ETV Bharat / bharat

ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ଫ୍ରାନ୍ସ ରାଷ୍ଟ୍ରପତି

author img

By ETV Bharat Odisha Team

Published : Dec 22, 2023, 11:31 AM IST

Republic Day Chief Guest French President: ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । ବାଇଡେନ ଆସିବାକୁ ମନା କରିବାରୁ ମାକ୍ରନଙ୍କୁ ନିମନ୍ତ୍ରଣ କଲା ଭାରତ । ଅଧିକ ପଢନ୍ତୁ

ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ଫ୍ରାନ୍ସ ରାଷ୍ଟ୍ରପତି
ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ଫ୍ରାନ୍ସ ରାଷ୍ଟ୍ରପତି

ନୂଆଦିଲ୍ଲୀ: ୨୦୨୪ ସାଧାରଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ହେବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ରୂପେ ଭାରତ ପକ୍ଷରୁ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରିତ କରାଯାଇଛି । ପ୍ରଥମେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଏଥିପାଇଁ ନିମନ୍ତ୍ରଣ କରାଯାଇଥିବା ବେଳେ ସେ ସମୟ ଅଭାବ ହେତୁ ଆସିପାରିବେ ନାହିଁ ବୋଲି ମନା କରିବାରୁ ମାକ୍ରନଙ୍କୁ ଆମନ୍ତ୍ରିତ କରାଯାଇଛି । ଗତ ଜୁଲାଇରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ମାକ୍ରନଙ୍କ ନିମନ୍ତ୍ରଣ କ୍ରମେ ଫ୍ରାନ୍ସ ଯାଇ ବାଷ୍ଟିଲ ଡେ (ଫ୍ରାନ୍ସର ଜାତୀୟ ଦିବସ) ପରେଡରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଏଠାରେ କହିରଖୁଛୁ କି, ଭାରତର ସାଧାରଣତନ୍ତ୍ର ଦିବସ ପରଡେରେ ମୁଖ୍ୟ ଅତିଥି ହେବାରେ ଇମାନୁଏଲ ମାକ୍ରନ ହେଉଛନ୍ତି ଷଷ୍ଠ ଫ୍ରାନ୍ସ ନେତା । ୧୯୭୬ ଏବଂ ୧୯୯୮ ମସିହାରେ ତତ୍କାଳୀନ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଜାକ୍ୟୁସ ଚିରାକ ସାଧାରଣନ୍ତ୍ର ଦିବସର ମୁଖ୍ୟ ଅତିଥି ହୋଇଥିଲେ ।

ଭାରତ ଓ ଫ୍ରାନ୍ସ ମଧ୍ୟରେ ରଣନୀତିକ ଭାଗିଦାରୀର ୨୫ ବର୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇରେ ଫ୍ରାନ୍ସର ବାଷ୍ଟିଲ ଡେ ପରେଡର ମୁଖ୍ୟ ଅତିଥି ହୋଇଥିଲେ । ଏବେ ଭାରତର ସାଧାରଣତନ୍ତ୍ର ଦିବସରେ ସେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ମୁଖ୍ୟ ଅତିଥି ରୂପେ ଆମନ୍ତ୍ରିତ କରିଛନ୍ତି । ରାଷ୍ଟ୍ରପତି ମାକ୍ରନ ଜି୨୦ ସମ୍ମିଳନୀ ପାଇଁ ଗତ ସେପ୍ଟେମ୍ବରରେ ଭାରତ ଆସିଥିଲେ । ସେହି ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଲଞ୍ଚ ମିଟିଂ କରିଥିଲେ ଏବଂ ଭାରତ ଓ ଫ୍ରାନ୍ସର ସମ୍ପର୍କକୁ ଏହି ନୂତନ ଶିଖରକୁ ନେଇଯିବାକୁ ଆଗ୍ରହ ପ୍ରକାଶ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: Republic Day 2023: ଜାଣନ୍ତୁ କିପରି ଚୟନ ହୁଅନ୍ତି ମୁଖ୍ୟ ଅତିଥି

ପ୍ରତ୍ୟେକ ବର୍ଷ ସାଧାରଣତନ୍ତ୍ର ଦିବସରେ ଭାରତ ବିଦେଶୀ ନେତାଙ୍କୁ ଆମନ୍ତ୍ରିତ କରିଥାଏ । କେବଳ ୨୦୨୧ ଓ ୨୦୨୨ ବର୍ଷ କୋଭିଡ ମହାମାରୀ ପାଇଁ କାହାରିକୁ ନିମନ୍ତ୍ରିତ କରାଯାଇ ପାରିନଥିଲା । ଗତବର୍ଷ ଇଜିପ୍ଟ ରାଷ୍ଟ୍ରପତି ଅବଦ୍ଦଲ ଫତେହ ଇଲ-ସିସି ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହୋଇଥିଲେ । ଚଳିତ ବର୍ଷ ଜି-୨୦ ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ ୨୦୨୪ ସାଧାରଣତନ୍ତ୍ର ଦିବସ ପରଡେର ମୁଖ୍ୟ ଅତିଥି ହେବା ପାଇଁ ନିମନ୍ତ୍ରଣ କରିଥିଲେ । ହେଲେ କାର୍ଯ୍ୟ ବ୍ୟସ୍ତତା ପାଇଁ ଭାରତ ଆସିପାରିବେ ନାହିଁ ବୋଲି ବାଇଡେନ୍‌ ଅକ୍ଷମତା ପ୍ରକାଶ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.