ETV Bharat / bharat

No Plastic Campaign: ଦେଶର ଏମିତି ଏକ ଗାଁ, ପ୍ଲାଷ୍ଟିକ ଦେଲେ ମିଳୁଛି ସୁନା

author img

By

Published : Apr 4, 2023, 1:15 PM IST

Etv Bharat
Etv Bharat

ପରିବେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଜମ୍ମୁ କାଶ୍ମୀରର ସାଦିୱାର ପଞ୍ଚାୟତରେ ଆରମ୍ଭ ହେଲା ନିଆରା ଅଭିଯାନ । ଅଧିକ ପଢନ୍ତୁ

ଶ୍ରୀନଗର: ପରିବେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ନିଆରା ଅଭିଯାନ । ପ୍ଲାଷ୍ଟିକ ଦିଅନ୍ତୁ, ସୁନା ନିଅନ୍ତୁ ଅଭିଯାନ ଆରମ୍ଭ ହେଲା ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ । ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ ପାଇଁ ସୁନା ମୁଦ୍ରା ପ୍ରଦାନ କରିବାର ସଂକଳ୍ପ ନେଇଛି ସାଦିୱାର ପଞ୍ଚାୟତବାସୀ । ପରିବେଶ ସୁରକ୍ଷା ପାଇଁ ଗ୍ରାମର ମୁଖିଆ ଏପରି ଅଭିଯାନ ଆରମ୍ଭ କରିଛନ୍ତି । ଏହି ଯୋଜନା ଅଧୀନରେ ଯଦି କେହି 20 କ୍ୱିଣ୍ଟାଲର ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଦିଅନ୍ତି, ତେବେ ପଞ୍ଚାୟତ ତାଙ୍କୁ ଏକ ସୁନା ମୁଦ୍ରା ଦେବ ବୋଲି ଘୋଷଣା କରାଯାଇଛି ।

ବର୍ତ୍ତମାନ ସାଦିୱାର ଗ୍ରାମ ପଞ୍ଚାୟତର ସରପଞ୍ଚ ଫାରୁକ୍ ଅହମ୍ମଦ ଗଣାଇ କାଶ୍ମୀରରେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଏହି ଅଭିଯାନ ଆରମ୍ଭ ହେବା ପରେ 15 ଦିନ ମଧ୍ୟରେ ପୁରା ଗାଁକୁ ପ୍ଲାଷ୍ଟିକ ମୁକ୍ତ ହୋଇଥିବା ନେଇ ଘୋଷଣା କରାଯାଇଛି । ଏହି ଅଭିଯୋନରେ ବହୁ ଲୋକ ସାମିଲ ହୋଇ ପ୍ଲାଷ୍ଟିକ ପ୍ରଦାନ କରୁଛନ୍ତି । ଏଥିସହ ଅଭିଯାନ ଗ୍ରାମରେ ଲୋକପ୍ରିୟତା ହାସଲ କରିପାରିଛି । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଛୋଟ ପିଲା ମଧ୍ୟ ଯେଉଁଠି ପ୍ଲାଷ୍ଟିକ ପଡିଥିବା ଦେଖିବାକୁ ଚାହୁଁଛନ୍ତି ସେହି ସ୍ଥାନରୁ ଉଠାଇ ଆଣି ଏହି ଅଭିଯାନର ସଦସ୍ୟଙ୍କୁ ପ୍ରଦାନ କରୁଛନ୍ତି । ସାଦିୱାର ଗ୍ରାମପଞ୍ଚାୟତର ଏହି ଅଭିଯାନର ସଫଳତା ପରେ ଅନ୍ୟ ପଞ୍ଚାୟତବାସୀ ମଧ୍ୟ ଏହାକୁ ଆପଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-NCERT ପାଠ୍ୟକ୍ରମରୁ ବାଦ ପଡିଲା ମୋଗଲ ସମ୍ରାଜ୍ୟ ଅଧ୍ୟାୟ

ଫାରୁକ୍ ଅହମ୍ମଦ ଗଣାଇ ଏକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ''ପଲିଥିନ ଦିଅନ୍ତୁ ପୁରସ୍କାର ନିଅନ୍ତୁ ଏପରି ସ୍ଲୋଗାନ ଆରମ୍ଭ କରିଥିଲି । ଏହାପରେ ପରିବେଶକୁ ପ୍ଲାଷ୍ଟକ ମୁକ୍ତ କରିବା ପାଇଁ ନଦୀ ଓ ପୋଖରୀ ଗୁଡିକରେ ମୁଁ ପ୍ଲାଷ୍ଟିକ ମୁକ୍ତ ପାଇଁ ପଦକ୍ଷେପ ନେଇଥିଲି । ଗ୍ରାମର ଲୋକେ ଏହା ଦେଖିବା ପରେ ଆମକୁ ସାହାଯ୍ୟ ମଧ୍ୟ କରିଥିଲେ । ପୁରସ୍କାର ବଦଳରେ ପଲିଥିନ ଦେବା ପାଇଁ ଏକ ସ୍ଲୋଗାନ ଆରମ୍ଭ କରିଥିଲି । ଏହାପରେ ନଦୀ କୂଳରେ ପଡିଥିବା ଆବର୍ଜନାକୁ ସଫା କରିବା ପାଇଁ ପଦକ୍ଷେପ ନେଇଥିଲି । ବର୍ତ୍ତମାନ ଗାଁର ସମସ୍ତେ ଆମକୁ ସାଇଟ୍ ସଫା କରିବାରେ ସାହାଯ୍ୟ କରିଥିଲେ ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ, ''ଦିନେ ଯେଉଁ ଗାଁ ରାସ୍ତାରେ ପାଷ୍ଟିକ ଗଦା ଗଦା ହୋଇ ରହୁଥିଲା ଆଜି ସେହି ରାସ୍ତା ପୁରା ପରିଷ୍କାର ଦିଶୁଛି । ଏହି ଗ୍ରାମ ବର୍ତ୍ତମାନ ଅନ୍ୟ ଗ୍ରାମ ପାଇଁ ଉଦାହରଣ ପାଲଟିଛି । ସରକାର ମଧ୍ୟ ଏହି ଅଭିଯାନକୁ ସମସ୍ତ ଗଦ୍ରାମରେ ଆରମ୍ଭ କରିବା ପାଇଁ ଯୋଜନା ଚଳାଇଛନ୍ତି । ''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.