେସେଜ ଆସିବା ଘଟଣାରେ ଅଶ୍ବିନୀ ରଖିଲେ ପ୍ରତିକ୍ରିୟା । କହିଲେ 150 ଦେଶକୁ ଆଲର୍ଟ ମେସେଜ ପଠାଇଛି ଆପଲ । ତଥାପି ମାମଲାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଜାରି ରଖିଛନ୍ତି ସରକାର । ଅଧିକ ପଢନ୍ତୁ

Hacking allegations: ‘150 ଦେଶକୁ ସତର୍କତା ବାର୍ତ୍ତା ପଠାଇଛି ଆପଲ’
Hacking allegations: ‘150 ଦେଶକୁ ସତର୍କତା ବାର୍ତ୍ତା ପଠାଇଛି ଆପଲ’

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଶଶି ଥରୁର, ଶିବସେନା (ୟୁବିଟି) ପ୍ରିୟଙ୍କା ଚତୁର୍ବେଦୀ । ଏଆଇଏମ୍ଆଇଏମ୍ ନେତା ଅସଦୁଦ୍ଦିନ ଓଓ୍ବେସୀ ସମେତ ଅନେକ ବିରୋଧୀ ଦଳର ସାଂସଦ ସେମାନଙ୍କ ଫୋନ୍ ଓ ମେଲ ହ୍ୟାକ୍ ହୋଇଥିବା ଅଭିଯୋଗ କରିଛନ୍ତି । ଏହା ଏକ ସରକାରୀ ପ୍ରାୟୋଜିତ ହ୍ୟାକିଂ ବୋଲି ଆଲର୍ଟ ମେଜେସ ଆସିଥିବା ବିରୋଧୀମାନେ ସାଙ୍ଘାତିକ ଅଭିଯୋଗ କରିବାର ମାତ୍ର କିଛି ଘଣ୍ଟା ମଧ୍ୟରେ କେନ୍ଦ୍ର ସରକାର ମଧ୍ୟ ତତ୍ପରତା ଦେଖାଇଛନ୍ତି । ଏହା ଉପରେ କେନ୍ଦ୍ର ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରତିକ୍ରିୟା ରଖି ଏହାକୁ ଖଣ୍ଡନ କରିବା ସହ ଆବଶ୍ୟକ ତଦନ୍ତ ନିର୍ଦ୍ଦେଶ ମିଳିଥିବା ସୂଚନା ଦେଇଛନ୍ତି । ଏପରିକି ଆଇଫୋନ ନିର୍ମାତା ‘ଆପଲ’କୁ ତଦନ୍ତରେ ସାମିଲ ହେବାକୁ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଣାଳୟ ପକ୍ଷରୁ ନୋଟିସ ଜାରି କରାଯାଇଥିବା ମଧ୍ୟ ମନ୍ତ୍ରୀ ଅଶ୍ବିନୀ କହିଛନ୍ତି । ଆପଲ ଜାରି କରିଥିବା ଗାଇଡଲାଇନ 150 ଟି ଦେଶ କ୍ଷେତ୍ରରେ ଲାଗୁ ହୋଇଥିବା କହିଛନ୍ତି ଅଶ୍ବିନୀ ।

ପ୍ରେସମିଟ କରି ଅଶ୍ବିନୀ ଏହି ପ୍ରସଙ୍ଗରେ ମତ ରଖି ବିରୋଧୀଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି ଯେ, ସରକାର ଏହି ପ୍ରସଙ୍ଗରେ ଚିନ୍ତିତ ଅଛନ୍ତି ଏବଂ ଏହାର ତୃଣମୂଳ ସ୍ତର ପର୍ଯ୍ୟନ୍ତ ତଦନ୍ତ ହେବ । ଦେଶରେ କିଛି ସମାଲୋଚକ ଅଛନ୍ତି । ଏମାନେ ଦେଶର ବିକାଶ ଦେଖିପାରନ୍ତି ନାହିଁ । ଯେତେବେଳେ ତାଙ୍କ ପରିବାର କ୍ଷମତାରେ ଥିଲେ, ସେମାନେ କେବଳ ନିଜ ବିଷୟରେ ଚିନ୍ତା କରୁଥିଲେ ।

ଏହା ମଧ୍ୟ ପଢନ୍ତୁ:- Apple Notification: ବିପକ୍ଷ ନେତାଙ୍କ କରାଯାଇଛି ଫୋନ ହ୍ୟାକ ! ସରକାରଙ୍କୁ କଡା ସମାଲୋଚନା

କିଛି ଲୋକ ଆପଲରୁ ଏକ ସତର୍କ ସୂଚନାମୂଳକ ବାର୍ତ୍ତା ପାଇଛନ୍ତି । ଯେଉଁ ଅଭିଯୋଗ ହେଉଛି, କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଅତ୍ୟନ୍ତ ଗମ୍ଭୀର ଭାବେ ଚିନ୍ତା କରୁଛନ୍ତି । ତଦନ୍ତରେ ଘଟଣାର ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପ୍ରୟାସ କରାଯାଉଛି । ତେବେ ଅଶ୍ବିନୀ କହିଛନ୍ତି, ଆପଲ ଏହି ସତର୍କତା ବାର୍ତ୍ତା ପ୍ରାୟ 150 ଦେଶକୁ ପ୍ରେରଣ କରିଛି । କେଉଁ ନିର୍ଦ୍ଦିଷ୍ଟ ଡିଭାଇସକୁ ଯାଇଛି, ସେ ସମ୍ପର୍କରେ ସଂସ୍ଥା ନିକଟରେ କୌଣସି ସୂଚନା ନାହିଁ । ଆପଲ ମଧ୍ୟ ପ୍ରଯୁକ୍ତିବିଦ୍ୟା ଓ ବିଶ୍ବସନୀୟତା ପାଇଁ ତାର ମଡେଲକୁ କେହି ହ୍ୟାକ୍ କରିପାରିବେ ନାହିଁ ବୋଲି ଦାବି କରିଆସିଛି । ନିର୍ବାଚନ ପୂର୍ବରୁ ଏପରି ମୁଦ୍ଦାକୁ ନେଇ ସରକାର ଉପରେ ବର୍ଷିଛନ୍ତି ବିରୋଧୀ । ସାମାନଙ୍କ ଫୋନ ହ୍ୟାକ କରି ଗୁଇନ୍ଦାଗିରି କରାଯାଉଥିବା ସେମାନେ ଦାବି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.