ETV Bharat / bharat

ଜମାତ୍‌-ଇ-ଇସଲାମି ବ୍ୟାନ: ମେହବୁବା ମୁଫତିଙ୍କ ବିକ୍ଷୋଭ ପ୍ରଦର୍ଶନ

author img

By

Published : Mar 6, 2019, 3:30 PM IST

ଗତ ଗୁରୁବାର କାଶ୍ମୀରର ଏହି ଧାର୍ମିକ ସଙ୍ଗଠନ ଉପରେ କେନ୍ଦ୍ର ସରକାର ବ୍ୟାନ ଲଗାଇଥିଲେ । ଏହା ଆତଙ୍କବାଦ ସଙ୍ଗଠନ ସହ ସମ୍ପର୍କରେ ରହିଛି ବୋଲି ଅଭିଯୋଗ କରି ସରକାର ଆତଙ୍କବାଦ ନିରୋଧ ଆଇନ ଅଧୀନରେ ଏହି ବ୍ୟାନ ଲଗାଇଥିଲେ । ଏହାସହ ଏହି ସଙ୍ଗଠନର ଅନେକ ନେତାଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@ଏଏନଆଇ

ଅନନ୍ତନାଗ: ପୁଣିଥରେ ବିଚ୍ଛିନ୍ନତାବାଦୀ ଏବଂ ଆତଙ୍କବାଦୀଙ୍କ ପ୍ରତି ନିଜ ପ୍ରେମ ଦେଖାଇଛନ୍ତି ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି । କାଶ୍ମୀରର ଧାର୍ମିକ ସଙ୍ଗଠନ ଜମାତ୍‌-ଇ-ଇସଲାମି ଉପରେ ବ୍ୟାନ ନିଷ୍ପତ୍ତିକୁ ସେ ବିରୋଧ କରିଛନ୍ତି । ଏଥିପାଇଁ ଆଜି ଅନନ୍ତନାଗରେ ସେ ନିଜ ସମର୍ଥକଙ୍କ ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ଗୁରୁବାର କାଶ୍ମୀରର ଏହି ଧାର୍ମିକ ସଙ୍ଗଠନ ଉପରେ କେନ୍ଦ୍ର ସରକାର ବ୍ୟାନ ଲଗାଇଥିଲେ । ଏହା ଆତଙ୍କବାଦ ସଙ୍ଗଠନ ସହ ସମ୍ପର୍କରେ ରହିଛି ବୋଲି ଅଭିଯୋଗ କରି ସରକାର ଆତଙ୍କବାଦ ନିରୋଧ ଆଇନ ଅଧୀନରେ ଏହି ବ୍ୟାନ ଲଗାଇଥିଲେ । ଏହାସହ ଏହି ସଙ୍ଗଠନର ଅନେକ ନେତାଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।

  • J&K: Former J&K CM & PDP Chief Mehbooba Mufti holds protest in Anantnag against the ban on Jamaat-e-Islami, says, "We want that the ban must be lifted. We'll go to district level now, then we will go to every segment. Elderly people who have been arrested must be released." pic.twitter.com/pPmwgLpydb

    — ANI (@ANI) March 6, 2019 " class="align-text-top noRightClick twitterSection" data=" ">

ତେବେ ଏହାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ମେହବୁବା । ସମର୍ଥକଙ୍କ ସହ ରାଲି କରି ସେ ଏହି ନିଷ୍ପତ୍ତି ବଦଳାଇବା ପାଇଁ ସରକାରଙ୍କୁ କହିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ସଙ୍ଗଠନ ଉପରୁ ବ୍ୟାନ ଯଥାଶିଘ୍ର ଉଠିଯିବା ଦରକାର । ଏହା ବିରୋଧରେ ସେମାନେ ଉପରିସ୍ଥ ଅଧିକାରୀଙ୍କ ପାଖକୁ ଯିବେ । ଯେଉଁ ବରିଷ୍ଠ ନେତାଙ୍କୁ ଗିରଫ କରାଯାଇଛି ସେମାନଙ୍କୁ ଛାଡିବା ପାଇଁ ସେ ଦାବି କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଜମାତ୍‌-ଇ-ଇସଲାମି ସଙ୍ଗଠନ 1945ରେ ରୂପରେଖା ନେଇଥିଲା । ଏହାର ଅଧିକାଂଶ ସଦସ୍ୟ ମେହବୁବା ମୁଫତିଙ୍କ ଦଳ ପିଡିପିକୁ ସମର୍ଥନ କରିଥାନ୍ତି । ସେଥିପାଇଁ ଏହି ସଙ୍ଗଠନ ସମର୍ଥନରେ ମେହବୁବା ବାହାରିଛନ୍ତି । ତେବେ ଏହା ଆତଙ୍କବାଦ କାର୍ଯ୍ୟକଳାପକୁ ସମର୍ଥନ କରୁଥିବା ଅଭିଯୋଗରେ କେନ୍ଦ୍ର ସରକାର ଏହା ଉପରେ 5 ବର୍ଷ ବ୍ୟାନ ଲଗାଇଛନ୍ତି ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.