ETV Bharat / bharat

ବିନା ଅନୁମତିରେ ବ୍ରିଜ ଉଦଘାଟନ ଅଭିଯୋଗ; ଆଦିତ୍ୟ ଠାକରେଙ୍କ ନାଁରେ ମାମଲା

author img

By ETV Bharat Odisha Team

Published : Nov 18, 2023, 2:20 PM IST

ଅଡ଼ୁଆରେ ଆଦିତ୍ୟ ଠାକରେ
ଅଡ଼ୁଆରେ ଆଦିତ୍ୟ ଠାକରେ

ଶିବସେନା ବିଧାୟକ ଆଦିତ୍ୟ ଠାକରେଙ୍କ ନାଁରେ ମୁମ୍ବାଇ ଥାନାରେ ଅଭିଯୋଗ । ବିନା ଅନୁମତିରେ ଏକ ବ୍ରିଜ ଉଦଘାଟନ କରିଥିବା ନେଇ ଏତଲା ଦେଲା ବିଏମସି । ଅଧିକ ପଢନ୍ତୁ

ମୁମ୍ବାଇ: ଅଡୁଆରେ ଆଦିତ୍ୟ ଠାକରେ । ଶିବସେନା ବିଧାୟକ ତଥା ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କ ନାଁରେ ମାମଲା ରୁଜୁ ହୋଇଛି । ବିନା ଅନୁମତିରେ ବେଆଇନ ଭାବେ ଏକ ନବନିର୍ମିତ ବ୍ରିଜର ଉଦଘାଟନ କରିବା ଅଭିଯୋଗରେ ମୁମ୍ବାଇ ମ୍ୟୁନିସପାଲ କର୍ପୋରେସନ ପକ୍ଷରୁ ତାଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି । ଶିବସେନା ଗୋଷ୍ଠୀର 3 ନେତାଙ୍କ ନାଁରେ ଏହି ମାମଲା ରୁଜୁ କରାଯାଇଛି । ବ୍ରିଜ ଉଦଘାଟନ ସମ୍ପର୍କରେ ସୂଚନା ଦେଇଥିଲେ ଖୋଦ୍ ଆଦିତ୍ୟ ଠାକରେ ।

  • डिलाईल रोड ब्रिजचे उद्घाटन!
    आता खोके सरकारचे व्हीआयपी नको, जनता त्रस्त आहे... pic.twitter.com/2AUAThHq3i

    — Aaditya Thackeray (@AUThackeray) November 16, 2023 " class="align-text-top noRightClick twitterSection" data=" ">

ଅଭିଯୋଗ ଅନୁଯାୟୀ, 16 ତାରିଖ ଦିନ ଆଦିତ୍ୟ ଠାକରେ ଓ ତାଙ୍କ ନେତୃତ୍ବରେ 20ରୁ 30 କର୍ମକର୍ତ୍ତା ଲୋୟର ପରେଲର ଡିଲାଇଲ ବ୍ରିଜକୁ ଉଦଘାଟନ କରିବା ସହ ଏଥିରେ ଚଳାଚଳ ଆରମ୍ଭ କରିଥିଲେ । ହେଲେ ଏହି ପୋଲ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇନଥିବା ବେଳେ ଏହାର ଉଦଘାଟନ ପାଇଁ ଏନଓସି ନିଆଯାଇନଥିବା ବିଏମସି (ମୁମ୍ବାଇ ମହାନଗର ନିଗମ) ପକ୍ଷରୁ କୁହାଯାଇଛି । ବେଆଇନ ଭାବେ ଏହି ବ୍ରିଜ ଉଦଘାଟନ ହୋଇଥିବା ଅଭିଯୋଗରେ ଆଦିତ୍ୟ ଠାକରେଙ୍କ ସମେତ 3 ଜଣଙ୍କ ବିରୋଧରେ ନଏମ ଯୋଶୀ ପୋଲିସ ଷ୍ଟେସନରେ ଏତଲା ଦାୟର କରିଛି ବିଏମସି । ଆଇପିସି ଧାରା 336, 447, 243 ଓ 149 ଆଧାରରେ ଶିବସେନା ବିଧାୟକ ଆଦିତ୍ୟ ଠାକରେ, ପୂର୍ବତନ ମେୟର ସ୍ନେହଲ ଆମ୍ବେକର ଓ କିଶୋରୀ ପେଡନାକର, ବିଧାୟକ ସୁନିଲ ସିନ୍ଦେ ଓ ସଚିନ ଅହିରଙ୍କ ନାଁରେ ଏଫଆଇଆର ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ: କଂଗ୍ରେସର ନିର୍ବାଚନୀ ଇସ୍ତାହାର: ବିବାହ ସହାୟତା ବାବଦକୁ ଲକ୍ଷେ, ମହିଳାଙ୍କୁ ୧୦ଗ୍ରାମ ସୁନା

ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଲୋୟର ପରେଲର ଡିଲାଇଲ ବ୍ରିଜକୁ ଉଦଘାଟନ କରିବା ସହ ଏଥିରେ ଚଳାଚଳ ଆରମ୍ଭ କରିଦେଇଥିଲେ ଆଦିତ୍ୟ ଠାକରେ । ଏନେଇ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଥିଲେ । ସେ ଲେଖିଥିଲେ ଯେ, ବ୍ରିଜ ନିର୍ମାଣ କାର୍ଯ୍ୟର 10 ଦିନ ପରେ ବି ଏହାର ଉଦଘାଟନ ହୋଇପାରୁନି । ବ୍ରିଜ ପ୍ରସ୍ତୁତ ଅଛି କିନ୍ତୁ ଉଦଘାଟନ ପାଇଁ ଭିଆଇପିଙ୍କୁ ଅପେକ୍ଷା କରାଯାଉଛି । ଏହି ରାସ୍ତା ଦେଇ ଲୋକମାନଙ୍କ ଗମନାଗମନର ଅସୁବିଧା ହେଉଥିଲା ଯେଉଁଥିପାଇଁ ଏହି ବ୍ରିଜ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାରୁ ଏହାକୁ ଖୋଲି ଦେଇଥିଲୁ ।

16 ତାରିଖ ଦିନ ସେ ଏହି ବ୍ରିଜ ଉଦଘାଟନ କରିଥିବା ବେଳେ 17 ତାରିଖ ବିଳମ୍ବିତ ରାତିରେ ତାଙ୍କ ନାଁରେ ଏଫଆଇଆର ଦାୟର କରାଯାଇଥିଲା । ବିଏମସି ଅଧିକାରୀଙ୍କ କହିବାନୁଯାୟୀ, ବ୍ରିଜ ନିର୍ମାଣ କାର୍ଯ୍ୟ ଏ ଯାଏଁ ଶେଷ ହୋଇନାହିଁ । ତଥାପି ବିଏମସି ପାଖରୁ ଅନୁମତି ନ ନେଇ ଏହି ବ୍ରିଜକୁ ବେଆଇନ ଭାବେ ଉଦଘାଟନ କରିଛନ୍ତି ଆଦିତ୍ୟ ଠାକରେ । ତେବେ ଏହି ଘଟଣାକୁ ନେଇ ରାଜନୈତିକ ବୟାନବାଜି ବି ଆରମ୍ଭ ହୋଇଯାଇଛି । ଶିବସେନା ମୁଖପାତ୍ର କିରଣ ପାବସ୍କରଙ୍କ କହିବାନୁଯାୟୀ, ଶିବସେନା(ୟୁବିଟି) କେବଳ ଶ୍ରେୟ ନେବା ପାଇଁ ପ୍ରୟାସ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.