ଝାଡଖଣ୍ଡ ସାହିବଗଞ୍ଜରେ ଗଙ୍ଗା ବିଳାସ କ୍ରୁଜ: ବିଦେଶୀ ପର୍ଯ୍ୟଟକଙ୍କୁ ଭବ୍ୟ ସ୍ବାଗତ

author img

By

Published : Jan 22, 2023, 7:17 AM IST

ବିହାର ସାହିବଗଞ୍ଜରେ ପହଞ୍ଚିଲା ଗଙ୍ଗା ବିଳାସ କ୍ରୁଜ

ଝାଡଖଣ୍ଡ ସାହିବଗଞ୍ଜରେ ପହଞ୍ଚିଲା ଗଙ୍ଗା ବିଳାସ କ୍ରୁଜ । ବିଦେଶୀ ପର୍ଯ୍ୟଟକଙ୍କୁ ଭବ୍ୟ ସ୍ବାଗତ କଲେ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ସମେତ ସ୍ଥାନୀୟ ବିଧାୟକ । ଅଧିକ ପଢନ୍ତୁ

ଝାଡଖଣ୍ଡ ସାହିବଗଞ୍ଜରେ ପହଞ୍ଚିଲା ଗଙ୍ଗା ବିଳାସ କ୍ରୁଜ

ହାଇଦ୍ରାବାଦ: ଉତ୍ତର ପ୍ରଦେଶ ବାରାଣାସୀରୁ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଶୁଭାରମ୍ଭ ହୋଇଥିବା ବିଶ୍ବର ଦୀର୍ଘତମ ନଦୀ ଜଳଯାତ୍ରା କ୍ରୁଜ ‘‘ଏମ.ଭି ଗଙ୍ଗା ବିଳାସ’’ଗତକାଲି (ଶୁକ୍ରବାର) ବିଳମ୍ବିତ ରାତିରେ ଝାଡଖଣ୍ଡର ସାହିବଗଞ୍ଜରରେ ପହଞ୍ଚିଛି । ସାହିବଗଞ୍ଜର ମଲ୍ଟି ମୋଡାଲ୍ ଟର୍ମିନାଲରେ କ୍ରୁଜଟି ଅଟକିଛି । ଗତକାଲି (ଶନିବାର) ସ୍ଥାନୀୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କ୍ରୁଜରେ ଆସିଥିବା ବିଦେଶୀ ଅତିଥିମାନଙ୍କୁ ଭବ୍ୟ ସ୍ବାଗତ କରାଯାଇଛି ।

ଏହି ଅବସରରେ କ୍ରୁଜ ଯାତ୍ରୀ ଏବଂ ପରିଦର୍ଶକମାନଙ୍କୁ ସାହିବଗଞ୍ଜ ଡେପୁଟି କମିଶନର ରାମ ନିବାସ ଯାଦବ, ରାଜମହଲ ବିଧାୟକ ଅନନ୍ତ ଓଝା, ସ୍ଥାନୀୟ ପୋଲିସ ଅଧୀକ୍ଷକ ଅନୁରଞ୍ଜନ କିସପୋଟା ଓ ଜିଲ୍ଲା ପ୍ରଶାସନର ଅନ୍ୟ ଅଧିକାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏହା ବ୍ୟତୀତ ପାରମ୍ପାରିକ ଆଦିବାସୀ ନୃତ୍ୟ, ସଙ୍ଗୀତରେ ମଧ୍ୟ ବିଦେଶୀଙ୍କ ସମେତ କ୍ରୁଜରେ ଆସିଥିବା ପର୍ଯ୍ୟଟକଙ୍କୁ ମଧ୍ୟ ସ୍ୱାଗତ କରାଯାଇଥିଲା ।

ଗଙ୍ଗା ବିଳାସ୍ କ୍ରୁଜ୍ କାଶୀ ଠାରୁ ଯାତ୍ରା ଆରମ୍ଭ କରିଥିବା ବେଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ସାହିବଗଞ୍ଜରେ ପହଞ୍ଚିଥିଲା । ଯାତ୍ରା ସୂଚୀରେ ଏହା 23 ତାରିଖରେ ସାହିବଗଞ୍ଜରେ ପହଞ୍ଚିବାକୁ ଥିବା ବେଳେ ଏହାର ଦୁଇଦିନ ପୂର୍ବରୁ ଅର୍ଥାତ ଗତକାଲି (20 ତାରିଖରେ) କ୍ରୁଜ ମଲ୍ଟି ମୋଡାଲ୍ ଟର୍ମିନାଲରେ ପହଞ୍ଚିଛି । ସ୍ଥାନୀୟ ପ୍ରଶାସନର କଡା ସୁରକ୍ଷାରେ ଏହି କ୍ରୁଜ ଡକରେ ଲାଗିବା ପରେ ପରବର୍ତ୍ତୀ କାର୍ଯ୍ୟକ୍ରମ ଜାରି ରହିଛି । ସେଥିରେ ଥିବା ଯାତ୍ରୀଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା କ୍ରୁଜରୁ ଯାତ୍ରୀମାନେ ଓହ୍ଲାଇ ମଲ୍ଟିମୋଡାଲ ଟର୍ମିନାଲ ପରିଦର୍ଶନ କରିବା ସହିତ ବିଦେଶୀ ଯାତ୍ରୀମାନେ ସ୍ଥାନୀୟ ଗ୍ରାମବାସୀଙ୍କୁ ଭେଟିଥିଲେ ।

ଡେପୁଟି କମିଶନର ରାମ ନିବାସ ଯାଦବଙ୍କ ନେତୃତ୍ୱରେ ଗତକାଲି (ଶନିବାର) ସ୍ୱିଜରଲ୍ୟାଣ୍ଡ ଏବଂ ଅନ୍ୟାନ୍ୟ ଦେଶରୁ ଆସିଥିବା ଯାତ୍ରୀମାନେ ମଲ୍ଟିମୋଡାଲ ଟର୍ମିନାଲ ପରିଦର୍ଶନ କରିବା ସହ ନିକଟସ୍ଥ ଗାଁକୁ ମଧ୍ୟ ଯାଇଥିଲେ । ଏହି ସମୟରେ ସେମାନେ ସ୍ଥାନୀୟ ଅଞ୍ଚଳର ଯୁବକ, ବୃଦ୍ଧ ଓ ବୟସ୍କମାନଙ୍କୁ ଭେଟିବା ସହ ଗ୍ରାମ୍ୟଜୀବନକୁ ପାଖରୁ ଦେଖିଥିଲେ । ବିଦେଶୀ ପର୍ଯ୍ୟଟକମାନେ ଭାରତୀୟ ଗ୍ରାମ୍ୟଜୀବନ ସମ୍ପର୍କରେ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ଦ୍ବାରା ଅବଗତ ହେବା ସହ ଫଟୋ ମଧ୍ୟ ଉଠାଉଥିବା ଦେଖିବାକୁ ମିଳିଥିଲା ।

ସ୍ଥାନୀୟ ବିଧାୟକ ଅନନ୍ତ ଓଝା, ଉପ ଆୟୁକ୍ତ ରାମ ନିବାସ ଯାଦବ ଏବଂ ଏସ.ପି କିସପୋଟାଙ୍କ ତରଫରୁ ଏହି ବିଦେଶୀ ଯାତ୍ରୀମାନଙ୍କୁ ସାହିବଗଞ୍ଜର ପ୍ରସିଦ୍ଧ ରେଶମରୁ ପ୍ରସ୍ତୁତ ସ୍କାର୍ଫ ଓ ଅନ୍ୟ କିଛି ପାରମ୍ପାରିକ ସାମଗ୍ରୀ ଉପହାର ସ୍ବରୂପ ପ୍ରଦାନ କରାଯାଇଥିଲା । ଏଥିପାଇଁ ସମସ୍ତ ଅତିଥି ପର୍ଯ୍ୟଟକ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.