ETV Bharat / bharat

Haridwar Hate Speech: ୟତି ନରସିଂହାନନ୍ଦ ଗିରି ଗିରଫ

author img

By

Published : Jan 16, 2022, 9:09 AM IST

ୟତି ନରସିଂହାନନ୍ଦ ଗିରି ଗିରଫ
ୟତି ନରସିଂହାନନ୍ଦ ଗିରି ଗିରଫ

ହରିଦ୍ବାର ହେଟ୍‌ ସ୍ପିଚ୍‌ ମାମଲାରେ (Haridwar hate speech) ପୋଲିସର ଜୋରଦାର ଆକ୍ସନ । ଧର୍ମ ସଂସଦରେ ଉତ୍ତେଜନାମୂଳକ ଭାଷଣ ମାମଲାରେ ବଢିଛି ଗିରଫଦାରୀ ସଂଖ୍ୟା । ଅଧିକ ପଢନ୍ତୁ

ଲକ୍ଷ୍ନୌ: ହରିଦ୍ବାର ହେଟ୍‌ ସ୍ପିଚ୍‌ ମାମଲାରେ (Haridwar hate speech) ପୋଲିସର ଜୋରଦାର ଆକ୍ସନ । ଧର୍ମ ସଂସଦରେ ଉତ୍ତେଜନାମୂଳକ ଭାଷଣ ମାମଲାରେ ବଢିଛି ଗିରଫଦାରୀ ସଂଖ୍ୟା । ଏଥର ଧର୍ମ ସଂସଦର କୋର କମିଟି ସଦସ୍ୟ ମହାମଣ୍ଡଳେଶ୍ବର ୟତି ନରସିଂହାନନ୍ଦ ଗିରିଙ୍କୁ ପୋଲିସ ଗିରଫ କରିଛି (Police arrested religious leader Yeti Narsinganand)। ଏହାପୂର୍ବରୁ ଇସ୍‌ଲାମ୍‌ ଛାଡି ହିନ୍ଦୁ ଧର୍ମ ଗ୍ରହଣ କରିଥିବା ଜିତେନ୍ଦ୍ର ତ୍ୟାଗୀ ଓରଫ ୱାସିମ ରିଜଭି ଗିରଫ ହୋଇଥିଲେ ।

ହେଟ୍‌ ସ୍ପିଚ୍ ଦେବା ମାମଲାରେ ଧର୍ମଗୁରୁମାନଙ୍କ ମଧ୍ୟରେ ୟତି ନରସିଂହାନନ୍ଦଙ୍କ ନାଁ ମଧ୍ୟ ସାମିଲ ଅଛି । ଧର୍ମ ସଂସଦରେ ଉତ୍ତେଜନାମୂଳକ ଭାଷଣ ମାମଲା ଏବେ ବେଶ୍‌ ଚର୍ଚ୍ଚାରେ ରହିଛି । ଘୃଣା ଭାଷଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିମକୋର୍ଟଙ୍କୁ ମଧ୍ୟ ଅନୁରୋଧ କରାଯାଇଛି । ନାଗରିକ ସଂଗଠନ ଏବଂ ଅନ୍ୟାନ୍ୟ ବ୍ୟକ୍ତିତ୍ବ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରଧାନ ବିଚାରପତି ଏନ.ଭି ରମଣା ଏବଂ ଅନ୍ୟାନ୍ୟ ବ୍ୟକ୍ତିତ୍ବଙ୍କୁ ଚିଠି ଲେଖିଛନ୍ତି । ବୁଧବାର ସୁପ୍ରିମକୋର୍ଟ ଦିଲ୍ଲୀ ପୋଲିସ ଓ ଉତ୍ତରାଖଣ୍ଡ ପୋଲିସଙ୍କୁ ନିରପେକ୍ଷ ତଦନ୍ତ ପାଇଁ ଏକ ନୋଟିସ ଜାରି କହିଥିଲେ ।

ହରିଦ୍ବାର ଧର୍ମ ସଂସଦରେ ଏକ ନିର୍ଦ୍ଧିଷ୍ଟ ଧର୍ମ ବିରୋଧରେ ଘୃଣା ଭାଷଣ ନେଇ ଅସନ୍ତୋଷ ଦେଖାଦେଇଥିଲା । ଏନେଇ ରୁଜ୍ଜୁ ହୋଇଥିବା ମାମଲାରେ ୧୦ରୁ ଅଧିକ ଜଣଙ୍କ ନାଁ ସାମିଲ ଅଛି । ଉତ୍ତରାଖଣ୍ଡ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ଗୋଟିଏ ପରେ ଗୋଟିଏ ଅଭିଯୁକ୍ତଙ୍କୁ ଗିରଫ କରିବା ଆରମ୍ଭ କରିଛି ।

ଆହୁରି ପଢନ୍ତୁ...haridwar dharma sansad hate speech: ଅଡୁଆରେ ୱାସିମ ରିଜଭି, ରୁଜୁ ହେଲା ମାମଲା

ସୂଚନାଅନୁସାରେ ଉତ୍ତରାଖଣ୍ଡ ହରିଦ୍ବାରରେ ଆୟୋଜିତ ହୋଇଥିବା ଧର୍ମ ସଂସଦରେ ହିନ୍ଦୁ ସାଧୁ ସନ୍ଥମାନେ ଏକ ନିର୍ଦ୍ଦିଷ୍ଟ ଧର୍ମ ବିରୋଧରେ ଉସୁକାଇବା ଭଳି ଭାଷଣ ଦେଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏଭଳି ଭିଡିଓ ସମାଜର ଭାଇଚାରାକୁ ନଷ୍ଟ କରୁଛି ବୋଲି ଅଭିଯୋଗ ସହ ଘଟଣାକୁ ତୀବ୍ର ନିନ୍ଦା କରାଯାଇଥିଲା । ଆୟୋଜିତ ଧର୍ମ ସଭାରେ ୫୦୦ ରୁ ଅଧିକ ମହାମଣ୍ଡଳେଶ୍ବର ମହନ୍ତ ଯୋଗଦେଇଥିବାବେଳେ ଏହା ସହ 700 ରୁ 800 ସନ୍ଥ ସାମିଲ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.