ଦୁଷ୍କର୍ମ ମାମଲା: ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡ, କାଲି ହୋଇଥିଲେ ଦୋଷୀ ସାବ୍ୟସ୍ତ

author img

By

Published : Jan 31, 2023, 4:05 PM IST

Updated : Jan 31, 2023, 5:39 PM IST

ଦୁଷ୍କର୍ମ ମାମଲାରେ ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡ

ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଗାନ୍ଧୀନଗର ସେସନ୍ କୋର୍ଟ । ଗତକାଲି ଦୁଷ୍କର୍ମ ମାମଲାରେ ହୋଇଥିଲେ ଦୋଷୀ ସାବ୍ୟସ୍ତ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଦୁଷ୍କର୍ମ ମାମଲାରେ ଗତକାଲି (ସୋମବାର) ଦୋଷୀ ସାବ୍ୟସ୍ତ ହୋଇଥିବା ଗୁଜୁରାଟର ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କୁ ଆଜି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଆଜି ରାଜଧାନୀ ଗାନ୍ଧୀନଗରର ଏକ ସେସନ୍ କୋର୍ଟ ତାଙ୍କୁ ଏହି 9 ବର୍ଷ ପୁରୁଣା ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ପ୍ରାୟ ଏକ ଦଶନ୍ଧି ପୁରୁଣା ଏହି ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶାରାମଙ୍କ ସମେତ ମୋଟ 7 ଜଣ ଅଭିଯୁକ୍ତ ରହିଥିଲେ ।

  • Gandhinagar Sessions Court sentenced self-styled godman Asaram to life imprisonment in connection with a decade-old sexual assault case. pic.twitter.com/UgIdHOsuiq

    — ANI (@ANI) January 31, 2023 " class="align-text-top noRightClick twitterSection" data=" ">

ଗତକାଲି ଏହି 9 ବର୍ଷ ପୁରୁଣା ଦୁଷ୍କର୍ମ ମାମଲାର ଗାନ୍ଧୀନଗର ସେସନ୍ କୋର୍ଟରେ ଶୁଣାଣି ହୋଇଥିଲା । ଗତକାଲିର ଶୁଣାଣିରେ ମୁଖ୍ୟ ଅଭିଯୁକ୍ତ ଆଶାରାମଙ୍କ ବ୍ୟତୀତ ଅନ୍ୟ ସମସ୍ତ 6 ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଥିଲେ । ଆଶାରାମଙ୍କୁ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଯିବା ସହା ତାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା 376-B ଓ ଧାରା 377 ଅନୁସାରେ ଚାର୍ଜସିଟ ଦାଖଲ କରାଯାଇଥିଲା । ପୁରା ମାମଲାର ବିଭିନ୍ନ ପର୍ଯ୍ୟାୟ ଶୁଣାଣିରେ ମୋଟ 68 ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି । ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶାରାମଙ୍କୁ ଗତକାଲି ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ଆଜି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।

ତେବେ ସେସନ କୋର୍ଟରେ ଏପରି ଦଣ୍ଡାଦେଶ ଆସିବା ପରେ ଏହାକୁ ଉଚ୍ଚ ନ୍ୟାୟଳୟରେ ଚ୍ୟାଲେଞ୍ଜ କରିବା ପାଇଁ ଆଶାରାମଙ୍କ ଓକିଲ ସୂଚନା ଦେଇଛନ୍ତି । ଆତ୍ମଘୋଷିତ ଭଗବାନ ଆଶାରାମ ଏବେ ଯୋଧପୁର ଜେଲରେ ରହିଛନ୍ତି । 2013 ରେ ସୁରଟର ଦୁଇ ଯୁବତୀ ଆଶାରାମଙ୍କ ବିରୋଧରେ ଦୁଷ୍କର୍ମର ଅଭିଯୋଗ ଆଣିଥିଲେ । ଅଭିଯୋଗ ଆଧାରରେ ପୋଲିସ ସେହିବର୍ଷ (2013) ଅକ୍ଟୋବର 6 ତାରିଖରେ ଆଶାରମଙ୍କ ସମେତ ମୋଟ 7 ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ସେମାନଙ୍କୁ ଗିରଫ କରିଥିଲା । ତେବେ 9ବର୍ଷ ପରେ ଏହି ବହୁଚର୍ଚ୍ଚିତ ମାମଲାରେ ଦଣ୍ଡାଦେଶ ଶୁଣାଇଛନ୍ତି ଗାନ୍ଧୀନଗର ଶେସନ କୋର୍ଟ ।

ଏହା ପୂର୍ବରୁ 2018 ରେ ଅନ୍ୟ ଏକ ଦୁଷ୍କର୍ମ ମାମଲାରେ ମଧ୍ୟ ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇସାରିଛି । ଉତ୍ତର ପ୍ରଦେଶର ଜଣେ 16 ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ 2018 ଏପ୍ରିଲ 16ରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ସେ ଏହି ମାମଲାରେ ଜେଲରେ ଥିବା ବେଳେ 2013 ରେ ସୁରଟର ଦୁଇ ଜଣ ଯୁବତୀ ଆଶାରାମଙ୍କ ବିରୋଧରେ ଅନ୍ୟ ଏକ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଆଶାରାମଙ୍କ ଆଶ୍ରମ ସହ ଜଡିତ ଏହି ଯୁବତୀ ଦୁଇଜଣଙ୍କୁ ଆଶାରମ ଓ ତାଙ୍କର କିଛି ଘନିଷ୍ଠ ସହଯୋଗୀ 2001 ରୁ 2006 ମସିହା ମଧ୍ୟରେ ଆଶ୍ରମର ବିଭିନ୍ନ କାର୍ଯ୍ୟକ୍ରମରେ ଦୁଷ୍କର୍ମ କରିଥିବା ଦୁଇ ପୀଡିତା ଅଭିଯୋଗ କରିଥିଲେ ।

ନିଜକୁ ଆତ୍ମଘୋଷିତ ଭଗବାନ ବୋଲି କହୁଥିବା ଆଶାରମଙ୍କ ବିରୋଧରେ ଅନେକ ସଙ୍ଗୀନ ଅପରାଧିକ ମାମଲା ରହିଛି । ତାଙ୍କ ବିରୋଧରେ ଆଧ୍ୟାତ୍ମିକତା ପ୍ରଚାର ପ୍ରସାର ଆଳରେ ଯୁବତୀ ଓ ମହିଳାଙ୍କୁ ଦୁଷ୍କର୍ମର ଏକାଧିକ ଅଭିଯୋଗ ରହିଛି । ସେହିପରି ପ୍ରମାଣ ନଷ୍ଟ କରିବା ପାଇଁ ସାକ୍ଷୀଙ୍କୁ ହତ୍ୟା ପରି ସଙ୍ଗୀନ ଅଭିଯୋଗ ମଧ୍ୟ ରହିଛି । ଆଶାରାମଙ୍କ ପୁଅ ମଧ୍ୟ ଗିରଫ ହୋଇ ଜେଲରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jan 31, 2023, 5:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.