ETV Bharat / bharat

'ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ସଂସଦ ଓ ଦେଶ ଜାଣିବା ଉଚିତ'

author img

By

Published : Apr 3, 2023, 9:06 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ସଂସଦ ଓ ଦେଶ ଜାଣିବା ଉଚିତ । ଦିଲ୍ଲୀରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାୱତ । ଅଧିକ ପଢନ୍ତୁ

Sanjay Raut
Sanjay Raut

ମୁମ୍ବାଇ: ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ରାଜନୀତି ମହଲରେ ବଢୁଛି ଉଷ୍ମତା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ପରେ ଏବେ ଏହି ପ୍ରସଙ୍ଗକୁ ନେଇ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ଶିବସେନା (ଉଦ୍ଧବ ଗୋଷ୍ଠୀ)ର ବରିଷ୍ଠ ନେତା ସଞ୍ଜୟ ରାୱତ । ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ସଂସଦ ଓ ଦେଶ ଜାଣିବା ଉଚିତ ବୋଲି ସେ କହିଛନ୍ତି । ଏଥିଲାଗି ପ୍ରଧାନମନ୍ତ୍ରୀ ଗୋଟିଏ ପାଦ ଆଗକୁ ଆସି ନିଜର ଶିକ୍ଷାଗତ ଯୋଗ୍ୟତାକୁ ସାର୍ବଜନୀନ କରନ୍ତୁ, ଏହାକୁ ଲୁଚାନ୍ତୁ ନାହିଁ ବୋଲି ସେ କହିଛନ୍ତି ।

ରାଜ୍ୟସଭା ସାଂସଦ ସଞ୍ଜୟ ରାୱତ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀକୁ ସଂସଦ ଭବନର ପ୍ରବେଶ ଦ୍ବାରରେ ପ୍ରଦର୍ଶିତ କରିବା ଉଚିତ । ସଂସଦର ସଦସ୍ୟ ଓ ଦେଶକୁ ତାଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ଜାଣିବାର ଅଧିକାର ରହିଛି । ଦିଲ୍ଲୀରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ ଏପରି କହିଛନ୍ତି ସଞ୍ଜୟ ରାୱତ । ଏହାପୂର୍ବରୁ କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କୁ ଅଶିକ୍ଷିତ କହିବା ସହ ତାଙ୍କ ଡିଗ୍ରୀ ସାର୍ଟିଫିକେଟକୁ ସାର୍ବଜନୀନ କରିବା ଲାଗି ଦାବି କରିଥିଲେ । ସେ ଗୁଜୁରାଟ ବିଶ୍ବବିଦ୍ୟାଳୟକୁ ସୂଚନା ଅଧିକାର ଆଇନ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଗ୍ରୀ ସାର୍ଟିଫିକେଟ ମାଗିଥିଲେ । ତେବେ ଗୁଜୁରାଟ ହାଇକୋର୍ଟ କେନ୍ଦ୍ରୀୟ ସୂଚନା ଆୟୋଗଙ୍କୁ ଏହି ଆଦେଶକୁ ରଦ୍ଦ କରିଦେଇଥିଲେ ।

ଏହା ବି ପଢନ୍ତୁ-ପୁଣି କେଜ୍ରିଓ୍ବାଲଙ୍କ ନିଶାଣା, କହିଲେ ଏକବିଂଶ ଶତାବ୍ଦୀରେ ପ୍ରଧାନମନ୍ତ୍ରୀ ଶିକ୍ଷିତ ହେବା ଜରୁରୀ

କୋର୍ଟ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଯୋଗ୍ୟତାକୁ ସାର୍ବଜନୀନ କରିବାର ଆବଶ୍ୟକତା ନାହିଁ । ଜଣେ ନେତା ଦେଶ ପାଇଁ କଣ କରୁଛି, କଣ କରିବାକୁ ଇଚ୍ଛୁକ ତାହା ଗୁରୁତ୍ବପୂର୍ଣ୍ଣ । ଏଥିରେ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ନାହିଁ । ସେପଟେ ସୋମବାର ସଞ୍ଜୟ ରାୱତ କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଲୱେ ପ୍ଲାଟଫର୍ମରେ ଚା' ବିକୁଥିଲେ ଆଉ ଏଣ୍ଟାୟାର ପଲିଟିକାଲ ସାଇନ୍ସରେ ଏମଏ କରିଛନ୍ତି ? ଏହି ଡିଗ୍ରୀ ନିଶ୍ଚିତ ଭାବରେ ଐତିହାସିକ । ପ୍ରଧାନମନ୍ତ୍ରୀ ନିଜ ଡିଗ୍ରୀକୁ ସଂସଦ ଭବନର ପ୍ରବେଶ ଦ୍ବାରରେ ପ୍ରଦର୍ଶିତ କରିବା ଉଚିତ । ସମଗ୍ର ଦେଶ ତାଙ୍କ ଡିଗ୍ରୀ ସମ୍ପର୍କରେ ଜାଣିବା ଉଚିତ । ଏହା ପଛରେ କଣ ରହସ୍ୟ ରହିଛି । ତାଙ୍କର ଡିଗ୍ରୀ ସାର୍ଟିଫିକେଟକୁ କାହିଁକି ସାର୍ବଜନୀନ କରାଯାଉନାହିଁ ?"

ସେ ଆହୁରି କହିଛନ୍ତି, "ଯଦି ରାଷ୍ଟ୍ରପତି, ସର୍ବୋଚ୍ଚ ନ୍ୟାୟାଳୟର ଜଷ୍ଟିସ କିମ୍ବା ଆମର ଶିକ୍ଷାଗତ ଯୋଗ୍ୟତା ମଗାଯାଉଛି, ତେବେ ପ୍ରଧାନମନ୍ତ୍ରୀଙ୍କ କାହିଁକି ନୁହେଁ ? ସେ ଆଗକୁ ଆସି ନିଜର ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ଦେବା ଉଚିତ । ବିଜେପିର ଅନେକ ନେତାଙ୍କ ଡିଗ୍ରୀ ପ୍ରମାଣପତ୍ର ନକଲି । ଏହି ଦଳ ନକଲି ଡିଗ୍ରୀର ଫ୍ୟାକ୍ଟ୍ରି । ଯେକୌଣସି ନେତାଙ୍କ ନାମ ନେଇ ଡିଗ୍ରୀ ଯାଞ୍ଚ କଲେ ଏହା ନକଲି ବାହାରିବ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.