ETV Bharat / bharat

Jamat Islami Property Attached: ଶ୍ରୀନଗରରେ ଜମାତ୍‌-ଇ-ଇସଲାମି ସଂଗଠନର ସମ୍ପତ୍ତି ଜବତ

author img

By

Published : Dec 21, 2022, 1:33 PM IST

Jamat Islami Property Attached: ଶ୍ରୀନଗରରେ ଜମାତ୍‌-ଇ-ଇସଲାମି ସଂଗଠନର ସମ୍ପତ୍ତି ଜବତ
Jamat Islami Property Attached: ଶ୍ରୀନଗରରେ ଜମାତ୍‌-ଇ-ଇସଲାମି ସଂଗଠନର ସମ୍ପତ୍ତି ଜବତ

ଜମ୍ମୁ କାଶ୍ମୀରରେ ଜମାତ୍‌-ଇ-ଇସଲାମି ସଂଗଠନର ସମ୍ପତ୍ତି ଜବତ । ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ପାଇଁ ଏହି ସମ୍ପତ୍ତି ବ୍ୟବହାର ହେଉଥିବା ସୂଚନା । ଅଧିକ ପଢନ୍ତୁ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଧାର୍ମିକ ତଥା ରାଜନୈତିକ ସଂଗଠନ ଜମାତ୍‌-ଇ-ଇସଲାମି(Jamat-e Islami)ର ସମ୍ପତ୍ତି ଜବତ ହୋଇଛି । ଅସାମାଜିକ କାର୍ଯ୍ୟକଳାପ ନିରୋଧ ଆଇନ (Unlawful Activities Prevention Act ) ଅନୁସାରେ ଗତକାଲି(ମଙ୍ଗଳବାର) ପ୍ରଶାସନ ପକ୍ଷରୁ ଏହି ସଂଗଠନର ସମ୍ପତ୍ତିକୁ ଜବତ କରାଯାଇଛି । ଜବତ ସମ୍ପତ୍ତି ଜମାତ୍‌-ଇ-ଇସଲାମି (JeI) ସଂଗଠନର ସଦସ୍ୟଙ୍କ ନାମରେ ପଞ୍ଜିକୃତ ଥିବାବେଳେ ବାସ୍ତବରେ ଏହା ସଂଗଠନର ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଏନେଇ ୨୦୧୯ରେ ଜମାତ୍‌-ଇ-ଇସଲାମି ବିରୁଦ୍ଧରେ ବାଟମାଲୁ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ରାଜ୍ୟ ତଦନ୍ତକାରୀ ସଂସ୍ଥାର ତଦନ୍ତ ପରେ ଶ୍ରୀନଗର ଜିଲ୍ଲାପାଳ ମହମ୍ମଦ ଅଜାଜ ଏହି ଧାର୍ମିକ ସଂଗଠନର ସମ୍ପତ୍ତି ଜବତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି( DM orders sealing of 3 JeI properties) । ଜବତ ସମ୍ପତ୍ତି ମଧ୍ୟରେ ସଂଗଠନର ଶ୍ରୀନଗର ଉପକଣ୍ଠ ଶାଲତେଙ୍ଗରେ ଥିବା କିଛି ଜମି, ବରଜଲ୍ଲାରେ ନିର୍ମାଣ ହୋଇଥିବା ଦୁଇ ମହଲା କୋଠା ରହିଛି । ଏହି କୋଠାଟି ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲ୍ଲୀ ଗିଲାନୀ ଓ ଫୋରଡୋସ୍ ଅସମୀଙ୍କ ନାମରେ ରେଜିଷ୍ଟର ଅଛି ।

ଏହାମଧ୍ୟ ପଢନ୍ତୁ: ତାଲିବାନର ନୂଆ କଟକଣା, ବିଶ୍ବ ବିଦ୍ୟାଳୟରେ ପଢିପାରିବେନି ମହିଳା

ଶ୍ରୀନଗର ଜିଲ୍ଲାପାଳ କହିଛନ୍ତି, ''ବାଟମାଲୁ ଥାନାରେ ରୁଜୁ ମାମଲାର ତଦନ୍ତ ପରେ ବ୍ୟାନ ହୋଇଥିବା ସଂଗଠନ ଜାମତ୍-ଇ-ଇସଲାମିର ମାଲିକାନରେ ଥିବା ତିନୋଟି ସମ୍ପତ୍ତି ସାମ୍ନାକୁ ଆସିଛି । ଏହି ସମ୍ପତ୍ତିଗୁଡିକ ସଦସ୍ୟଙ୍କ ମାଧ୍ୟମରେ ସଂଗଠନର ମାଲିକାନାରେ ରହିଥିଲା । ସେଥିମଧ୍ୟରୁ ଶେଲତାଙ୍ଗ ଖୁଶିପୁରାରେ ଥିବା କିଛି ଜମି ସଂଗଠନର ଜିଲ୍ଲା ସଭାପତି ବାସିର ଅହମ୍ମଦଙ୍କ(District President Bashir Ahmad) ନାମରେ ରହିଥିବା ବେଳେ ଜବତ ଦୁଇ ମହଲା କୋଠାର ରେକର୍ଡ ସୟଦ ଅଲ୍ଲୀ ଶାହାଙ୍କ ନାମରେ ଅଛି ।

ଏହାମଧ୍ୟ ପଢନ୍ତୁ: NIAର ବଡ ଖୁଲାସା, ଭିନ୍ନ ଧର୍ମାବଲମ୍ବୀଙ୍କ ହିଟ୍‌ ତାଲିକା ପ୍ରସ୍ତୁତ କରୁଛି PFIର ସିକ୍ରେଟ ୱିଙ୍ଗ୍

ଜମ୍ମୁ କାଶ୍ମୀରର ପୋଲିସ ମୁଖ୍ୟ ଦିଲବାଗ ସିଂହ(J&K police chief Dilbagh Singh) କହିଛନ୍ତି, JeI ମାଲିକାନାରେ ଥିବା ମୋଟ ୧୮୮ଟି ସମ୍ପତ୍ତି ଜବତ ପାଇଁ ଚିହ୍ନଟ କରାଯାଇଛି । ଆସନ୍ତା ସପ୍ତାହରେ ଏହି ଅଭିଯାନ ଆରମ୍ଭ ହେବ । ଜମ୍ମୁ କାଶ୍ମୀରରେ ଆତଙ୍କବାଦୀମାନଙ୍କୁ ଆର୍ଥିକ ସହଯୋଗ ପାଇଁ ଜାମତ୍-ଇ-ଇସଲାମି ସଂଗଠନର ଏହି ସମ୍ପତ୍ତି ବ୍ୟବହାର ହେଉଥିବା ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ।

ପ୍ରକାଶଥାଉ କି, ୨୦୧୯ରେ କାଶ୍ମୀରର ଜମାତ୍ ଇ ଇସଲାମି ସଂଗଠନକୁ ବ୍ୟାନ କରାଯାଇଥିଲା । ଏହା ଆତଙ୍କବାଦୀ ସଂଗଠନ ସହ ସମ୍ପର୍କରେ ରହିଥିବା ଅଭିଯୋଗରେ ସରକାର ଆତଙ୍କବାଦ ନିରୋଧ ଆଇନ ଅଧୀନରେ ଏହା ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହାସହିତ ସଂଗଠନର ଅନେକ ନେତାଙ୍କ ମଧ୍ୟ ଗିରଫ କରାଯାଇଥିଲା । ଜମାତ୍‌-ଇ-ଇସଲାମି ସଙ୍ଗଠନ ୧୯୪୫ରେ ରୂପରେଖ ନେଇଥିଲା । ଆତଙ୍କବାଦୀ କାର୍ଯ୍ୟକଳାପକୁ ସମର୍ଥନ କରୁଥିବା ନେଇ କେନ୍ଦ୍ର ସରକାର ଏହି ସଂଗଠନ ଉପରେ ୫ ବର୍ଷ ବ୍ୟାନ ଲଗାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.