ETV Bharat / bharat

NCERT ପାଠ୍ୟକ୍ରମରୁ ବାଦ ପଡିଲା ମୋଗଲ ସମ୍ରାଜ୍ୟ ଅଧ୍ୟାୟ

author img

By

Published : Apr 4, 2023, 11:20 AM IST

ନୂଆ ଏନସିଇଆରଟି ପାଠ୍ୟକ୍ରମରୁ ବାଦ ପଡିଛି ମୋଗଲ ସାମ୍ରାଜ୍ୟ ଅଧ୍ୟାୟ । ସିବିଏସଇ ଦ୍ବାଦଶ ଶ୍ରେଣୀ ପାଠ୍ୟପୁସ୍ତକରୁ ମୋଗଲ ସାମ୍ରାଜ୍ୟ ଅଧ୍ୟାୟକୁ ହଟାଇ ଦିଆଯାଇଛି । ଅଧିକ ପଢନ୍ତୁ

NCERT ପାଠ୍ୟକ୍ରମରୁ ବାଦ ପଡିଲା ମୋଗଲ ସମାଗ୍ରାଜ୍ୟ ଆଧ୍ୟାୟ
NCERT ପାଠ୍ୟକ୍ରମରୁ ବାଦ ପଡିଲା ମୋଗଲ ସମାଗ୍ରାଜ୍ୟ ଆଧ୍ୟାୟ

ଲକ୍ଷ୍ନୌ: ଏନସିଇଆରଟି ପାଠଖସଡାରେ ପରିବର୍ତ୍ତନ । ପାଠ୍ୟପୁସ୍ତକରୁ ହଟିଲା ମୋଗଲ ବିଷୟ । ନୂଆ ଏଜୁକେସନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଇଆରଟି) ପାଠ୍ୟକ୍ରମରୁ ବାଦ ପଡିଛି ମୋଗଲ ସାମ୍ରାଜ୍ୟ ଅଧ୍ୟାୟ । ସିବିଏସଇ ଦ୍ବାଦଶ ଶ୍ରେଣୀ ପାଠ୍ୟପୁସ୍ତକରୁ ମୋଗଲ ସାମ୍ରାଜ୍ୟ ଅଧ୍ୟାୟକୁ ହଟାଇ ଦିଆଯାଇଛି । ଇତିହାସ ବହିରେ ମୋଗଲ ସାମ୍ରାଜ୍ୟ ଏବଂ ଏହା ସହିତ ଜଡିତ ଅଧ୍ୟାୟକୁ ହଟାଇ ଦିଆଯାଇଛି ।

ସିବିଏସଇ ଦ୍ବାଦଶ ଶ୍ରେଣୀ ପାଠ୍ୟପୁସ୍ତକରୁ ମୋଗଲ ସାମ୍ରାଜ୍ୟ ଅଧ୍ୟାୟକୁ ହଟାଇ ଦିଆଯାଇଛି । ଏହି ପରିବର୍ତ୍ତିତ ସିଲାବସ 2023-24 ଶିକ୍ଷାବର୍ଷକୁ ଲାଗୁ ହେବ । ସଂଶୋଧିତ ସିଲାବସ ଅନୁସାରେ ଷୋଳଶ ଶତାଦ୍ଦୀ ଏବଂ ଶାସକଙ୍କ ଇତିହାସ ସମ୍ବଦ୍ଧିତ ଅଧ୍ୟାୟ ହଟାଇ ଦିଆଯାଇଛି । ସିବିଏସଇ ଓ ୟୁପି ବୋର୍ଡ ସେମାନଙ୍କ ଦ୍ବାଦଶ ପାଠକ୍ରମକୁ ମୋଗଲ ସାମ୍ରାଜ୍ୟ ଅଧ୍ୟୟକୁ ବାଦ ଦେଇଛନ୍ତି । 'କିଙ୍ଗ୍ସ ଆଣ୍ଡ କ୍ରୋନିକଲ୍ସ' ଏବଂ 'ଦ ମୋଗଲ କୋର୍ଟସ' ଅଧ୍ୟୟକୁ ବାଦ ଦିଆଯାଇଥିବା ସୂଚନା ମିଳିଛି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି, '' ଆମେ ଆମ ଛାତ୍ରଛାତ୍ରୀଙ୍କୁ ଏନସିଇଆରଟି ପୁସ୍ତକ ଜରିଆରେ ପାଠ ପଢାଉଛୁ । NCERT ଯାହା ନିୟମ ଆଣିବ ତାହାକୁ ଆମେ ପାଳନ କରିବୁ । ଅତରିକ୍ତ ମୁଖ୍ୟ ଶାସନ ସଚିବ (ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା) ଦୀପକ କୁମାର ମଧ୍ୟ ସମାନ କଥା କହିଛନ୍ତି । ''ଆମେ ଏନସିଇଆରଟି ପୁସ୍ତକରେ ଛାତ୍ରଛାତ୍ରୀଙ୍କ ପାଠ ପଢାଇଥାଉ । ଏହା ସଂଶୋଧିତ ସଂସ୍କରଣରେ ଯାହା ଉପଲବ୍ଧ ରହିଛି ଆମେ ଏହାକୁ ପାଳନ କରିବୁ । 2023-24 ଶିକ୍ଷାବର୍ଷକୁ ଏହାକୁ କାର୍ଯ୍ୟକାରୀ କରାଯିବ । ଅନ୍ୟ କେତେକ ରାଜ୍ୟ ବୋର୍ଡ ମଧ୍ୟ ଏନସିଇଆରଟି ପୁସ୍ତକ ଫଲୋ କରୁଛନ୍ତି ।''

ଏହା ବି ପଢନ୍ତୁ...Poster for Missing Dog: IAS ଅଫିସରଙ୍କ କୁକୁର ନିଖୋଜ, ସାରା ସହରରେ ଲାଗିଲା ପୋଷ୍ଟର

ଏହା ବି ପଢନ୍ତୁ...'ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ସଂସଦ ଓ ଦେଶ ଜାଣିବା ଉଚିତ'

ସେହିପରି ଏକାଦଶ ଶ୍ରେଣୀ ଇତିହାସ ବହରୁ ସେଣ୍ଟ୍ରାଲ ଇସଲାମିତ ଲ୍ୟାଣ୍ଡ୍ସ ଏବଂ କନଫ୍ରେଣ୍ଟେସନ ଅଫ କଲଚର୍ସକୁ ବାଦ ଦିଆଯାଇଥିବା ସୂଚନା ମିଳିଛି । ଖାଲି ସେତିକି ନୁହେଁ ହିନ୍ଦୀ ବହିରୁ କେତେକ କବିତା ଏବଂ ପାରାଗ୍ରାଫ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ହୋଇଛି । କହି ରଖୁଛୁ ଯେ, ଗୁଜୁରାଟ ଦଙ୍ଗାର ବିଷୟ ମଧ୍ୟ ଦ୍ବାଦଶ ଶ୍ରେଣୀ ରାଜନୈତିକ ବିଜ୍ଞାନ ପାଠ୍ୟପୁସ୍ତକୁ ହଟାଇ ଦିଆଯାଇଥିଲା । 2002 ଗୁଜୁରାଟ ଦଙ୍ଗା ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.