ETV Bharat / bharat

haridwar dharma sansad hate speech: ଅଡୁଆରେ ୱାସିମ ରିଜଭି, ରୁଜୁ ହେଲା ମାମଲା

author img

By

Published : Dec 24, 2021, 7:55 PM IST

ହରିଦ୍ବାର ଧର୍ମ ସଂସଦରେ(Haridwar Dharma Sansad hate speech case ) ବିବାଦୀୟ ବୟାନକୁ ନେଇ ୱାସିମ ରିଜଭିଙ୍କ ବିରୋଧରେ ( case registered against Wasim Rizvi ) ମାମଲା ରୁଜୁ କରାଯାଇଛି । ଏନେଇ ଉତ୍ତରାଖଣ୍ଡ ପୋଲିସ ଟ୍ବିଟ କରି ସୂଚନା ଦେଇଛି। ଅଧିକ ପଢନ୍ତୁ

haridwar dharma sansad hate speech : ୱାସିମ ରିଜଭି ବିରୋଧରେ ରୁଜୁ ହେଲା ମାମଲା
haridwar dharma sansad hate speech : ୱାସିମ ରିଜଭି ବିରୋଧରେ ରୁଜୁ ହେଲା ମାମଲା

ଡେରାଡୁନ: ହରିଦ୍ବାର ଧର୍ମ ସଂସଦରେ(Haridwar Dharma Sansad hate speech case ) ବିବାଦୀୟ ବୟାନକୁ ନେଇ ୱାସିମ ରିଜଭି ବିରୋଧରେ ( case registered against Wasim Rizvi ) ମାମଲା ରୁଜୁ କରାଯାଇଛି । ଏନେଇ ଉତ୍ତରାଖଣ୍ଡ ପୋଲିସ ଟ୍ବିଟ କରି ସୂଚନା ଦେଇଛି। ପୋଲିସ କହିବା ଅନୁଯାୟୀ ଏକ ନିର୍ଦ୍ଦିଷ୍ଟ ଧର୍ମ ବିରୋଧରେ ଉସୁକାଇବା ଭଳି ଭାଷଣ ଦେଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହାକୁ ନେଇ ଡେରାଡୁନର କତବାଲି ପୋଲିସ ୱାସିମ ରିଜଭି ବିରୋଧରେ ମାମାଲା ରୁଜୁ କରିଛି । ହରିଦ୍ବାର ଧର୍ମ ସଂସଦ (Haridwar dharma sansad) ଶେଷ ହେବାର ଚାରି ଦିନ ପରେ ବର୍ତ୍ତମାନ ଏହାର ଭିଡିଓ ଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ବିବାଦ ସୃଷ୍ଟି କରିଛି । ଏ ଭଳି ଭିଡିଓ ସମାଜର ଭାଇଚାରାକୁ ନଷ୍ଟ କରୁଛି ବୋଲି ଅଭିଯୋଗ କରିଛନ୍ତି । ଏହାକୁ ସୋସିଆଲ ମିଡିଆରେ ତୀବ୍ର ନିନ୍ଦା କରାଯାଉଛି। ଅଭିନେତ୍ରୀ ସ୍ବରା ଭାସ୍କର,ଆମେରିକାର ପୂର୍ବତନ ଟେନିସ ଖେଳାଳି ମାର୍ଟିନା ନାତ୍ରିଲୋଭା ଏହି ଭିଡିଓକୁ ଟ୍ବିଟ କରିଛନ୍ତି ।

ହରିଦ୍ବାର ଧର୍ମ ସଂସଦରେ ଦିଆଯାଇଥିବା ବିବାଦୀୟ ବୟାନକୁ ନେଇ ବଢୁଥିବା ବିବାଦକୁ ଦେଖି ଉତ୍ତରାଖଣ୍ଡ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓ ଅନୁଯାୟୀ ଏକ ନିର୍ଦ୍ଦିଷ୍ଠ ଧର୍ମ ବିରୋଧରେ ଉତ୍ତେଜନାମୂଳକ ଟିପ୍ପଣୀ ଦେଇଥିବା ଅଭିଯୋଗରେ ୱାସିମ ରିଜଭି ଓରଫ ଜିତ୍ରେନ୍ଦ୍ର ନାରାୟଣ ତ୍ୟାଗୀ ଏବଂ ଅନ୍ୟମାନଙ୍କ ବିରୋଧରେ ଧାରା ୧୫୩ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ତେବେ ଏହାକୁ ନେଇ ହରିଦ୍ବାର କତବାଲ ଥାନା ଅଧିକାରୀ ରାଜେନ୍ଦ୍ର କଠେତ କହିଛନ୍ତି ଯେ ଜ୍ବାଳାପୁରର ସ୍ଥାନୀୟ ବାସିନ୍ଦା ଗୁଲବହାର ଖାନ ହରିଦ୍ବାର ଧର୍ମ ସଂସଦରେ ଦିଆଯାଇଥିବା ବୟାନକୁ ନେଇ ଅଭିଯୋଗ କରିଥିଲେ । ବର୍ତ୍ତମାନ ଏହି ମାମଲାକୁ ନେଇ ଯାଞ୍ଚ କରାଯାଉଛି ତେବେ ଆଗକୁ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ସୂଚନାଥାଉକି ହରିଦ୍ବାର ଧର୍ମ ସଂସଦରେ ଯୋଗଦେଇଥିବା ବକ୍ତାମାନେ ଏକ ବିଶେଷ ସମୁଦାୟ ବିରୋଧରେ ହିଂସା ସୃଷ୍ଟି କରିବା ଭଳି ଭାଷଣ ଦେଇଥିଲେ । ଏହା ସହ ହିନ୍ଦୁ ରାଷ୍ଟ୍ର ଗଠନ କରିବା ପାଇଁ ଆହ୍ବାନ କରିଥିଲେ। ଏହି ଧର୍ମ ସଭାରେ ୫୦୦ ରୁ ଅଧିକ ମହାମଣ୍ଡଳେଶ୍ବର ମହନ୍ତ ଯୋଗଦେଇଥିବାବେଳେ ଏହା ସହ 7୦୦ ରୁ 8୦୦ ସନ୍ଥ ସାମିଲ ହୋଇଥିଲେ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.